ଜାଣନ୍ତୁ କୁଣ୍ଡଳୀରେ ପିତୃ ଦୋଷ କଣ ଓ କେମିତି କରିବେ ତାହାର ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ନବମ ଭାବରେ ରବି ଓ ରାହୁ ଏକତ୍ର ଯୁକ୍ତ ହେଲେ ପିତୃ ଦୋଷ ଯୋଗ ସୃଷ୍ଟି ହୁଏ । ରବି ଓ ରାହୁ ଯେଉଁ ଭାବରେ ରହିଲେ ମଧ୍ୟ ସେହି ଭାବର ଶୁଭଫଳ ନଷ୍ଟ ହୋଇଯାଏ । ନବମ ଭାବକୁ ଧର୍ମର ଘର ଓ ଏହାକୁ ପିତାଙ୍କ ଘର ବୋଲି କୁହାଯାଏ । କୁହାଯାଏ କି ଯଦି ଜାତକରେ ନବମ ଘରେ ଅଶୁଭ ଗ୍ରହ ରହିଛନ୍ତି ତେବେ ଏହା ପୂର୍ବଜମାନଙ୍କ ଅଧୁରା ରହିଥିବା ଇଛା କୁ ସୁଚାଇ ଥାଏ । ଏହାକୁ ପିତୃଦୋଷ କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପିତୃ ଦୋଷ କଣ ?

କାରଣ – ଯଦି ଆପଣ ସନ୍ୟାସୀ, ଋଷି, ବ୍ରାହ୍ମଣ ଓ କୁଳଗୁରୁଙ୍କୁ ଅନାଦର କରିଛନ୍ତି ତେବେ ଆପଣ ପିତୃଦୋଷରେ ପୀଡିତ ହେବେ । ଗୋବଧ ପାପର ପ୍ରାୟଶ୍ଚିତ କରିନଥାନ୍ତି, ପିତୃ ପୁରୁଷଙ୍କୁ ଜଳ ଅର୍ପଣ ନ କଲେ ମଧ୍ୟ ଏହି ଦୋଷ ଲାଗେ । ଏହା ମୁଖ୍ୟ କାରଣ ଅଟେ ।

ପ୍ରଭାବିତ ଜାତକ – ପିତୃଦୋଷ ଏକ ଏଭଳି ଦୋଷ ଯାହା କି ଜାତ ବ୍ୟକ୍ତିର ବୁଦ୍ଧି ନାଶ ହୋଇଯାଏ ଓ ଜାତକକୁ କେବଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ବ୍ୟକ୍ତି ଗୁରୁ ଗୁରୁଜନମାନଙ୍କୁ ଅପମାନ କରନ୍ତି ଏବଂ ଅନ୍ୟମାନଙ୍କର କଥାକୁ ଅବମାନନା କରିଥାନ୍ତି । କେବଳ ଅର୍ଥର ଅଭାବ ହୁଏ ନାହିଁ, ସେମାନେ ଜୀବନରେ ସୁଖ ମଧ୍ୟ ପାଆନ୍ତି ନାହିଁ । ଅଧିକାଂଶ ସମୟରେ ସେମାନେ ମାନସିକ ଆଘାତରେ ପୀଡିତ ହୁଅନ୍ତି । ଏହା ବ୍ୟତୀତ ପରିବାରର ସଦସ୍ୟଙ୍କ ସହିତ ମଧ୍ୟ କଳି ଝଗଡା କରିଥାନ୍ତି ।

ପ୍ରଭାବ – ଯେଉଁ ଜାତକରେ ପିତୃଦୋଷ ଥାଏ ସେହି ପରିବାରରେ ପୁରୁଷଙ୍କ ସଂଖ୍ୟା କମିଯାଏ । ପରିବାରରେ କଳି ଝଗଡା ଓ କ୍ଲେଶ ଲାଗିରୁହେ । ଏହି ଦୋଷରେ ପୀଡିତ ଜାତକକୁ ସନ୍ତାନଙ୍କର ମଧ୍ୟ ହାନୀ ହୁଏ । ବିଳମ୍ବରେ ବିବାହ ହୁଏ, ସନ୍ତାନ ପ୍ରାପ୍ତିରେ ବାଧା, ଆର୍ଥିକ ଅଭାବ ପରି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ଜାତକ ସବୁବେଲଳେ ଧୀରସ୍ଥିର ରୁହେ ଓ ସେହି ଘରେ ସୂର୍ଯ୍ୟଙ୍କ କିରଣ ମଧ୍ୟ ଖୁବ୍ କମ୍ ପଡେ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ମଦ, ମାଂସ ଆଦି ସେବନ କରାଯାଏ ସେହି ଘରେ ପିତୃଦୋଷ କାରଣରୁ ପରିବାରର ସଦସ୍ୟଙ୍କୁ  ଅଧିକ କଷ୍ଟ ଭୋଗିବାକୁ ପଡିଥାଏ ।

କ୍ଷତି – ଏହି ପିତୃଦୋଷ ବହୁତ ଅମଙ୍ଗଳକାରୀ ଅଟେ । ଏହାର ପ୍ରଭାବରେ ମନୁଷ୍ୟର ଜୀବନ ନର୍କ ସମାନ ହୋଇଯାଏ । ସେ ନିଜେ ସୁଖର ଆନନ୍ଦ ପାଏ ନାହିଁ ଓ ଆର୍ଥିକରେ ମଧ୍ୟ ସଶକ୍ତ ରହିବାର ସକ୍ଷମ ରୁହେ ନାହିଁ । ଏହି ଦୋଷର ପ୍ରଭାବରେ ବିବାହରେ ବିଳମ୍ବ, ମାନସିକ ପୀଡା ଓ ଗୃହରେ କଳହ ଆଦି ସୃଷ୍ଟି ହୁଏ । ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଉପାୟ –

୧- ଏହି ଦୋଷରୁ ରକ୍ଷା ପାଇବା ପାଇଁ ଘରେ ଦକ୍ଷିଣ ଦିଗର କାନ୍ଥରେ ପରିବାର ମଧ୍ୟରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଫଟୋ ଲଗାଇଲେ ଲାଭ ମିଳିଥାଏ । ସେହି ଫଟୋରେ ପ୍ରତିଦିନ ଫୁଲହାର ଚଢାନ୍ତୁ ଓ ପୂଜା କରନ୍ତୁ । ପୂର୍ବଜ ଓ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ମିଳିଲେ ସେଥିରେ ସବୁ ବିପତ୍ତି ଦୂରେଇ ଯାଏ ।

୨- ଯଦି ପରିବାରରେ କେହି ମୃତ୍ୟୁବରଣ କରିଛନ୍ତି ତାଙ୍କର ଶ୍ରାଦ୍ଧ ଦିନରେ ବ୍ରାହ୍ମଣ ଓ ଗରିବଙ୍କୁ ଡାକି ଭୋଜନ କରାନ୍ତୁ । ସେହି ଭୋଜନରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ମନ ପସନ୍ଦ ଖାଦ୍ୟ ନିଶ୍ଚୟ ତିଆରି କରନ୍ତୁ ।

୩- କୁହାଯାଏ କି ସେହି  ଶ୍ରାଦ୍ଧ ଦିନରେ ଗରିବମାନଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରିଲେ ପିତୃଦୋଷ ଶାନ୍ତ ହୋଇଥାଏ ।

୪- ୨୧ଟି ସୋମବାର ସକାଳ ସମୟରେ ଖାଲି ପାଦରେ ଶିବ ମନ୍ଦିରକୁ ଯାଆନ୍ତୁ । ୨୧ଟି କଦମ୍ବ ଫୁଲ, ଲସି ଓ ବେଲ ପତ୍ରରେ ପୂଜା କରନ୍ତୁ ।

୫- ପ୍ରତିଦିନ ଘରେ ଦୀପ ଜାଳି ଇଷ୍ଟ ଦେବଙ୍କୁ ପୂଜା କଲେ ଏହି ଦୋଷ ସମାପ୍ତ ହୁଏ । ଭଗବାନ ଶ୍ରୀବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ, ଶ୍ରୀମଦ୍ ଭାଗବତ ଗୀତା ପାଠ କରିଲେ ମଧ୍ୟ ଏହି ଦୋଷରୁ ଶାନ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!