ମହାଭାରତରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁମାନେ ଜପ-ତପ ବ୍ୟତୀତ ଏହି ୨ଟି କାମ ମଧ୍ୟ କରୁଥିବେ, ସେହି ବ୍ୟକ୍ତିଙ୍କ ପାଖରେ ରୁହନ୍ତି ଭଗବାନ । ଆସନ୍ତୁ ଜାଣିବା ଏହି ୩ଟି କାମ କଣ ?   

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମହାଭାରତରେ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ଧର୍ମ ଓ କର୍ମକୁ ନେଇ କିଛି କଥା ପଚାରିଥିଲେ। ଏହି ବିଷୟରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଉତ୍ତର ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ଏକ ଶ୍ଳୋକ ଅନୁସାରେ କହିଛନ୍ତି ଯେ ଯେଉଁମାନେ ଏହି ୩ଟି କାମ କରନ୍ତି, ଭଗବାନ ସର୍ବଦା ସେହି ବ୍ୟକ୍ତିକୁ ସାହାଯ୍ୟ କରନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି  ନିଜର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିଥାଏ ଓ ସର୍ବଦା ଧର୍ମର ନୀତିରେ ଚାଲେ, ଏହିପରି ବ୍ୟକ୍ତିଙ୍କୁ ଭଗବାନ ମଧ୍ୟ ଖୁସି ହୁଅନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ୩ଟି କାମ କଲେ ଭଗବାନ ମଧ୍ୟ ଖୁସି ହୋଇଥାନ୍ତି। ଏହି ୩ଟି କାମ ମଧ୍ୟରୁ ପ୍ରଥମ ହେଲା ଦାନ ୨ୟରେ ତପସ୍ୟା ଓ ୩ୟ ରେ ସତ କହିବା। ଏହିପରି ଜଣା-ଅଜଣାରେ କରିଥିବା ପାପ କର୍ମକୁ କ୍ଷମା କରି ଦିଅନ୍ତି। ସେଥିପାଇଁ ସମସ୍ତଙ୍କୁ ଏହି ୩ଟି କାମ ନିଶ୍ଚୟ କରିବା ଉଚିତ୍।

ମହାଭାରତର ଶ୍ଳୋକ

 ଦାନେନ ତପସ୍ୟା ଚୈବ ସତ୍ୟେନ ଚ ଦମେନ ଚ।

ଯେ ଧର୍ମମନୁବର୍ତନ୍ତେ ତେ ନରାଃ ସ୍ଵର୍ଗାମିନଃ॥

୧। ଦାନ

ଦାନ କରିବା ହିନ୍ଦୁ ଧର୍ମରେ ବହୁତ ପୂଣ୍ୟ କାମ ବୋଲି ମାନଯାଏ। କେତେ ଗ୍ରନ୍ଥରେ ମଧ୍ୟ ଦାନ କରିବାର ମହତ୍ଵ ବିଷୟରେ କୁହାଯାଇଛି। ଶ୍ରୀମଦ୍ଭାଗବତ ଅନୁସାରେ ଯେଉଁ ମନୁଷ୍ୟ ଜରୁରୀ ନିମିତ୍ତ ଦାନ କରନ୍ତି, ତାଙ୍କୁ ପୂଣ୍ୟ ପ୍ରାପ୍ତି ହୋଇଥାଏ। ମନୁଷ୍ୟ କେବେ ମଧ୍ୟ ଏହି ଦାନର ହିସାବ-କିତାବ ନ କରିବା ଉଚିତ୍। ଏହି ଦାନ ଗୁପ୍ତ ଅନୁସାରେ କରିବା ଉଚିତ୍, ତାହା ଦେଖେଇବା ଉଚିତ୍ ନୁହେଁ। ଯିଏ ଦାନ ସମ୍ବନ୍ଧିତ ଏହି କଥାକୁ ଧ୍ୟାନ ରଖେ ତାହାର ସମସ୍ତ ପାପ କର୍ମ  ନଷ୍ଟ ହୋଇଯାଏ ଏବଂ ତାକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ।

 ସବୁବେଳେ ସତ କଥା କହିବା

ସତ କହିବା ମନୁଷ୍ୟର ସବୁଠାରୁ ଭଲ ଗୁଣ ବୋଲି କୁହାଯାଏ। ଯେଉଁ ମନୁଷ୍ୟର ସତ କହିବା ଗୁଣ ଥାଏ, ତାଙ୍କୁ ଜୀବନରେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ମିଛ କହୁଥିବା ବ୍ୟକ୍ତି ବା ମିଛ କହୁଥିବା ବ୍ୟକ୍ତିଙ୍କ ସହିତ ଜଡିତ ଥିବା ବ୍ୟକ୍ତିଙ୍କୁ ପାପରେ ଭାଗୀଦାର ହୋଇଥାନ୍ତି ବୋଲି ମନାଯାଏ ଏବଂ ତାଙ୍କୁ ନର୍କରେ କଷ୍ଟ ଯାତନା ଭୋଗିବାକୁ ପଡେ। ସେଥିପାଇଁ ସମସ୍ତେ ସତ କହିବା ଓ ସମସ୍ତ ପରିସ୍ଥିତିରେ ସତ୍ୟପଥରେ ସାହାଯ୍ୟ କରିବା ଗୁଣକୁ ଆପଣେଇବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!