ଦୈନିକ ରାଶିଫଳ: ୫ ଫେବୃୟାରୀ ୨୦୧୯, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ସବୁ ରାଶିର ସବୁ ସମସ୍ୟା ହେବ ସମାପ୍ତ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୫ ଫେବୃୟାରୀ ୨୦୧୯

ମେଷ:-

ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ସରକାରୀ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

ମିଥୁନ:-

ପାରିବାରିକ ସମସ୍ୟାକୁ ସମାଧାନ କରିବା ଉଚିତ୍‌। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ବାଦବିବାଦ ଓ ମାଲିମକଦ୍ଦମାର ଅବସାନ ହେବ। ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ। ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ। ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟ ହାନୀ ହେବ। ବ୍ୟବସାୟରେ  କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ  କ୍ଷତି ହେବ। ପ୍ରତିକାର- ଶିବମନ୍ଦିରରେ ପାଦୁକ ପାନ କରନ୍ତୁ।

କର୍କଟ:-

ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନରେ ବାଧା ନାହିଁ। ପ୍ରମୋଶନ ସୂଚନାପାଇ ଖୁସି ହେବେ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ପ୍ରବଳ ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯାଇପାରେ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଦିଗରୁ ମଧ୍ୟମ ଫଳ ପ୍ରାପ୍ତି ହେବାସହ ଭ୍ରାତୃ ବିବାଦ ଦୂର ହେବ। ବିଦ୍ୟାର୍ଥିଙ୍କର ଉନ୍ନତି ହେବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବିରୋଧ, ପ୍ରତିବେଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ରାଜନୀତିରେ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ। ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ। ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। କର୍ମସନ୍ଦିତ୍ସୁ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ତୁଳା:-

ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ପୁରାତନ ରୋଗର ଉପଶମ ମିଳିବ। ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହେବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ବିଚ୍ଛା:-

ପ୍ରତିଦ୍ୱନ୍ଦିତା ଓ ପରୀକ୍ଷାରେ ସଫଳତା ଲାଭ କରିବେ। ବନ୍ଧୁ ମିତ୍ରମାନଙ୍କ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ। ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ। ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି। ପାରିବାରିକ ଜୀବନ ଆନନ୍ଦମୟ ହେବ। କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବେ ଓ ସୁଖ ସମ୍ପଦ ପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ କାହାର ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ କିନ୍ତୁ ଯାତ୍ରାରେ ସଫଳତା ଲାଭ ହେବ। ମହିଳା ମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବନ୍ଧୁଙ୍କ ଶୁଭ କର୍ମରେ ଯୋଗ ଦେବାକୁ ପଡିପାରେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ କି ଯାନବାହାନ କିଣନ୍ତୁ ନାହିଁ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-

ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେବ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ପରିଶ୍ରମର ମୂଲ୍ୟ ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ସେତେଟା ଭଲ ରହିବ ନାହିଁ। ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ। ପ୍ରତିକାର-ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମୀନ:-

ରାଜନୀତି କ୍ଷେତ୍ରରେ ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ମହିଳାମାନଙ୍କର ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି, ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ଶୁଭଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀ ମାନେ ସହଯୋଗ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!