ଶନି ଦେବ ଗୋଚରରେ କେଉଁ ଭାବରେ ରହି କଣ ଦେବେ ଫଳ ଓ କେମିତି କରିବେ ଏହାର ପ୍ରତିକାର ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗ୍ରହରାଜ ଶନିଶ୍ଚର ପୀତବର୍ଣ୍ଣ । କଳା ଓ ଦୁର୍ବଳ ଶରୀର, ମୋଟାଦାନ୍ତ,  ରୁକ୍ଷ କେଶ । ତାମସିକ ପ୍ରକୃତି, ତାପକାରକ । ଦିନର ଅନ୍ତିମ ସମୟରେ ବହୁତ ବଳବାନ । ଶନି ନ୍ୟାୟ ତଥା ସନ୍ତୁଳନ ଗ୍ରହ । ମନୁଷ୍ୟ ଶରୀରର ଉଦର ତଥା ଜଙ୍ଘରେ ବାସ କରନ୍ତି । ଜାତକ ପ୍ରତି ଯଦି ଶୁଭ ଅଛନ୍ତି ତେବେ ଶ୍ରୀବୃଦ୍ଧି କରିଥାନ୍ତି । ଧନ ସମ୍ପତ୍ତିକୁ ସଦୁପଯୋଗ କରାଇ ଥାଆନ୍ତି । ଗୃହସ୍ଥକୁ ସୁଖୀ ରଖନ୍ତି । ଧର୍ମ ପ୍ରତି ଅଭିରୁଚି ବଢାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶନି ପାପଭାଗୀ, ମନୁଷ୍ୟମାନଙ୍କର ନୀଚ୍ଚ ସ୍ଥାନରେ ରହି ଭାଗ୍ୟ ହରଣ କରନ୍ତି । ମନୁଷ୍ୟକୁ ମହାକାଙ୍ଗାଳ କରିଦିଅନ୍ତି ।

ବ୍ୟକ୍ତି ମରିବାକୁ ଚାହିଁଲେ ଶନିଗ୍ରହ ମରିବାକୁ ଦିଅନ୍ତି ନାହିଁ । ଶନିଦଶା ପଡିଲେ ବିବେକ ନଷ୍ଟ ହୋଇଯାଏ । ପ୍ରୟାସ କଲେ ସୁଦ୍ଧା କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ଚିଡିଚିଡା ସ୍ୱଭାବ ହୋଇଯାଏ । ସାଙ୍ଗସାଥୀ ଓ ଚାକିରୀ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ କଳିଗୋଳ ହୁଏ । ବ୍ୟବସାୟରେ ହାନୀ ଘଟେ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ମନଯୋଗ ଦିଅନ୍ତି ନାହିଁ । ପତି-ପତ୍ନୀ ମଧ୍ୟରେ ସମୟ ସମୟରେ ଝଗଡା ଲାଗିରହେ । ପିଲାମାନେ ବାପା ମାଆଙ୍କ କଥାକୁ ପାଳନ କରନ୍ତି ନାହିଁ । ପ୍ରେମିକ ପ୍ରେମିକାମାନଙ୍କର ପୂର୍ବ ପ୍ରେମ ସମ୍ପର୍କ ଛିନ୍ନ ହୋଇଯାଏ । ପରସ୍ପର ମଧ୍ୟରେ ବୈରତା ଦେଖାଯାଏ ।

ବର୍ତ୍ତମାନ ସମୟରେ ଶନି ଗ୍ରହଙ୍କ ମହିମା ବିଷୟରେ ଭଲଭାବରେ ବୁଝି-ସୁଝି ତାଙ୍କୁ ପୂଜା ଅର୍ଚନା କରୁଛନ୍ତି ଓ ମନରେ ଭୟ ମଧ୍ୟ ଦୂର ହୋଇ ଯାଇଛି । ଯଦି ପୂର୍ବଜନ୍ମରେ କର୍ମର ଫଳ ଭଲ ହୋଇଥିବ ତେବେ ଏହି ଜନ୍ମରେ ଅବଶ୍ୟ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । କାରଣ ପୂର୍ବଜନ୍ମର କର୍ମର ଫଳ ଦ୍ୱାରା ଏହି ଜନ୍ମର ଜାତକରେ ଶନିଙ୍କ ସ୍ଥିତି ଅନୁକୂଳ ହେବ । ଯଦି ଜାତକରେ ଶନିଙ୍କ ସ୍ଥିତି ଭଲ ନାହିଁ ତେବେ କିଛି ଭଲ କର୍ମ କରି ଶନିଦେବଙ୍କୁ ପ୍ରସନ୍ନ କରିପାରିବେ । ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ଶନିଦେବ ମୁଖ୍ୟ ନ୍ୟାୟଧିଶ ଅଟନ୍ତି ।

ସ୍ୱୟଂ ଭଗବାନ ଶିବ ଶନିଦେବଙ୍କୁ ଏହି ଦାଇତ୍ଵ ଦେଇଛନ୍ତି । ଯଦି ଆପଣ କିଛି ଭୂଲ୍‌ କରିଛନ୍ତି ତେବେ ନିଜ ଅପରାଧକୁ ସ୍ୱୀକାର କରି ଶନିଦେବଙ୍କ ନିକଟରେ ପୂଜା ଅର୍ଚନା, ଦାନ-ଧର୍ମ କରି ଶନିଦେବଙ୍କୁ ପ୍ରସନ୍ନ ସନ୍ତୁଷ୍ଟ କଲେ ଆଶୀର୍ବାଦ ପ୍ରାପ୍ତ ହୋଇ ପାରିବେ । ଶନିଦେବ ଖରାପ ସ୍ଥିତିରେ ଥିଲେ ସବୁ ଦୁଃଖ ଭରି ଦିଅନ୍ତି, କିନ୍ତୁ ଭଲ ସ୍ଥିତିରେ ଥିଲେ ଶନିଦେବ ରାଜା କରିଦିଅନ୍ତି ଅର୍ଥାତ୍‌ ସବୁ ସୁଖ ପ୍ରାପ୍ତ ହୋଇଥାଏ ।

ଶନି ପ୍ରଧାନ ବ୍ୟକ୍ତି ଅର୍ଥାତ୍‌ ଯେଉଁମାନଙ୍କ ଲଗ୍ନରେ ଶନି ଉଚ୍ଚସ୍ଥାନରେ ଥାଆନ୍ତି ସେଭଳି ବ୍ୟକ୍ତି କୁଶାଗ୍ର ବୃଦ୍ଧି, ସହନଶୀଳ, ପରୋପକାରୀ, ଅନ୍ତର୍ମୂଖୀ, ମାନବ ପରୀକ୍ଷକ, ଏକାନ୍ତ ପ୍ରିୟ, ଚିନ୍ତନଶୀଳ, ପଦପଦବୀ ଆଶାୟୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ କେତେକଙ୍କର ଅବଗୁଣ ମଧ୍ୟ ଥାଏ । ଏମାନେ କୃପଣ, ଆଳସ୍ୟ ପରାୟଣ, କଳହପ୍ରିୟ, ପରନିନ୍ଦୁକ ହୋଇଥାନ୍ତି । ଶନି ପ୍ରଧାନ ଲୋକମାନେ କଳାରଙ୍ଗକୁ ପସନ୍ଦ କରନ୍ତି ।

ଶନି ଜନ୍ମ କୁଣ୍ଡଳୀରେ ଯେଉଁ ଭାବରେ ଥାଆନ୍ତି ତୃତୀୟ, ସପ୍ତମ ଓ ଦଶମ ସ୍ଥାନକୁ ପୂର୍ଣ୍ଣଦୃଷ୍ଟିରେ ଦେଖୁଥାନ୍ତି । ଶନି ତୁଳା ରାଶିରେ ଉଚ୍ଚ ଓ ମେଷ ରାଶିରେ ନୀଚ୍ଚ ହୋଇଥାନ୍ତି । ଶନିଙ୍କର ତୀକ୍ଷଣ ଦୃଷ୍ଟି ତଥା ତତ୍କାଳିକ । ଶନିଙ୍କର ମିତ୍ର ବୁଧ, ଶୁକ୍ର, ରାହୁ ଓ କେତୁ । ଶନିଙ୍କର ଶତୃ ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳ ଏବଂ ସାମାନ୍ୟ ଭାବଗ୍ରହ ଗୁରୁ । ଶନି ଗୋଟିଏ ଗୋଟିଏ ରାଶିରେ ୩୦ମାସ ରୁହନ୍ତି । ଏହିପରି ଭାବରେ ୩୦ବର୍ଷରେ ଥରେ ଶନି ପ୍ରତ୍ୟେକ ରାଶିକୁ ଗମନ କରନ୍ତି ।

ଯଦି ଜନ୍ମ କୁଣ୍ଡଳୀରେ ଶନି ଶତୃ ସ୍ଥାନରେ ବସନ୍ତି ଜାତକ ବଳିଷ୍ଠ, ବୀର, ସାହସୀ, ଦୃଢ଼ତା, ବିଚାରବନ୍ତ, ଲଢୁଆ ପ୍ରକୃତି ଓ ଶତୃ ଦମନକାରୀ ହୋଇଥାନ୍ତି । ଏପରି ବ୍ୟକ୍ତି ଯୋଗୀ ରୋଗୀ, କବି, ଜାତି ବିରୋଧି, ଆଚାର ବିଚାର ନିୟମହୀନ, ଶ୍ୱାସ ଅଥବା ଯକ୍ଷ୍ମା ରୋଗରେ ପୀଡିତ ହୋଇଥାନ୍ତି । ସୁସ୍ୱାଦୁ ଭୋଜନ ପ୍ରତି ଲାଳସା ରଖନ୍ତି । ଏହାଙ୍କ ଅଧୀନସ୍ଥ କର୍ମଚାରୀ ଲାଭଦାୟକ ନୁହଁନ୍ତି । ମିତ୍ରଙ୍କ ପକ୍ଷରୁ ସର୍ବଦା ଧୋକା ପାଇଥାନ୍ତି । ତୁଳା ରାଶିରେ ଶନି ଯଦି ଷଷ୍ଠ ଘରେ ରୁହନ୍ତି ଜାତକ ନିରନ୍ତର ଉନ୍ନତିର ସିଢିରେ ଚଢିଚାଲନ୍ତି ।

ସମ୍ମାନ ବୃଦ୍ଧି ହୁଏ । ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି କରିଥାନ୍ତି । ସନ୍ତାନ ସନ୍ତତିକୁ ରକ୍ଷା କରିଥାନ୍ତି ଓ ବଂଶ ବିସ୍ତାରରେ ସହାୟକ ହୋଇଥାନ୍ତି । ଶନି ଉଚ୍ଚ ସ୍ଥାନରେ ରହିଲେ ମନୁଷ୍ୟ କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର, ସିମେଟ ଆଦି ବ୍ୟବସାୟରେ ସଫଳତା ଲାଭ କରିଥାନ୍ତି । ଉଚ୍ଚ ରାଜନୈତିକ ପଦ ପ୍ରାପ୍ତ ହୁଅନ୍ତି । ରାଜଦୂତ, ମନ୍ତ୍ରୀ, ସାଂସଦ ସଭାପତି ଭଳି ପଦ ପାଇପାରନ୍ତି ।

୧- ଗ୍ରହରଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ । ରାଜା ଦଶରଥଙ୍କ କୃତ ଶନି ସ୍ତୋତ୍ର ପାଠ କରି ପାରିଲେ ବହୁତ ଭଲ ହେବ ।

୨- ପ୍ରତି ଶନିବାର ଦିନ କିଛିବୁଟ, ରାଶି, କୋଳଥ କିମ୍ବା ବିରି ଧରି ଶନିଙ୍କୁ ଧ୍ୟାନ କରି । ଦରିଦ୍ରକୁ ଦାନ ଦେଇଦେବେ ।

୩- କାଳିଗାଈକୁ ପ୍ରତିଦିନ କିଛି ଖାଇବାକୁ ଦେଇ ଶନିଙ୍କୁ ସ୍ମରଣ କରି କହିବେ ଯେ- ହେ ଶନି ଦେବ! ମୁଁ ଆପଣଙ୍କ ନିମିତ୍ତ ଏହା ଦାନ କରୁଛି, କୃପାକରି ଏହା ସ୍ୱୀକାର କରନ୍ତୁ । ପ୍ରଭୁ ମୋର ସବୁ କଷ୍ଟ ଦୂର କରି ଦିଅନ୍ତୁ ।

୪- ପ୍ରତିଦିନ ହନୁମାନ ଚାଳିଶା ପାଠକରି ପାରିଲେ ବହୁତ ଭଲ ହେବ । ଶନିପୂଜା କରିବା ବେଳେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରିବା ଉଚିତ୍‌ ।

୫- ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍ । ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ ଓ ଚତୁର୍ଦ୍ଦଶୀ ତିଥିରେ ଯେଉଁ ଶନିବାର ପଡିବ ସେହିଦିନ ଶନିପୂଜା ଆରମ୍ଭ କରିବେ । ଏହିପୂଜା ୨୧ଦିନ ପର୍ଯ୍ୟନ୍ତ କରିବାକୁ ହେବ । ମନେରଖିବା ଉଚିତ୍‌ ଯେ ଅଷ୍ଟମୀ, ସପ୍ତମୀ ତଥା ଏକାଦଶୀରେ ଏହି ପୂଜା କଦାପି ଆରମ୍ଭ କରିବ ନାହିଁ ।

୬- ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ ।

୭- ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ ।

୮- ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

ଶନି ଗ୍ରହଙ୍କୁ ବିଧିପୂର୍ବକ ପୂଜା କରାଗଲେ ଶନି ପ୍ରସନ୍ନ ହୁଅନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!