ଶ୍ରୀ କୃଷ୍ଣ ଙ୍କର ଏହି 5ଟି କଥା ଆପଣଙ୍କ ଜୀବନ ବଦଳାଇ ଦେବ- Krishna Vani

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରୀ କୃଷ୍ଣ କହିଛନ୍ତି ଜୀବନ ର ପ୍ରତି ଟି କ୍ଷଣ ନିଷ୍ପତି ନେବାର ସମୟ ହୋଇଥାଏ । ଓ ସେହି ନିର୍ଣ୍ଣୟ ଭବିଷ୍ୟତରେ ମନ୍ୟୁଷ ଜୀବନରେ ସୁଖ ଓ ଦୁଃଖର କାରଣ ବନିଥାଏ । ମନ୍ୟୁଷ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ତା ମନ ବ୍ୟାକୁଳ ହୋଇଉଠେ । ତେବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା କେମିତି ଆପଣ ସବୁ ସମସ୍ୟାର ସମାଧାନ କରି ପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସଠିକ ନିର୍ଣ୍ଣୟ ର ନିର୍ବାଚନ :

ନିର୍ଣ୍ଣୟ ନେବା ସମୟ ରେ ମନ ଏକ ଯୁଦ୍ଧ କ୍ଷେତ୍ର ପାଲଟି ଯାଏ । ବାସ୍ତବ ରେ ଶାନ୍ତ ମନ ରେ ଯିଏ କିଛି ବି ନିର୍ଣ୍ଣୟ ନେଇଥାଏ ସିଏ ନିଜ ପାଇଁ ଏକ ସୁଖ ର ଭବିଷ୍ୟତ ନିର୍ମାଣ କରିଥାଏ । କିନ୍ତୁ ଯିଏ ନିଜ ମନ କୁ ଶାନ୍ତ କରିବା ପାଇଁ କିଛି ନିର୍ଣ୍ଣୟ ନେଇ ନଥାଏ ସେ ନିଜ ଭବିଷ୍ୟତ ପାଇଁ କଣ୍ଟାଭରା ଏକ ବୃକ୍ଷ ନିର୍ମାଣ କରିଥାଏ ।

Image Courtesy: Google

ସମସ୍ୟା ର ସାମନା କରିବା :

ପୂର୍ବଭାଷା କୁ ଆଧାର କରି ଆମେ ଭବିଷ୍ୟତ ର ସୁଖ ଓ ଦୁଃଖ କୁ ଚିନ୍ତା କରିଥାଉ । ଭବିଷ୍ୟତ ର ଦୁଃଖ କଥା ଭାବି ଆମେ ଆଜି ଠାରୁ ଯୋଜନା ବନାଇଥାଉ । କିନ୍ତୁ ଭବିଷ୍ୟତର କଥା ଭାବି ଆମେ ଆଜିର କ୍ଷତି କରିଥାଉ । ସତ୍ୟ ତ ଏହା ଅଟେ ସଙ୍କଟ ଓ ତା ର ନିବାରଣ ୭ ଜନ୍ମ ରୁ ଅଛି । ବ୍ୟକ୍ତି ଓ ସୃଷ୍ଟି ପାଇଁ ମଧ୍ୟ । ଏହା ହିଁ ଜଗତ ର ନୀତି ଅଟେ । ବ୍ୟକ୍ତିର ସଙ୍କଟରୁ ହିଁ ଶକ୍ତିର ଜନ୍ମ ହୋଇଥାଏ । ବାସ୍ତବ ରେ ସଙ୍କଟ ର ଜନ୍ମ ହିଁ ଗୋଟେ ଅବସର ଦେଇଥାଏ । ନିଜକୁ ବଦଳାଇବାର ନିଜ ବିଚାରକୁ ଉଚ୍ଚ କରିବାର ଓ ନିଜ ଆତ୍ମା କୁ ବଳବାନ ଓ ଜ୍ଞାନ ମଣ୍ଡିତ କରିବା ର ଅବସର ଦେଇଥାଏ ।

Image Courtesy: Google

ଆତ୍ମବିଶ୍ଵାସ :

ଜୀବନରେ ଆସୁଥିବା ସଙ୍କଟ ପାଇଁ ମନ୍ୟୁଷ ନିଜ କୁ ଯୋଗ୍ୟ ମାନେ ନାହିଁ । ଯେତେବେଳେ ନିଜ ବଳ ଉପରେ ବିଶ୍ବାସ ନ ରହେ ସେତେବେଳେ ସେ ସତଗୁଣ କୁ ତ୍ୟାଗ କରି ଦୁର୍ଗୁଣ କୁ ଆପଣାଇ ଥାଏ । ବାସ୍ତବ ରେ ବ୍ୟକ୍ତି ଜୀବନରେ ଦୁର୍ଜନତା ସେତେବେଳେ ଜନ୍ମ ନେଇଥାଏ ଯେତେବେଳେ ତା ଅନ୍ତରରେ ଆତ୍ମବିଶ୍ଵାସ ନ ଥାଏ । ମନର ସ୍ଥିତି ହିଁ ଆତ୍ମବିଶ୍ଵାସ ଓ ଆତ୍ମବିଶ୍ବାସ ହିଁ ସତ୍ୟ କୁ ଧାରଣ କରିଥାଏ ।

Image Courtesy: Google

ସନ୍ତାନ ର ପାଳନ :

ପିତା ସର୍ବଦା ନିଜ ସନ୍ତାନ ର ସୁଖ କାମନା ଓ ଭବିଷ୍ୟତ ର ଚିନ୍ତା କରିଥାଏ । ଏହି କାରଣ ରୁ ସନ୍ତାନ ର ଭବିଷ୍ୟ ର ମାର୍ଗ କଥା ନିଜେ ଭାବିଥାନ୍ତି । ସନ୍ତାନ ମାତା ପିତା ଙ୍କ ଛବି ହୋଇଥାଏ କିନ୍ତୁ ଅନ୍ତର ର କ୍ଷମତା ଇଶ୍ଵର ଦେଇଥାନ୍ତି । ସମୟ ଅନୁସାରେ ପ୍ରତ୍ୟେକ ମାର୍ଗ ବଦଳିଥାଏ ଓ ନୂଆ ନୂଆ ପ୍ରତିଯୋଗିତା ଆଣିଥାଏ । ତେଣୁ ସନ୍ତାନ କୁ ପ୍ରତ୍ୟେକ ସଂଘର୍ଷ କୁ ସାମ୍ନା କରିବାକୁ ଦେବା ସନ୍ତାନ ପାଇଁ ଲାଭଦାୟକ ହୋଇଥାଏ ।

Image Courtesy: Google

ଯୋଜନା ର ଆଧାର ଉପରେ ସଫଳତା :

ଗୋଟେ ଘଟଣା ହିଁ ମନ୍ୟୁଷର ଯୋଜନା କୁ ଭଙ୍ଗ କରି ଦେଇଥାଏ । ଏବଂ ମନ୍ୟୁଷ ସେହି ଆଧାର କୁ ଜୀବନ ର କେନ୍ଦ୍ର କରିଥାଏ । କିନ୍ତୁ ଭବିଷ୍ୟତ ମନ୍ୟୁଷ ର ଯୋଜନା ଉପରେ ନିର୍ମିତ ହୋଇନଥାଏ । ଜୀବନ କୁ ନିଜ ଯୋଗ୍ୟ ବନାଇବା ବଦଳ ରେ ନିଜ କୁ ଜୀବନର ଯୋଗ୍ୟ ବନାଇବା ହିଁ ସଫଳତା ଓ ସୁଖ ର ଏକମାତ୍ର ମାର୍ଗ ଅଟେ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!