ଜୀବନରେ ଦରିଦ୍ରତାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଭୁଲରେ ବି ଶନିବାର ଦିନ କରନ୍ତୁ ନାହିଁ ଏହି କାମ !

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମଣିଷଙ୍କ ଜୀବନରେ ଗ୍ରହ ମାନଙ୍କର ପ୍ରଭାବ ସବୁଠୁ ଅଧିକ ପଡିଥାଏ । କୌଣସି ବି ବ୍ୟକ୍ତିର ଜୀବନରେ ଗ୍ରହ ସ୍ଥିର ହୋଇ ରୁହେ ନାହିଁ । ଗ୍ରହମାନେ ସବୁବେଳେ ନିଜର ଗତି ପରିବର୍ତ୍ତନ କରିଥାନ୍ତି । ଗ୍ରହ ମନଙ୍କ ଅନୁସାରେ ବ୍ୟକ୍ତିଙ୍କର ଜୀବନରେ ସୁଖ ଦୁଖ ଆସିଥାଏ । ଗ୍ରହମାନଙ୍କର ପରିବର୍ତ୍ତନ ଫଳରେ ବ୍ୟକ୍ତିଙ୍କୁ ବେଳେ ବେଳେ ବହୁତ ବଡ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ବିଧି ବିଷୟରେ କୁହାଯାଇଛି କି, ଯେଉଁଥିରେ ଆପଣ ନିଜର ଗ୍ରହମାନଙ୍କର ଖରାପ ପ୍ରଭାବକୁ ଦୂର କରି ପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହକୁ ଲୋକମାନେ ସବୁଠୁ ଅଧିକ ଡରି ଥାନ୍ତି । ଲୋକମାନଙ୍କର କହିବା ଅଟେ କି ଶନି ବହୁତ କ୍ରୋଧିତ ହୋଇଥାନ୍ତି । କିନ୍ତୁ ଏମିତି କିଛି ନୁହେଁ, ଯଦି ଅଳ୍ପ ସାବଧାନ ହୋଇ ରହିବେ ତେବେ ଶନି ଜୀବନରେ ବହୁତ ଶୁଭ ପରିଣାମ ଦେବେ । ଶନିଦେବଙ୍କ କୃପା ପାଇବା ପାଇଁ ଶନିବାର ଦିନ ଖୋଲିକରି ଦାନ କରନ୍ତୁ ।

ମଣିଷର କର୍ମ ହିଁ ହୋଇଥାଏ ତାହାର ଦୁଃଖର କାରଣ :

ଶନିବାର ଦିନ ଶନି ମନ୍ଦିରରେ ଲୋକମାନଙ୍କର ସବୁଠୁ ବଡ ଲାଇନ ଲାଗିଥାଏ । ଭକ୍ତମାନେ ଶନିଦେବଙ୍କୁ ନିଜର ଖୁସି ମାଗନ୍ତି । କିନ୍ତୁ ଆପଣଙ୍କର କର୍ମ ଆପଣଙ୍କର ଦୁଖ ପାଇଁ ଅଧିକ କାରଣ ହୋଇଥାଏ । କିଛି ଏମିତି କାମ ବିଷୟରେ ଆଜି କହିବୁ, ଯାହାକୁ ଶନିଦେବ ବିଲକୁଲ ପସନ୍ଦ କରନ୍ତି ନାହିଁ । ଶନିବାର ଦିନ ଆପଣ ସେହି କାମ ଗୁଡିକ ଭୁଲରେ କରନ୍ତୁ ନାହିଁ ।

ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ ଗୁଡିକ :

· ଶନିବାର ଦିନ ଲୁହା କିମ୍ବା ତାହା ସହିତ ଜଡିତ ଜିନିଷ କିଣିବା ଉଚିତ ନୁହେଁ ।

· ଏହି ଦିନରେ ବ୍ୟକ୍ତି ଲୁଣ କିଣିଲେ, ତାହର ଜୀବନରେ ଦରିଦ୍ରତା ଆସିଯାଏ ।

· ଏହି ଦିନରେ ସୋରିଷ ତେଲ, କାଠ ଏବଂ ବିରି କିଣିବା ମନା ଅଟେ ।

· ଶନିବାର ଦିନ ଆପଣ ଜୋତା – ଚପଲ କିଣୁଛନ୍ତି ତେବେ ଏହି କଥା ପ୍ରତି ଧ୍ୟାନ ରଖିବେ କି ତାହା କଳା ରଙ୍ଗର ହୋଇ ନଥିବ ।

· ଏହି ଦିନରେ ଶିକ୍ଷା ସମ୍ବନ୍ଧିତ ଜିନିଷ ଯେପରି କି କାଗଜ, ପେନ, କାଳୀ ଇତ୍ୟାଦି କିଣିବା ଉଚିତ ନୁହେଁ ।

· ଶନିବାର ଦିନ କ୍ଷୀରର ସେବନ କରିବା ଉଚିତ ନୁହେଁ ।

· ଭୁଲରେ ବି ଶନିବାର ଦିନ ଯୌନ ସବନ୍ଧ କରିବା ଉଚିତ ନୁହେଁ । ନ ହେଲେ ଶନିଦେବଙ୍କର କ୍ରୋଧରେ ଆପଣଙ୍କୁ କୌଣସି ପିଲା ହେବ ନାହିଁ ।

· ଶନିବାର ଦିନ ମାଂସ – ମଦର ସେବନ କରିବା ଉଚିତ ନୁହେଁ ।

· ଏହି ଦିନରେ ଚୁଟି କାଟିବା ଉଚିତ ନୁହେଁ ।

· ଶନିଦେବଙ୍କୁ ଯେତେବେଳେ ଦର୍ଶନ କରିବାକୁ ଯିବେ ତେବେ ଭୁଲରେ ବି ତାଙ୍କ ଆଖିକୁ ଦେଖିବେ ନାହିଁ ।

· ଦକ୍ଷିଣ, ପଶ୍ଚିମ ଏବଂ ଦକ୍ଷିଣ – ପଶ୍ଚିମ ଦିଗରେ ଯାତ୍ରା କରିବାଠାରୁ ବଞ୍ଚନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!