ଶନିବାର ମହାଉପାୟ- କରନ୍ତୁ ଏହି ଉପାୟ ଶନିଦେବ ହେବେ ପ୍ରସନ୍ନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟଧୀଶ ବୋଲି କୁହାଯାଏ । ସେ ଲୋକମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଭଲ କର୍ମରେ ଭଲ ଫଳ ଓ ମନ୍ଦ କର୍ମରେ ଦଣ୍ଡ ଦେଇଥାନ୍ତି । ଜ୍ୟୋତିଷଙ୍କ ଅନୁସାରେ ଶନିଦେବଙ୍କର ଏହି ଦଣ୍ଡ ବିଧାନ ହେତୁ ତାଙ୍କୁ କୃର କୁହାଯାଏ । ଏହାକୁ ନେଇ ଲୋମାମାନଙ୍କ ମନରେ ଭୟ ଜାତ ହୁଏ । କିନ୍ତୁ ଶନିଦେବ କେବଳ ମନ୍ଦକର୍ମ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି । ଯଦି ଶନିଦେବ ପ୍ରସନ୍ନ ହୋଇଯାଆନ୍ତି ତେବେ ସେ ବ୍ୟକ୍ତିଙ୍କୁ ଆଶୀର୍ବାଦ ଦେଇ ବହୁତ ଉନ୍ନତି କରାଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯାହାକି ବ୍ୟକ୍ତି କଳ୍ପନା କରିପାରେ ନାହିଁ । ଯେପରିକି ମନ୍ଦ କର୍ମ କରୁଥିବା ବ୍ୟକ୍ତିକୁ ରାଜାରୁ ରଙ୍କ କରନ୍ତି ଓ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ରଙ୍କରୁ ରାଜା କରିଦିଅନ୍ତି । ବୈଦିକ ଜ୍ୟୋତିଷରେ ସପ୍ତାହକ ୭ଦିନରୁ ଶନିବାରକୁ ଭଗବାନ ଶନିଦେବଙ୍କର ଦିନ ବୋଲି କୁହାଯାଏ । ଏହି ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସହଜ ହୁଏ ବୋଲି ମନା ଯାଇଛି । ସେହିପରି ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ସକାଳ ସମୟରେ କିଛି ଜିନିଷ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ ।

ଯାହାକି ଜଣାଯାଏ ଯେ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଓ ସେହିଦିନ ସବୁ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କରିବେ । ଜ୍ୟୋତିଷଙ୍କ ଅନୁସାରେ ଶନିବାର ଦିନ ସକାଳ ସମୟରେ କିଛି ବିଶେଷ ଜିନିଷ ଦେଖିବା ବହୁତ ଶୁଭ ମନାଯାଏ, ଏହା ମାନ୍ୟତା ଅଛି କି ଏହି ଜିନିଷ ଦେଖିବା ଏକ ସଙ୍କେତ ହୋଇଥାଏ । ଯାହା କି ଆପଣଙ୍କର ଦିନ କେବଳ ଶୁଭ ହେବା ସହିତ ଆପଣଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ମଧ୍ୟ ରହିଥାଏ ।

ପଣ୍ଡିତଙ୍କ ଅନୁସାରେ ଶନିଦେବ ଲୋକମାନଙ୍କର କର୍ମ ଅନୁସାରେ ଫଳ ଦେଇଥାନ୍ତି । ଯଦି ଶନିବାର ଦିନ କିଛି ଶୁଭ ସଙ୍କେତ ଦେଖାଯାଏ ତେବେ ସେହି ସମୟରେ କରିଥିବା ସଠିକ୍ କାର୍ଯ୍ୟ ଶନିଦେବଙ୍କର କୃପାର ପାତ୍ର ହୋଇଥାନ୍ତି ।

ଶନିବାର ଦିନ ଶନିଦେବଙ୍କ ସଙ୍କେତ-

୧- ଶନିବାର ଦିନ ସକାଳୁ ସଫେଇ କର୍ମଚାରୀଙ୍କୁ ଦେଖିବା ଶୁଭ କୁହାଯାଏ । ଏହିପରି ଶନିଦେବଙ୍କ କୃପା ରହିବା ପାଇଁ ଶୁଦ୍ଧ ମନରେ ସେହି ସଫେଇ କର୍ମଚାରୀଙ୍କୁ କିଛି ପଇସା ଓ କଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ।

୨- ଶନିବାର ଦିନ ସକାଳୁ କଳା ରଙ୍ଗର କୁକୁର ଦେଖିବା ମଧ୍ୟ ଶୁଭ ହୋଇଥାଏ । ଏହା ଶାଣିଦେବଙ୍କ ସଙ୍କେତ ଅଟେ । ମାନ୍ୟତା ଅନୁସାରେ ଯଦି ଶନିବାର ଦିନ କଳା କୁକୁରକୁ ଦେଖିବେ ତେବେ ତାକୁ ରୋଟି ବା ବିସ୍କୁଟ୍ ଆଦି ଖାଇବାକୁ ଦିଅନ୍ତୁ ।

୩- କୁହାଯାଏ କି ଯଦି ଆପଣ ପ୍ରତି ଶନିବାର  କଳା କୁକୁରକୁ ରୋଟି ବା ବିସ୍କୁଟ୍ ଆଦି ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଉପରେ ଶନିଦେବଙ୍କର କୃପା ସର୍ବଦା ମିଳିଥାଏ ।

୪- ଏହା ବ୍ୟତୀତ ଯଦି ଶନିବାର ଦିନ କୌଣସି ଗରିବ ବା ଭିକାରି ଦେଖା ଦିଅନ୍ତି ତେବେ ତାଙ୍କୁ ନିଶ୍ଚୟ କିଛି ଦାନ କରନ୍ତୁ । କୁହାଯାଏ କି ଏହପରି କଲେ ଶନିଦେବ ଖୁସି ହୁଅନ୍ତି ।

୫- ଯଦି କୌଣସି ଗରିବ ବା ଭିକାରିଙ୍କୁ ଅପମାନ କରନ୍ତି ତେବେ ଶନିଦେବ କ୍ରୋଧିତ ହୁଅନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!