ଶନି ଧନୁ ରାଶିରେ ମାର୍ଗୀ ହେତୁ, ଜାଣନ୍ତୁ ଏହି ତିନୋଟି ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ କଣ ରହିଛି ଏହାର ପ୍ରଭାବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ତିନୋଟି ରାଶିରେ ଜନ୍ମିତ ବ୍ୟକ୍ତି ସୌଭାଗ୍ୟ ଆଶା କରୁଥିଲେ କରନ୍ତୁ ଏହି ଉପାୟ।

ମେଷ, ବିଛା ଓ କର୍କଟ ରାଶି-

ଶନିଙ୍କର ଗତି ପରିବର୍ତ୍ତନ ହେତୁ ମେଷ, ବିଛା ଓ କର୍କଟ ରାଶିର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତବ୍ୟକ୍ତି ଏହି ଉପାୟ କଲେ ବିଦ୍ୟାବୁଦ୍ଧି, ଧନଜନ, ସୁଖ ସୌଭାଗ୍ୟ ପ୍ରାପ୍ତି ହେବା ସହ ଶରୀର ଆରୋଗ୍ୟ ରହିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିଶ୍ୱରୂପ ମନ୍ତ୍ର-

ଓଁ ହ୍ରୀଂ ବିଶ୍ୱରୂପାୟ ନମଃ । ଅଷ୍ଟମୀ ଯୁକ୍ତ ବୁଧବାରରେ ଆରମ୍ଭ କରିବେ ଏହି ମନ୍ତ୍ରକୁ ତୁଳସୀ ମାଳରେ ପ୍ରତ୍ୟେକ ଦିନ ୧୦୮ ଥର ଉଚ୍ଚାରଣ କରି ଜପକଲେ ସମସ୍ତ ଗ୍ରହରିଷ୍ଟ ଖଣ୍ଡନ ହୋଇ ବ୍ୟକ୍ତି ଘର, ପରିବାର, କୁଟୁମ୍ବ, ସମାଜର ସମସ୍ତ ଦାୟିତ୍ୱ ନେଇ ସୂଚାରୁ ରୂପେ କର୍ତ୍ତବ୍ୟ ନିର୍ବାହ କରି ପାରିବେ।

୧. ପୂଜାଘର

ସାଧନାକକ୍ଷ ବା ପୂଜାଘରର ଧଳା ରଙ୍ଗ ହୋଇଥିଲେ ସଫଳଦାୟକ ସିଦ୍ଧ ହୋଇଥାଏ ।

୨. ଲକ୍ଷ୍ମୀ ଓ ଗଣେଶ

ଯଦି ଆପଣ ପର୍ଯ୍ୟାପ୍ତ ଧନ ଅର୍ଜନ କରିବା ପରେ ଏହାକୁ ସଞ୍ଚୟ କରିବାରେ ଅସମର୍ଥ ହୋଇଥାନ୍ତି ତେବେ ପ୍ରତ୍ୟେକ ମାସର ପୂର୍ଣ୍ଣିମାଦିନ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରିବା ସହିତ କମଳପୁଷ୍ପ ମଧ୍ୟ ପୂଜା କରିବେ, ତଥା ପୂଜା କରିବା ପରେ ସେହି ପୁଷ୍ପକୁ ନାଲି ବସ୍ତ୍ରରେ ବାନ୍ଧି ଧନ ରଖିବା ସ୍ଥାନରେ ରଖିଦେବେ।

୩. ଘିଅ ଦୀପ

କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ରାତି ୯ଟା ପରେ ଗାଈ ଘିଅରେ ଦୀପ ଜଳେଇ ମନ ମଧ୍ୟରେ ନିଜର ମନକାମନା ପୂର୍ଣ୍ଣହେଉ କହି କୌଣସି ଏକ ନିର୍ଜନ ସ୍ଥାନରେ ସେହିଦୀପକୁ ରଖିଦେଇ ଆସନ୍ତୁ। ବର୍ଷକ ମଧ୍ୟରେ ନିଶ୍ଚୟ ଆପଣଙ୍କ ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତିହେବ।

୪. ଅଶୋସ୍ଥ ଗଛ

ଯଦି ନିଜର ସଞ୍ଚିତ ଧନ ବ୍ୟୟ ହେଉଥାଏ ବା ପୈତୃକ ସମ୍ପତ୍ତି ସୁଖରେ ବାଧା ଆସୁଥାଏ ତେବେ କୃଷ୍ଣପକ୍ଷ ଶନିବାର ଦିନ ଅଶୋସ୍ଥ ଗଛର ୫ଟି ପତ୍ର ଆଣି ତାକୁ ହଳଦିଆ ଚନ୍ଦନ ଲଗେଇ ନଦୀ ବା ପୋଖରୀରେ ଭସେଇ ଦିଅନ୍ତୁ। ଏହିପ୍ରକ୍ରିୟା ୨୧ଟି ଶନିବାରେ କରିବା ଆବଶ୍ୟକ।

୫. କରଜ ବା ଋଣରୁ ମୁକ୍ତି

ଯଦି ଆପଣ କରଜ ଋଣରେ ବୁଡ଼ିରହିଥାନ୍ତି ଓ ଯେତେ ଚାହିଁଲେ ମଧ୍ୟ ଆର୍ଥିକ କଷ୍ଟରୁ ମୁକ୍ତି ମିଳେନାହିଁ, ତେବେ ଶୁକ୍ରବାରେ ସ୍ନାନଶୌଚ ପ୍ରଭାତରୁ ସାରି ଧଳାବସ୍ତ୍ର ପରିଧାନ କରି କର୍ପୁର ମିଶ୍ରିତ ଚନ୍ଦନ ମସ୍ତକରେ ଲଗେଇ ସାମ୍ନାରେ ମାଲକ୍ଷ୍ମୀଙ୍କର ଫଟୋ ରଖି ଲକ୍ଷ୍ମୀପୂଜା କରିବା ସମୟରେ ପଦ୍ମଫୁଲର ମାଳା ମାତା ଲକ୍ଷ୍ମୀଙ୍କୁ ପିନ୍ଧେଇବେ। ପୂଜା କରିବା ପରେ ସେହିମାଳାକୁ ନାଲି ବସ୍ତ୍ରରେ କିଛି ମୂଦ୍ରା ସହିତ ବାନ୍ଧି ଧନରଖିବା ସ୍ଥାନରେ ରଖି ଦେବେ । ଏଥିରେ ରୋଜଗାରରେ ଅଭିବୃଦ୍ଧି ଘଟିବାସହ ଆକସ୍ମିକ ଧନ ବୃଦ୍ଧି ହେବ ଓ କରଜ ବା ଋଣରୁ ମୁକ୍ତି ପାଇବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!