ଦୈନିକ ରାଶିଫଳ: ୩୦ ମାର୍ଚ୍ଚ ୨୦୧୯, ଶନିଦେବଙ୍କ କୃପାରୁ ଏହିସବୁ ରାଶିର ଦିନଟି ଆଜି ଅତି ଆନନ୍ଦରେ କଟିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩୦ ମାର୍ଚ୍ଚ ୨୦୧୯

ମେଷ:-

ଭାଇ ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ଶତୃମାନେ ଦୂରେଇ ଯିବେ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ବାଦ-ବିବାଦ, ପ୍ରତିଯୋଗୀତାପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। ଛାତ୍ର-ଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ରାଜନୀତି କ୍ଷେତ୍ରରେ ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ସମାଧାନ:- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ଧର୍ମ କର୍ମ ବା ଇଷ୍ଟ ସାଧନାରେ ରତ ରହି ଆବଦ୍ଧ ଯୋଗରୁ ମୁକୁଳି ପାରିବେ। ପାରିବାରିକ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବାସହ ଗଠନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟତା, ଯାନବାହାନ ଭ୍ରମଣ ସଙ୍କ୍ରାନ୍ତିୟ ଶୁଭ ସୂଚନା ପାଇବେ। ବାଦ-ବିବାଦ, ପ୍ରତିଯୋଗୀତାପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟି ଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରିବେ ଓ ଆଶାନୁରୂପ ଲାଭ ପାଇବେ। ସମାଧାନ:- କୁକୁରକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇପାରିବେ। କର୍ମକ୍ଷେତ୍ରରେ ସାଫଲ୍ୟ ଯୋଗେ ସମ୍ମାନ ଲାଭ କରିବେ। ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଭଲଲାଭ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ମନରେ ଅଶାନ୍ତି ଅସନ୍ତୋଷ ଓ ଅର୍ଥାଗମ, ଭୟ ସତ୍ତ୍ୱେ ଜୟ ହେବ। ମାଲିମୋକଦ୍ଦମା ଠାରୁ ଦୂରେଇ ରୁହନ୍ତୁ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ। ରାଜନୀତି କ୍ଷେତ୍ରରେ ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ। ସମାଧାନ:- ଗୋମାତାର ସେବାକରିବା ଆବଶ୍ୟକ।

କର୍କଟ:-

ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ସନ୍ତାନଙ୍କ ଶୁଭ ଖବର ପାଇବା ଫଳରେ ଖୁସି ହେବେ। ଦୂରସ୍ଥାନକୁ  ଯାତ୍ରା କାଲେ ମଧ୍ୟ ଶାରୀରିକ ସୁସ୍ଥତା ଅନୁଭବ କରିବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ବାଣିଜ୍ୟ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ। ରାଜନୀତିରେ ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ। ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି। ଆକସ୍ମିକ ଅର୍ଥଲାଭ ଓ ସୁନାମ ପ୍ରାପ୍ତି ହେବ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସା ପାଇବେ। ସମାଧାନ:- ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ:-

ରାଜନୀତି କ୍ଷେତ୍ରରେ ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ସଫଳତା ମିଳିବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭକଲେ ବିପଦରେ ପଡିବେ। ସମାଧାନ:- ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା:-

କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ। ବ୍ୟବସାୟ କ୍ଷେତ୍ରରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଧାର୍ମିକ ଅନୁଷ୍ଠାନ କାମରେ ପ୍ରଶଂସା ମିଳିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ। ରାଜନୀତି କ୍ଷେତ୍ରରେ ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ଦୂରସ୍ଥାନକୁ ଯାତ୍ରା କଲେ ବିପଦ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ସମାଧାନ:- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା:-

କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ରାଜନୀତି କ୍ଷେତ୍ରରେ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ। ବିଦ୍ୟାକ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ସମାଧାନ:- ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

ବିଚ୍ଛା:-

ଜନ ସେବାରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଯାତ୍ରାଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବେ। ଅଚାନକ ଧନ ପ୍ରାପ୍ତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ। ସମାଧାନ:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ଧନୁ:-

ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ। କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ। ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ରାଜନୀତି କ୍ଷେତ୍ରରେ ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପିଲାମାନଙ୍କ ପାଠପଢା ନେଇ ଖୁସି ରହିବେ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ସମାଧାନ:- ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର:-

ସୁଯୋଗ ହାତପାହାନ୍ତାରେ ପାଇ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସ୍ଵାସ୍ଥ୍ୟରେ ଉନ୍ନତି ଓ ସମ୍ମାନଜନକ ଘଟଣା ଘଟି ପାରେ। ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ। ଅତି ସହଜରେ ବାକିଥିବା ଅର୍ଥ ପାଇବେ। ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। ରାଜନୀତି କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ସମାଧାନ:- କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ। କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହଁ।ଇ ପାରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସମାଧାନ:- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ।

ମୀନ:-

ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ। ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷା ରେ ସଫଳ ହେବେ। ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବା ସହ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ। ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳ ହେବେ ଓ ଅତି ସହଜରେ ବାକିଥିବା ଅର୍ଥ ପାଇବେ। ରାଜନୈତିକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ। ସମାଧାନ:- ବାଶିରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!