ଏବେ ଚିନ୍ତା ଛାଡନ୍ତୁ ଏବଂ କରନ୍ତୁ ଏହି ଜ୍ୟୋତିଷ ଉପାୟ, ଯାହାଦ୍ୱାରା ଆପଣଙ୍କ ପିଲା ପଢିବାରେ ହେବେ ବହୁତ ସ୍ମାର୍ଟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏବେ ଚିନ୍ତା ଛାଡନ୍ତୁ, ଏହି ଜ୍ୟୋତିଷ ଉପାୟରେ ହେବେ ଆପଣଙ୍କ ପିଲା ବହୁତ ସ୍ମାର୍ଟ।

ଯଦି ପିଲା ପାଠରେ ମନ ଦେଉ ନାହିଁ, କି ପାଠ ପଢିବାରେ ମନ ଲାଗୁ ନାହିଁ, ବା ଏକାଗ୍ରତା ଆସୁନାହିଁ? ତେବେ କରନ୍ତୁ ଏହି ଉପାୟ ଯାହା କରିବ ଆପଣଙ୍କର ସବୁ ଚିନ୍ତା ଦୂର। ଆଜିକାଲି ସବୁ ମା ଓ ବାପା ଚାହାନ୍ତି ସେମାନଙ୍କ ପିଲା ମାନେ କେମିତି ଭଲ ପାଠ ପଡି ବଡ ମଣିଷ ହେବେ। ଏଥିପାଇଁ ସମସ୍ତ ବାପା ମା ଚିନ୍ତାରେ ଥାନ୍ତି ଯେତେବେଳେ ତାଙ୍କ ପିଲାମାନେ ପାଠ ପଢାରେ ଟିକେ ଦୁର୍ବଳ ଥାନ୍ତି। ଏମିତି ମଧ୍ୟ କିଛି ପିଲା ଅଛନ୍ତି ଯେଉଁମାନେ ପାଠ ପଢାରେ ଜମାବି ମନ ଦିଅନ୍ତି ନାହିଁ ଏବଂ କିଛି ପିଲା ଅନେକ ଚେଷ୍ଟା କରି ମଧ୍ୟ ପଢାରେ ମନ ଦେଇପାରନ୍ତି ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଏମିତି କିଛି ସମସ୍ଯା ଆପଣଙ୍କ ସହ ହେଉଛି ତେବେ ଏହି ସବୁ ଉପାୟ ଆପଣଙ୍କ କାମରେ ଆସିବ। ତେବେ ବାସ୍ତୁ ଓ ଜ୍ୟୋତିଷର ଏହି ସବୁ ଉପାୟ ସାହାଯ୍ୟରେ ନିଜ ପିଲାମାନଙ୍କୁ ପାଠ ପଢାରେ ଅଗ୍ରଣୀ କରାନ୍ତୁ।

ଅଧୟନ କକ୍ଷ-

ଘର ନିର୍ମାଣ କରିବା ସମୟରେ ଧ୍ୟାନ ଦେବେ ଯେମିତି ପିଲାଙ୍କ ପାଇଁ କରିଥିବା ଅଧୟନ କକ୍ଷ ପୂର୍ବ ଓ ଉତ୍ତର କୋଣରେ ହୋଇଥିବ। ଯଦି ଏମିତି କରିବା ସମ୍ଭବ ହେଉ ନାହିଁ ତେବେ କେବଳ ଉତ୍ତର ଦିଗରେ ମଧ୍ୟ କରିପାରିବେ କିନ୍ତୁ ସେହି କକ୍ଷର ଦ୍ଵାର ପୂର୍ବ ଉତ୍ତର ଦିଗକୁ କରିବେ।

କେବଳ ଦିଗ ନୁହେଁ ଆକାର ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ଅଟେ। ଏହାର ଚାରିଦିଗ ସମାନ ହେବା ଆବଶ୍ୟକ, ଏହା ଦ୍ଵାରା ଚାରିପାର୍ଶ୍ବରୁ ମିଳୁଥିବା ଊର୍ଜାକୁ ଏହା ସନ୍ତୁଳିତ କରିଥାଏ।

ବାଥ୍ରୁମ୍-

ଘର ତିଆରି କରିବା ସମୟରେ ଏହି କଥା ମଧ୍ୟ ଧ୍ୟାନରେ ରଖିବେ ଯେ ବାଥରୁମ କେବେବି ପିଲା ମାନଙ୍କର ସୟନ କକ୍ଷ ବା ଅଧୟନ କକ୍ଷ ଉପରେ କରିବେ ନାହିଁ। ଏହା ଦ୍ଵାରା ଘରକୁ ନକାରାତ୍ମକ ଊର୍ଜା ଆସିଥାଏ ଯାହାର ପ୍ରଭାବ ପିଲାମାନଙ୍କ ଉପରେ ପଡିଥାଏ।

ଏହା ବ୍ୟତୀତ ବାଥ୍ରୁମ ପିଲାଙ୍କ ସ୍ଟଡି ଟେବୁଲ ସାମନ୍ନାରେ କି ଶୋଇବା ଶେଯ ସମନ୍ନାରେ ରଖିବେ ନାହିଁ। ଯଦି ଏମିତି ହୁଏ ତେବେ ବାଥ୍ରୁମର କବାଟ ସର୍ବଦା ବନ୍ଦ ରଖିବେ।

ପର୍ଦାର ରଙ୍ଗ-

ପିଲାଙ୍କ ପଢିବା ଘରର ରଙ୍ଗ ମଧ୍ୟ ବହୁତ ମହତ୍ତ୍ଵ ପୂର୍ଣ୍ଣ, ଅଟେ। ସେଥିପାଇଁ ସେହି ରୂମର ପର୍ଦା ଓ କାନ୍ଥର ରଙ୍ଗ ସବୁଜ ରଖନ୍ତୁ।

ଏହା ଦ୍ଵାରା ସେମାନଙ୍କର ଏକାଗ୍ରତା ବୃଦ୍ଧିପାଇବ। ହଳଦୀ ରଙ୍ଗ ମଧ୍ୟ ଦେଇପାରିବେ ଏହା ଏନର୍ଜି ଦେଇଥାଏ ଆଗକୁ ବଢିବାର।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!