ଜାଣନ୍ତୁ ଭାରତୀୟ ମହିଳା ମାନଙ୍କର ଶୃଙ୍ଗାର ଚିହ୍ନର ମହତ୍ଵ ଓ ବୈଜ୍ଞାନିକ ତଥ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଝିଅମାନେ ବିବାହ କରିବାକୁ ସ୍ଵପ୍ନ ଦେଖିଥାନ୍ତି । ବିବାହ ପରେ ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯାଏ । ଆମ ଦେଶରେ ମହିଳା ମାନଙ୍କର ଶୃଙ୍ଗାରର ବହୁତ ମହତ୍ଵ ରହିଛି । ବିବାହ ପରେ ଏହି ଶୃଙ୍ଗାର ଲଗେଇବାର ଏକ ରହସ୍ୟ ମଧ୍ୟ ରହିଛି । ଆପଣ ଜାଣନ୍ତି କି ଶୃଙ୍ଗାର ଲଗେଇବାର ରହସ୍ୟ କଣ ଅଛି ? ବିବାହ ପରେ ମହିଳାମାନେ ମଥାରେ ସିନ୍ଦୂର କାହିଁକି ଲଗେଇଥାନ୍ତି ? ମଥାରେ ସିନ୍ଦୂର ଲଗେଇବାର ପଛରେ କେଉଁ ଧାର୍ମିକ ମାନ୍ୟତା ଅଛି ଓ ଏହାର ବୈଜ୍ଞାନିକ ରହସ୍ୟ କଣ ?

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭାରତରେ ସଧବା ସ୍ତ୍ରୀଙ୍କ ପାଇଁ ସିନ୍ଦୂର ଲଗେଇବା ବାଧ୍ୟକତା ବୋଲି କାହିଁକି କୁହାଯାଇଛି । ବିବାହ ବେଳେ ମହିଳାମାନେ ମଥାରେ ସିନ୍ଦୂର ଲଗେଇବା ପରମ୍ପରାକୁ ବିଶେଷ ମହତ୍ଵ କାହିଁକି ଦିଆଯାଇଛି ? ଯଦି ଆପଣ ଏହି ପ୍ରଶ୍ନ ର ଉତ୍ତର ଜାଣିନାହାଁନ୍ତି ତେବେ ଆସନ୍ତୁ ଜାଣିବା ସିନ୍ଦୂର ଲଗେଇବାର ମାନ୍ୟତା ଓ ତାର ବୈଜ୍ଞାନିକ ରହସ୍ୟ ବିଷୟରେ ।

୧- ଆମ ଦେଶରେ ସିନ୍ଦୂର ସଧବା ସ୍ତ୍ରୀମାନଙ୍କର ଏକ ଚିହ୍ନ ଅଟେ । ସେଥିପାଇଁ ବିବାହ ବେଳେ ବର କନ୍ୟାକୁ ସିନ୍ଦୂର ପିନ୍ଧାଇବାର ବିଧି ରହିଛି ।

୨- ସିନ୍ଦୂର ସଧବା ସ୍ତ୍ରୀମାନଙ୍କର ଶୃଙ୍ଗାରରେ ବିଶେଷ ମହତ୍ବପୂର୍ଣ୍ଣ ସ୍ଥାନ ରହିଛି । ତେଣୁ ବିବାହ କରିଥିବା ମହିଳାମାନେ ମଥାରେ ସିନ୍ଦୂର ଲଗେଇଥାନ୍ତି ।

୩- ପୌରାଣିକ କଥା ଅନୁସାରେ ଦେବୀ ପାର୍ବତୀ ତାଙ୍କ ସ୍ଵାମୀ ଭଗବାନ ଶିବଙ୍କୁ ଖରାପ ନଜରରୁ ରକ୍ଷା କରିବା ପାଇଁ ସିନ୍ଦୂର ଲଗାଉଥିଲେ । ସେହିପରି ମାତା ସୀତା ଦେବୀ ମଧ୍ୟ ଭଗବାନ ଶ୍ରୀ ରାମଙ୍କର ଲମ୍ବା ଆୟୁଷ ପାଇଁ  ସିନ୍ଦୂର ଲଗାଉଥିଲେ ।

୪- ଧାର୍ମିକ ମାନ୍ୟତା ଅଛି କି ମାତା ଲକ୍ଷ୍ମୀ ପୃଥିବୀରେ ପାଞ୍ଚଟି ସ୍ଥାନରେ ବାସ କରିଛନ୍ତି । ଯାହା ମଧ୍ୟରୁ ମହିଳାଙ୍କ ମଥାରେ ମଧ୍ୟ ଅଛନ୍ତି । ସେଥିପାଇଁ ବିବାହିତ ମହିଳାମାନେ ମଥାରେ ମାତା ଲକ୍ଷ୍ମୀଙ୍କ ପ୍ରିୟ ସିନ୍ଦୂର ଲଗେଇଥାନ୍ତି । ଯାହାକି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଓ ଘରେ ସର୍ବଦା ସୁଖ ସମୃଦ୍ଧି ମିଳିଥାଏ ।

୫- ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନେ ମଥାରେ ଲାମ୍ବା ଆକାରରେ ସିନ୍ଦୂର ଲଗେଇଥାନ୍ତି ତାଙ୍କର ସ୍ଵାମୀଙ୍କୁ ବହୁତ ମାନ ସମ୍ମାନ ମିଳିଥାଏ ।

୬- ସିନ୍ଦୂରରେ ପାରାଧାତୁ ପରି ଜିନିଷ ରହିଥାଏ, ଯାହା କି ମହିଳାମାନଙ୍କର ବୃଦ୍ଧି ପାଉଥିବା ବୟସର ସଂକେତ ଶୀଘ୍ର ଜଣାପଡେ ନାହିଁ ଓ ବହୁତ ସୁନ୍ଦରୀ ଦେଖାଯାଆନ୍ତି ।

୭- ସିନ୍ଦୂର ଲଗେଇଲେ ସ୍ତ୍ରୀଙ୍କ ଶରୀରରେ ସ୍ଥିତ ବୈଦୁତିକ ଉତ୍ତେଜନା ନିୟନ୍ତ୍ରିତ ରୁହେ ।

୮- ଲାଲ୍ ରଙ୍ଗ ମହିଳାମାନଙ୍କର ଖୁସୀ, ଶକ୍ତି, ସ୍ୱାସ୍ଥ୍ୟ, ସୁନ୍ଦରତା ଆଦି ସହିତ ଜଡିତ ହୋଇଛି, ସେଥିପାଇଁ ମଥାରେ ସିନ୍ଦୂର ଲଗେଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

୯- ମହିଳାମାନେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । କଦାପି ଅନ୍ୟ ମହିଳାଙ୍କର ସିନ୍ଦୂର ଲଗାନ୍ତୁ ନାହିଁ କିମ୍ବା ନିଜର ସିନ୍ଦୂର କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ଏଥିରେ ସ୍ଵାମୀଙ୍କର ଭଲ ପାଇବା କମି ଯାଏ ।

୧୦- କଦାପି ନ ଗାଧୋଇ ସିନ୍ଦୂର ଲଗାନ୍ତୁ ନାହିଁ । ଯଦି ସିନ୍ଦୂର ଲଗେଇବା ବେଳେ ତଳେ ପଡିଯାଏ ତେବେ ତାକୁ ଉଠାଇ ସେହି ଡବାରେ ରଖନ୍ତୁ ନାହିଁ । ତଳେ ପଡିଥିବା ସିନ୍ଦୂର ଲଗାଇବା ଅନୁଚିତ୍ ।

ବିବାହ ପରେ ମହିଳାମାନେ ବିନ୍ଦି ଲଗାନ୍ତି କାହିଁକି ?

କନ୍ୟାର ମଥାରେ ବିନ୍ଦି ବିବାହ କରିଥିବାର ପ୍ରତୀକ ଅଟେ । କନ୍ୟାର ଶୃଙ୍ଗାର ଓ ବିବାହର ପରମ୍ପରାରେ ବିନ୍ଦି ର ବିଶେଷ ମହତ୍ଵ ରହିଛି । ବିବାହ ପରେ ମହିଳାମାନେ ମଥାରେ ସିନ୍ଦୁର ଓ ବିନ୍ଦି ନିଶ୍ଚୟ ଲଗାଇଥାନ୍ତି । ମହିଳାମାନଙ୍କର ଶୃଙ୍ଗାରକୁ ଧ୍ୟାନରେ ରଖି ବର୍ତ୍ତମାନ ଅନେକ ପ୍ରକାର ଡିଜାଇନ୍ ର ବିନ୍ଦି ବିକ୍ରି ହେଉଛି ।

ଧାର୍ମିକ ମାନ୍ୟତା ଅନୁସାରେ ବିନ୍ଦିକୁ ତ୍ରିନେତ୍ର ର ପ୍ରତୀକ କୁହାଯାଇଛି । ଦୁଇଟି ଆଖିର ଗୋଟିଏକୁ ସୂର୍ଯ୍ୟ ଓ ଅନ୍ୟଟିକୁ ଚନ୍ଦ୍ର ବୋଲି କୁହାଯାଇଛି । ଯାହା କି ବର୍ତ୍ତମାନ ଓ ଭୂତକାଳକୁ ଦେଖିପାରୁଛି । ସେହିପରି ବିନ୍ଦି ତ୍ରିନେତ୍ରର ପ୍ରତୀକ ରୂପରେ ଭବିଷ୍ୟତରେ ଆସିବାକୁ ଥିବା ସଂକେତ ଦେଇଥାଏ ।

ଧାର୍ମିକ ମାନ୍ୟତା ଅନୁସାରେ ଚଞ୍ଚଳ ମନକୁ ଏକାଗ୍ର କରିବାରେ ବିନ୍ଦି ଜଡିତ ଅଛି । ମହିଳାମାନେ ଯେଉଁଠାରେ ବିନ୍ଦି ଲଗାଇଥାନ୍ତି ସେଠାରେ ଆଜ୍ଞା ଚକ୍ର ଥାଏ ଓ ବିନ୍ଦି ଲଗାଇଲେ ଆଜ୍ଞାଚକ୍ରରେ ପ୍ରଭାବ ପଡିଥାଏ, ଯେଉଁଥିରେ କି ମନକୁ ନିୟନ୍ତ୍ରିତ କରାଯାଇପାରେ ।

ବୈଜ୍ଞାନିକ ମାନ୍ୟତା ଅନୁସାରେ ବିନ୍ଦି ଲଗାଇଲେ ସେ ମହିଳାଙ୍କର ଆଜ୍ଞା ଚକ୍ର ସକ୍ରିୟ ହୋଇଥାଏ । ଏହି ମହିଳାଙ୍କୁ ଆଧ୍ୟାତ୍ମିକ ରହିବାରେ ତଥା ଆଧ୍ୟାତ୍ମିକ ଊର୍ଜାକୁ ପ୍ରସ୍ତୁତ ରଖିବାରେ ସାହାଯ୍ୟ କରିଥାଏ । ବିନ୍ଦି ଆଜ୍ଞା ଚକ୍ରକୁ ସନ୍ତୁଳିତ କରିବାରେ କନ୍ୟାକୁ ଊର୍ଜାବାନ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!