ପବିତ୍ର ମହାଶିବରାତ୍ରି ଅବସରରେ ନିଜ ରାଶି ଅନୁସାରେ କେମିତି କରିବେ ପୂଜା (ପଢନ୍ତୁ ୧୨ଟି ରାଶିର ପୂଜା ବିଧି)।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପବିତ୍ର ମହାଶିବରାତ୍ରି ଅବସରରେ ନିଜ ରାଶି ଅନୁସାରେ କେମିତି କରିବେ ପୂଜା

ମହାଶିବରାତ୍ରୀ ପର୍ବରେ ଭଗବାନ ଶିବ ଏବଂ ମାତା ପାର୍ବତୀ ଆଶୀର୍ବାଦ ପ୍ରଦାନ କରନ୍ତି। ଏହି ଦିନକୁ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ଦିବାରାତ୍ର ବୋଲି ପାଳନ କରାଯାଏ। ଏହି ଦିନ ଶିବ କେବଳ ଜଳାଭିଷେକ ରେ ହିଁ ସନ୍ତୁଷ୍ଟ ହୋଇଯାଆନ୍ତି। ଗ୍ରହରୁପି ସଂକର୍ଷଣ ହର ହରିବେ ସର୍ବପାପ। ଜ୍ୟୋତିଷ ଶାସ୍ତ୍ରାନୁଯାଇ ୧୨ଟି ରାଶିରେ ଜଗତବନ୍ଧା ଆବାଳବୃଦ୍ଧ ବନିତା ବାରୋଟି ରାଶି ନଅଟି ଗ୍ରହ ସତେଇସିଟି ନକ୍ଷତ୍ର କୁ ନେଇ ଆତଜାତ ହେଉଛନ୍ତି। ରାସ୍ୟାଧିପତି ଓ ବାରଟି ରାଶି      ଅନୁଯାୟୀ ପୂଜା କରିବାର ଉପାୟ କୁହାଯାଇଛି।  ରାଶି ଅନୁଯାୟୀ ପୂଜାବିଧି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ-

ମେଷ ରାଶିର ସ୍ଵାମୀ ମଙ୍ଗଳ, ତାଙ୍କ ପାଇଁ ଲାଲ୍ ରଙ୍ଗ ଶୁଭ ଅଟେ। ଲାଲ୍ ଚନ୍ଦନ ବା ଲାଲ୍ ରଙ୍ଗର ପୁଷ୍ପ ଯଦି ଭଗବାନ ଭୋଲେନାଥ ଙ୍କୁ ଅର୍ପଣ କରାଯାଏ ତେବେ ଏହା ବହୁତ୍ ପୂଣ୍ୟ ଫଳ ପ୍ରଦାନ କରିଥାଏ। ଯଦି ପୂଜା ସମୟରେ “ନାଗେଶ୍ୱରାୟ ନମଃ” ମନ୍ତ୍ର ଜପ କରନ୍ତି ଭଗବାନ ଶିବ ଶଙ୍କର ମନସ୍କାମନା ଶୀଘ୍ର ପୂରଣ କରନ୍ତି।

ବୃଷ-

ବୃଷଭ ଭଗବାନ ଶିବଙ୍କର ବାହନ ଅଟନ୍ତି। ଏହି ରାଶି ସ୍ଵାମୀ ହେଉଛନ୍ତି ଶୁକ୍ର। ଧଳା ରଙ୍ଗ ଆପଣଙ୍କ ପାଇଁ ଶୁଭ। ବୃଷଭ ରାଶି ବ୍ୟକ୍ତି ମାନେ ଶିବଙ୍କୁ ଚମ୍ପାଚମେଲି ଫୁଲରେ ପୂଜା କରିବା ଉଚିତ୍। ତା ସହ କଷ୍ଟ ରୁ ମୁକ୍ତି ଓ ଲାଭ ପାଇଁ ଶିବ ରୁଦ୍ରାଷ୍ଟକ ପାଠ କରିବା ନତୁବା ସହଜ ସରଳରେ “ମହା ରୁଦ୍ରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ମିଥୁନ-

ମିଥୁନ ରାଶିର ସ୍ଵାମୀ ବୁଧ। ମିଥୁନ ରାଶିର ବ୍ୟକ୍ତି ଶିବଙ୍କୁ ଦୁଦୁରା ଫୁଲ ଏବଂ ଭାଙ୍ଗ ଅର୍ପଣ କରିପାରିବେ। ତା ସହ ପଞ୍ଚାକ୍ଷରି ମନ୍ତ୍ର “ଓଁ ନମଃ ଶିବାୟ” ଜପ କଲେ ଅତ୍ୟନ୍ତ ଲାଭ ମିଳିବ।

କର୍କଟ-

କର୍କଟ ରାଶିର ସ୍ଵାମୀ ଚନ୍ଦ୍ର ଅଟନ୍ତି, ଯାହାଙ୍କୁ କି ଭଗବାନ ଶିବ ନିଜ ଜଟାରେ ଧାରଣ କରିଛନ୍ତି। କର୍କଟ ରାଶି ବ୍ୟକ୍ତି ମାନେ ଶିବଲିଙ୍ଗରେ  ଅଭିଷେକ ଭାଙ୍ଗ ମିଶ୍ରିତ କ୍ଷୀର ରେ କରିବା ଉଚିତ୍। ରୁଦ୍ରଷ୍ଟାଧ୍ୟାଇ ପାଠକାଲେ କଷ୍ଟରୁ ମୁକ୍ତି ମିଳିବ। ନତୁବା ସହଜ ସରଳରେ “ଚନ୍ଦ୍ର ଚୁଡାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

ଆହୁରି ପଢନ୍ତୁ: ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ସିଂହ-

ସିଂହ ରାଶିର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ। ସିଂହ ରାଶିର ବ୍ୟକ୍ତି ମାନେ ଶିବଙ୍କୁ ନାଲି କନିଆରି ଫୁଲ ଚଢେଇ ପାରିବେ। ଏହା ସହ ଶିବ ମନ୍ଦିରରେ ଶିବଙ୍କ ଚାଳିଶା ପାଠ କରିବା ଦରକାର। ଏହି ପୂଜା ଆପଣଙ୍କ ପାଇଁ ବହୁତ୍ ଲାଭ ଦାୟକ ମଧ୍ୟ ହେଇପାରେ। ନତୁବା ସହଜ ସରଳରେ “ମହା ରୁଦ୍ରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

କନ୍ୟା-

କନ୍ୟା ରାଶିର ସ୍ଵାମୀ ବୁଧ ଅଟନ୍ତି। ଏହି ରାଶି ଜାତ ବ୍ୟକ୍ତି ମାନେ ଶିବଙ୍କୁ ବେଲପତ୍ର, ଦୁଦୁରା ଏବଂ ଭାଙ୍ଗ ଆଦି ଅର୍ପଣ କରିବା ଆବଶ୍ୟକ। ଏହା ସହ “ସର୍ପେ ଶ୍ଵରାୟ ନମଃ “ ମନ୍ତ୍ର ଜପ କଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ।

ଆହୁରି ପଢନ୍ତୁ: ଜାଣନ୍ତୁ ଶିବ ପୁରାଣରେ ବର୍ଣ୍ଣିତ ମହା ଶିବରାତ୍ରି ପୂଜାର ମହତ୍ୱ।

ତୁଳା-

ତୁଳା ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର। ଆପଣକୁ ମିଶ୍ରି ଯୁକ୍ତ କ୍ଷୀର ରେ ଶିବଲିଙ୍ଗ ର ଅଭିଷେକ କରିବା ଆବଶ୍ୟକ। ତା ସହ ଶିବଙ୍କ ସହସ୍ରନାମ ଜପ କରିବା ଆପଣଙ୍କ ରାଶି ଅନୁଯାୟୀ ଶୁଭ ପ୍ରଦାନ କାରୀ। ନତୁବା ସହଜ ସରଳରେ “ମହେ ଶ୍ଵରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

ବିଛା-

ବିଛା ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି। କରବୀରଫୁଲ, ନାଲିମନ୍ଦାର, କନିଅର ଓ ବେଲପତ୍ର ରେ ଭଗଵାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଉଚିତ୍। ଏହା ସହ ରୁଦ୍ରାଷ୍ଟକ ପାଠ କଲେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ୍ ସୌଭାଗ୍ୟ ପ୍ରଦହେବ।

ଧନୁ-

ବୃହସ୍ପତି ହେଉଛନ୍ତି ଧନୁ ରାଶିର ସ୍ଵାମୀ । ତାଙ୍କର ହଳଦୀ ରଙ୍ଗର ଫୁଲ ପ୍ରିୟ। ଧନୁରାଶି ର ବ୍ୟକ୍ତି ସକାଳୁ ଉଠି ଭଗବାନ ଶିବଙ୍କର ପୂଜା ହଳଦୀ ରଙ୍ଗର ଫୁଲରେ କରିବା ଉଚିତ୍। କ୍ଷୀରି ଭୋଗ କରିବା ଆବଶ୍ୟକ ଏବଂ ସିବାଷ୍ଟକ ପାଠ କରିଲେ କଷ୍ଟ ନାଶ ହେବ। ନତୁବା ସହଜ ସରଳରେ “ଶ୍ରୀ ଶଙ୍କରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

ମକର-

ମକର ରାଶିର ସ୍ଵାମୀ ଶନି ଅଟନ୍ତି। ଦୁଦୁରା, ଭାଙ୍ଗ ଓ ଅଷ୍ଟଗନ୍ଧ ଆଦିରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ମିଳିବ। ଏହା ସହ “ପାର୍ବତିନାଥାୟେ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

କୁମ୍ଭ-

କୁମ୍ଭ ରାଶିର ସ୍ଵାମୀ ମଧ୍ୟ ଶନି ଅଟନ୍ତି। ଏହି ଜାତକର ବ୍ୟକ୍ତି ଆଖୁରସ ରେ ଶିବଙ୍କୁ ଅଭିଷେକ କରିବା ଆବଶ୍ୟକ। ଏହା ସହ ଶିବାଷ୍ଟକ ପାଠ କରିବା ଉଚିତ୍। ନତୁବା ସହଜ ସରଳରେ “କାଳେ ଶ୍ଵରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।

ମୀନ-

ମୀନ ରାଶିର ସ୍ଵାମୀ ହେଉଛନ୍ତି ବୃହସ୍ପତି। ଏହି ରାଶିର ବ୍ୟକ୍ତି ମାନଙ୍କୁ ପଞ୍ଚାମୃତ, ଦହି, ଦୁଗ୍ଧ ଓ ହଳଦୀ ରଙ୍ଗର ଫୁଲ ଶିବଲିଙ୍ଗ ରେ ଅର୍ପଣ କରିବା ଉଚିତ୍। ଏହା ସହ ଚନ୍ଦନ ମାଳରେ ୧୦୮ ଥର ପଞ୍ଚାକ୍ଷରି ମନ୍ତ୍ର “ନମଃ ଶିବାୟ” ର ଜପ କରିବା ଆବଶ୍ୟକ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!