ଦୀର୍ଘ ୩୦ ବର୍ଷ ପରେ ଉତ୍ତରାଷାଢା ନକ୍ଷତ୍ର ମକର ରାଶିକୁ ଗ୍ରହରାଜ ଶନି ସଂଚାରହେବେ, ସ୍ଵ ଗୃହକୁ ଆସିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା ଜାନୁୟାରୀ ମାସ ୨୪ ତାରିଖ ଶୁକ୍ରବାର ଗ୍ରହରାଜ ଶନିଶ୍ଚର ଉତ୍ତରାଷାଢା ନକ୍ଷତ୍ର ମକର ରାଶିକୁ ସଂଚାରହେବେ । ତେବେ ପ୍ରତ୍ୟକ ୩୦ ବର୍ଷକୁ ଥରେ ଶନି ଗୋଟେ ରାଶିକୁ ଅତିକ୍ରମ କରନ୍ତି । ତେବେ ସେହିଭଳି ଏହି ବର୍ଷ ମଧ୍ୟ ଦୀର୍ଘ ୩୦ ବର୍ଷ ପରେ ଶନି ନିଜ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ତାଙ୍କର ପ୍ରଭାବ ଏବଂ ଅଶୁଭତ୍ଵ ଥିଲେ କଣ କରିବେ ପ୍ରତିକାର ଆସନ୍ତୁ  ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଗ୍ରହରାଜ ଶନିଶ୍ଚର ଦଶମ ଭାବରେ ରହି ବ୍ୟୟଭାବ, ସୁଖଭାବ ଓ ଜାୟା ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ପଦ ପଦବୀ ପ୍ରାପ୍ତି, ଧାନ ସମ୍ପତ୍ତି ବୃଦ୍ଦି ହେବାସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ। ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ। ନୂତନ କର୍ମରେ ନିଯୁକ୍ତି ପାଇବେ। ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ। ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ। ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ। କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।୧- ଗ୍ରହରଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ। ରାଜା ଦଶରଥଙ୍କ କୃତ ଶନି ସ୍ତୋତ୍ର ପାଠ କରି ପାରିଲେ ବହୁତ ଭଲ ହେବ।

ବୃଷ:-

ଗ୍ରହରାଜ ଶନିଶ୍ଚର ନବମ ଭାବରେ ରହି ଆୟଭାବ ବିକ୍ରମଭାବ ଓ ଶତ୍ରୁ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ଶତୃମାନେ ଦୂରେଇ ଯିବେ ନତୁବା ପରାଜିତ ହେବେ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ମଧ୍ୟ ସଫଳତା ପ୍ରାପ୍ତ ହେବ। ଶାରୀରିକ ଅସୁସ୍ଥତା ଦୂର ହେବା ସହ ପୁରାତନ ରୋଗର ପ୍ରକୋପ କମିଯିବ। ନୂତନ ଦ୍ରବ୍ୟ କ୍ରୟ କରିବେ। ଜାଗାଜମି, ଗୃହ ଉପକରଣ କ୍ରୟ କରି ପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ। ଆୟ ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ। ବ୍ୟବସାୟ ବଢ଼େଇବା ପାଇଁ ବନ୍ଧୁମିତ୍ରଙ୍କ ସହଯୋଗରେ ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତି ହେବ। ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ। ଦାମ୍ପତ୍ୟ ସୁଖରେ ଖୁସି ହେବେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟରମାନେ ଆନନ୍ଦିତ ହେବେ। ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ବାକିଥିବା ଅର୍ଥ ଚେଷ୍ଟା କଲେ ମିଳିଯାଇପାରିବ। ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ। ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ପାରିବାରିକସ୍ତର ହସ ଖୁସିରେ କଟିବ। ପ୍ରତି ଶନିବାର ଦିନ କିଛିବୁଟ, ରାଶି ଓ ବିରି ବା କୋଳଥ ଧରି ଶନିଙ୍କୁ ଧ୍ୟାନ କରି। ଦରିଦ୍ରକୁ ଦାନ ଦେଇଦେବେ।

ମିଥୁନ:-

ଗ୍ରହରାଜ ଶନିଶ୍ଚର ଅଷ୍ଟମ ଭାବରେ ରହି କର୍ମଭାବ, ଧନଭାବ ଓ ସନ୍ତାନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଖୁସି ହେବେ। ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ଥିରତା ଦେଖାଦେବ। ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ। ଯାତ୍ରା ଫଳରେ ଉତ୍ସାହିତ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ସମସ୍ତ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବା ସହ ମାନସିକ ଶାନ୍ତି ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରିବେ। ଶତୃମାନେ ଦୂରେଇ ଯିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ଧନର ଆଗମନ ହୋଇପାରେ। ପୁରାତନ ରୋଗରୁ ଉପଶମ ମିଳିବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ରାଜନୀତି କ୍ଷେତ୍ରରେ ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ। କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। କାଳିଗାଈକୁ ପ୍ରତିଦିନ କିଛି ଖାଇବାକୁ ଦେଇ ଶନିଙ୍କୁ ସ୍ମରଣ କରି କହିବେ ଯେ- ହେ ଶନି ଦେବ! ମୁଁ ଆପଣଙ୍କ ନିମିତ୍ତ ଏହା ଦାନ କରୁଛି, କୃପାକରି ଏହା ସ୍ୱୀକାର କରନ୍ତୁ। ପ୍ରଭୁ ମୋର ସବୁ କଷ୍ଟ ଦୂର କରି ଦିଅନ୍ତୁ।

କର୍କଟ:-

ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ, ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ। ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ବାସସ୍ଥାନ ବା ଯାନବାହାନର ନବୀକରଣ କରିପାରନ୍ତି। ପରିବାରରେ ଓ କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ଵ ନେଇ ସୂଚାରୁରୂପେ ତୁଲେଇବା ଯୋଗେ ପ୍ରଶଂସିତ ହେବେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ। ପୁରୁଣା ପ୍ରାପ୍ୟ ଆଦାୟ ହୋଇଯିବା ଫଳରେ  ଆନନ୍ଦ ଉଲ୍ଲାସରେ ସମୟ ବିତାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇ କର୍ମ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ ହେବ। ସାଂସାରିକ ଜୀବନ ସୁଖମୟ ହେବ। ଭୋଗବିଳାସ ଓ ଆନନ୍ଦରେ ସମୟ ଅତିବାହିତ କରିବେ। ଭାଇ ଭଉଣୀ ଓ ବନ୍ଧୁମିତ୍ରଙ୍କ ସହ ଉତ୍ତମ ସମ୍ପର୍କ ରହିବା ଯୋଗେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦିତ ହେବେ। ସରକାରୀ ସାହାଯ୍ୟ ମିଳିପାରେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ ଓ ମୁଣ୍ଡ ଉଚ୍ଚ ରହିବ। ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟି ହୋଇ ନୂଆ ଚାକିରୀରେ ଯୋଗ ଦେଇପାରନ୍ତି। ନୂତନ ବସ୍ତୁ କ୍ରୟ କରିପାରିବେ। କର୍ମକ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍। ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ ଓ ଚତୁର୍ଦ୍ଦଶୀ ତିଥିରେ ଯେଉଁ ଶନିବାର ପଡିବ ସେହିଦିନ ଶନିପୂଜା ଆରମ୍ଭ କରିବେ। ଏହିପୂଜା ୨୧ଦିନ ପର୍ଯ୍ୟନ୍ତ କରିବାକୁ ହେବ। ମନେରଖିବା ଉଚିତ୍‌ ଯେ ଅଷ୍ଟମୀ, ସପ୍ତମୀ ତଥା ଏକାଦଶୀରେ ଏହି ପୂଜା କଦାପି ଆରମ୍ଭ କରିବେ ନାହିଁ। ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ।

ସିଂହ:-

ଗ୍ରହରାଜ ଶନିଶ୍ଚର ଶତ୍ରୁ ଭାବରେ ରହି ନିଧନଭାବ, ବ୍ୟୟଭାବ ଓ ବିକ୍ରମ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ। ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ସହଯୋଗୀମାନେ ସହଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଶିକ୍ଷକ, ପ୍ରଶିକ୍ଷକ, ନେତା, ରସାୟନଜ୍ଞ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ କିମ୍ବା ଏହି କ୍ଷେତ୍ରରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ। ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାର ପ୍ରଭାବିତ ହେବା ଫଳରେ ଯଶ ପ୍ରାପ୍ତି ହେବ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଓ ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ। ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍। ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ।

କନ୍ୟା:-

ଗ୍ରହରାଜ ଶନିଶ୍ଚର ସନ୍ତାନ ଭାବରେ ରହି ଜାୟାଭାବ, ଆୟଭାବ ଓ ଧନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ମିଳାମିଶା କରିବାର ସୁଯୋଗ ପାଇବେ। ଆୟ ବୃଦ୍ଧି ହେବା ଫଳରେ ଯଥା ଜାଗାରେ ଧନ ନିବେଶ କରିପାରିବେ। ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତିରେ ବାଧା ଦେଖାଦେଇପାରେ କିନ୍ତୁ ଠିକ୍ ସମୟରେ ସମସ୍ୟା ସମାଧାନ ହୋଇ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ। ଇଛା କରୁଥିବା ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ। ନୂତନ କର୍ମରେ ନିଯୁକ୍ତି ପାଇବେ। ପାରିବାରିକ କ୍ଷେତ୍ରରେ ସଂଯମତା ରକ୍ଷା କରି କଥାବାର୍ତ୍ତା କଲେ ସମସ୍ତ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ କରିପାରିବେ। ରାଜନୀତି କ୍ଷେତ୍ରରେ  କଳହ, ସହକର୍ମୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ। ଶିକ୍ଷାକ୍ଷେତ୍ରରେ ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ। ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ। କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲଭାବରେ ବୁଝିସୁଝି ସିଦ୍ଧାନ୍ତ ନେବା ଉଚିତ୍। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସମ୍ପନ୍ନ ହେବ। ବୈଷୟିକ ଅଭିବୃଦ୍ଧି ଘଟିବା ସହ ଧନ ସମୃଦ୍ଧିଯୁକ୍ତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍। ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ ଓ ଚତୁର୍ଦ୍ଦଶୀ ତିଥିରେ ଯେଉଁ ଶନିବାର ପଡିବ ସେହିଦିନ ଶନିପୂଜା ଆରମ୍ଭ କରିବେ। ଏହିପୂଜା ୨୧ଦିନ ପର୍ଯ୍ୟନ୍ତ କରିବାକୁ ହେବ। ମନେରଖିବା ଉଚିତ୍‌ ଯେ ଅଷ୍ଟମୀ, ସପ୍ତମୀ ତଥା ଏକାଦଶୀରେ ଏହି ପୂଜା କଦାପି ଆରମ୍ଭ କରିବ ନାହିଁ। ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍। ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ।

ତୁଳା:-

ଗ୍ରହରାଜ ଶନିଶ୍ଚର ସୁଖଭାବରେ ରହି ଶତ୍ରୁଭାବ, କର୍ମଭାବ ଓ ନିଜଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ବୈଜ୍ଞାନିକ ଓ ଚିକିତ୍ସକମାନେ ଅଧିକ ଲାଭବାନ୍ ହେବେ। ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ଆଶା ଆକାଂକ୍ଷ। ମହତ୍ଵକାଂକ୍ଷ। ପୂରଣ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇଲେ ମଧ୍ୟ ସହଯୋଗୀମାନଙ୍କର କମ୍ ସହଯୋଗ ଯୋଗେ ଅଧିକ ପରିଶ୍ରମ କରିବାକୁ ପଡିବ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ। କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ବିଦେଶ ଯାତ୍ରାରେ ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ସୁଯୋଗ ପାଇବେ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ଘରୋଇଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ସକ୍ରିୟ ହୋଇ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର ହେବ। ୫- ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍। ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ ଓ ଚତୁର୍ଦ୍ଦଶୀ ତିଥିରେ ଯେଉଁ ଶନିବାର ପଡିବ ସେହିଦିନ ଶନିପୂଜା ଆରମ୍ଭ କରିବେ। ଏହିପୂଜା ୨୧ଦିନ ପର୍ଯ୍ୟନ୍ତ କରିବାକୁ ହେବ। ମନେରଖିବା ଉଚିତ୍‌ ଯେ ଅଷ୍ଟମୀ, ସପ୍ତମୀ ତଥା ଏକାଦଶୀରେ ଏହି ପୂଜା କଦାପି ଆରମ୍ଭ କରିବ ନାହିଁ। ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ। ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ।

ବିଚ୍ଛା:-

ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହି ସନ୍ତାନଭାବ, ଭାଗ୍ୟଭାବ ଓ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ଦୀର୍ଘଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି। ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ କିମ୍ବା ଏହି ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ବିଭାଗୀୟ ପରୀକ୍ଷାରେ ଉତ୍ତିର୍ଣ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବନ୍ଧୁ ମିତ୍ରଙ୍କ ସହଯୋଗରେ ପାରିବାରିକ ସମସ୍ୟାର ସମାଧାନ କରି ଆଗକୁ ବଢିବାର ଆଶା ପୂରଣ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ଦୂରେଇଯାଇ ସମ୍ପର୍କର ମଧୁରତା ସୃଷ୍ଟି ହେବ। ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ। କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସ୍ଥିର ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍। ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ।

ଧନୁ:-

ଗ୍ରହରାଜ ଶନିଶ୍ଚର ଧନଭାବରେ ରହି ସୁଖଭାବ, ନିଧନଭାବ ଓ ଆୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ମନ ଭିତରେ ନୂତନ ଊର୍ଜାର ସଞ୍ଚାର ହେବା ସହ ସମସ୍ତ ଅବଗୁଣର ସମାପ୍ତି ହେବ। ଆର୍ଥିକସ୍ଥିତି ସୁଦୃଢ ରହିବା ସହ ଆୟ ଉପାର୍ଜନରେ ବୃଦ୍ଧି ପାଇବ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟରେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରି ପ୍ରଶଂସିତ ହେବେ। ସହଯୋଗୀମାନେ ସହଯୋଗ କରିବା ଫଳରେ ଆଶାତୀତ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନଙ୍କୁ ପରାଜିତ କରି ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାର ଇଛା ପୂରଣ ହୋଇପାରିବ। କତେକ ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ଜାଗା, ଜମି, ଗୃହ, ବାହନ କ୍ରୟ କରିପାରିବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଋଣ ପାଇଁ ଚେଷ୍ଟା କଲେ ଆବଶ୍ୟକ ଅର୍ଥ ପାଇପାରିବେ। ପାରିବାରିକ କ୍ଷେତ୍ରରେ ଆର୍ଥିକସ୍ଥିତି ସୁଧୁରିଯିବା ଫଳରେ ଶାନ୍ତି ବାତାବରଣ ଦେଖାଦେବ। କୁଟୁମ୍ବରେ କୌଣସି ବୟୋଜେଷ୍ଠ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଓ ସହଯୋଗ ପ୍ରାପ୍ତି ହେବ। କୁଟୁମ୍ବ ଓ ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅଧିକ ଧନ ଖର୍ଚ୍ଚ କରିପାରନ୍ତି। ଯୁବକ ଓ ଯୁବତୀମାନଙ୍କର ବିବାହ ସମ୍ପନ୍ନ ହୋଇଯାଇପାରେ। ନୂତନ ସଂପତ୍ତି ବା ଜାଗା, ଜମି କ୍ରୟ ବିକ୍ରୟ କରୁଥିଲେ ଆଶାତୀତ ଲାଭବାନ ହେବେ। ଗ୍ରହରଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ। ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ । ରାଜା ଦଶରଥଙ୍କ କୃତ ଶନି ସ୍ତୋତ୍ର ପାଠ କରିବେ।

ମକର:-

ଗ୍ରହରାଜ ଶନିଶ୍ଚର ନିଜ ଭାବରେ ରହି ବିକ୍ରମଭାବ, ଜାୟାଭାବ ଓ କର୍ମଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସ୍ଥଗିତଥିବା କାର୍ଯ୍ୟ ପୁନରାୟ ଚାଲୁ କରିବା ପାଇଁ ପ୍ରାୟସୀ ହେବେ। ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ। ବିଦେଶ ଯାତ୍ରା ଅଥବା ଜନ୍ମସ୍ଥାନ ଠାରୁ ଦୂରକୁ ଯାଇ କର୍ମ ବ୍ୟବସାୟ ବଢେଇବାକୁ ଚେଷ୍ଟା କରିବେ। ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ମନବାଞ୍ଛିତ କ୍ଷେତ୍ରକୁ ସ୍ଥାନାନ୍ତରଣ ହୋଇପାରିବେ। ନିଜ ଭିତରେ ସମସ୍ୟା ସମାଧାନ କରିବାର ଶକ୍ତି ବୃଦ୍ଧି ପାଇବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ବ୍ୟବସାୟ କ୍ଷେତ୍ରରେ ଭାଗୀଦାର ଓ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟିଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରି ଅଚଳାବସ୍ଥାକୁ ସୁଧାରିନେଇ ଆଶାତୀତ ଲାଭ ପାଇବେ। ନୂତନ କର୍ମ ନିଯୁକ୍ତିର ସୂଚନା ପାଇପାରନ୍ତି। ପରିବାରରେ ସୁଖଶାନ୍ତି ଫେରି ଆସିବା ସହ ପାରିବାରିକ ପରିସ୍ଥିତି ଠିକ୍ ରହି ଗୃହ ସୁଖ ମିଳିବ। ଧର୍ମାନ୍ଧତାରୁ ଦୂରେଇ ରହି ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କଲେ ବହୁତ ଦିନରୁ ରଖିଥିବା ଧନ ଖର୍ଚ୍ଚ ହୋଇ ଯାଇପାରେ। ପରୀକ୍ଷା, ପ୍ରତି ଯୋଗୀତା ସନ୍ତୋଷ ଜନକ ହେବ। ରାଜନୀତି କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟ ଭାଜନ ହେବା ସହ ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ ହେବ ଓ ନିଜ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। କାଳିଗାଈକୁ ପ୍ରତିଦିନ କିଛି ଖାଇବାକୁ ଦେଇ ଶନିଙ୍କୁ ସ୍ମରଣ କରି କହିବ ଯେ- ହେ ଶନି ଦେବ! ମୁଁ ଆପଣଙ୍କ ନିମିତ୍ତ ଏହା ଦାନ କରୁଛି, କୃପାକରି ଏହା ସ୍ୱୀକାର କରନ୍ତୁ । ପ୍ରଭୁ ମୋର ସବୁ କଷ୍ଟ ଦୂର କରି ଦିଅନ୍ତୁ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ।

କୁମ୍ଭ:-

ଗ୍ରହରାଜ ଶନିଶ୍ଚର ବ୍ୟୟ ଭାବରେ ରହି ଧନଭାବ, ଶତ୍ରୁଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବା ଫଳରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ସୁଖ ସମୃଦ୍ଧି ବୃଦ୍ଧି ହେବାସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ଦୂରଯାତ୍ରାର ସୁଯୋଗ ପାଇବେ ଓ ଯାତ୍ରାଫଳରେ ଉତ୍ସାହିତ ହେବେ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ। ନୂଆ ନିଯୁକ୍ତି ଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଲେ ସଫଳ ହେବେ। ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିପାରେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କର ବିବାହ ସମ୍ପନ୍ନ ହେବ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇପାରନ୍ତି। ଶିକ୍ଷାର୍ଥୀ ମାନଙ୍କର ଭାଗ୍ୟୋଦୟ ହେବା ସହ ଉଚଶିକ୍ଷାର ଅଭିଳାଷ ପୂର୍ଣ୍ଣ ହେବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍। ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ। ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ।

ମୀନ:-

ଗ୍ରହରାଜ ଶନିଶ୍ଚର ଆୟଭାବରେ ରହି ନିଜଭାବ, ସନ୍ତାନଭାବ ଓ ନିଧନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି। ଯାହା ଫଳରେ କର୍ମକ୍ଷେତ୍ରରେ ପଦୋନ୍ନତି, ପଦ ପଦବୀ ପ୍ରାପ୍ତି, ବିଭାଗୀୟ ଅଧିକାରୀଙ୍କ ଠାରୁ ସମ୍ମାନ ପ୍ରାପ୍ତି। ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ଆଶାତୀତ ଲାଭ ମିଳିବ। ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ। ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, ସାନିଟାରୀ, କୋରିଅର, କୋଇଲା, କୋଳଥ ଓ ବିରି ଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ କିମ୍ବା ଏହି କର୍ମରେ ନିଯୁକ୍ତି ଥିଲେ ବିଶେଷ ଲାଭବାନ୍ ହେବେ। ନୂତନ କର୍ମ ନିଯୁକ୍ତିରେ ସଫଳ ହେବେ। ପାରିବାରିକ ସମସ୍ୟା ସମାଧାନ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ବା ତିକ୍ତତାଭାବ ଦୂରେଇ ଯାଇ ସୁଖୀ ଦାମ୍ପତ୍ୟ ଜୀବନ ଭୋଗ କରିବେ। ଶିକ୍ଷାର୍ଥୀମାନଙ୍କର ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ। ବିଦେଶଯାତ୍ରା କରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ। ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ। କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରିବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସମ୍ପନ୍ନ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବୁଡ଼ି ଯାଉଥିବା ପଇସା କିମ୍ବା କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ବାଣିଜ୍ୟ ବ୍ୟବସାୟ ନବିକରଣ କରି ପ୍ରଚାର ପ୍ରସାର ଫଳରେ ଆଶାତୀତ ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇପାରନ୍ତି।  ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ । ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୧୦୮ ଥର ଜପ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!