ଯଦି କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ସକାଳୁ ଉଠି ଏହି କାମ ନିଶ୍ଚିତ କରନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ପ୍ରାତଃ ସମୟରେ ଆମର ମସ୍ତିଷ୍କ ବହୁତ ସମ୍ବେଦନଶୀଳ ଥାଏ । ଏପରି ସ୍ଥିତିରେ, ଯଦି ସେ ସକରାତ୍ମକ ଜିନିଷ ଗ୍ରହଣ କରେ ତେବେ ଜୀବନରେ କେବଳ ସକରାତ୍ମକ ଘଟଣା ଘଟିବ । ତେଣୁ ଯଦି ଆପଣ ସକାଳେ କୌଣସି ଶୁଭ ଦର୍ଶନ କରନ୍ତି ଓ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ପୁରା ଦିନଯାକ ଶୁଭ ହେବ । କେତୋଟି ଶୁଭ ସଙ୍କେତ କଣ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ସକାଳେ ଉଠିବା ସମୟରେ ଶଙ୍ଖ ବା ମନ୍ଦିରର ଘଣ୍ଟି ଶବ୍ଦ ଶୁଣାଯାଏ ତେବେ ଏହା ଶୁଭ ହୋଇଥାଏ ।

୨- ଯଦି ସକାଳ ସମୟରେ ନଡିଆ, ଶଙ୍ଖ, ମୟୂର, ହଂସ ବା ଫୁଲ ଦେଖିବାକୁ ମିଳେ ତେବେ ପୁରା ଦିନ ଶୁଭରେ ବିତିବ ।

୩- ଯଦି ସକାଳ ସମୟରେ ଘରୁ ବାହାରକୁ ଯିବା ବେଳେ କୌଣସି ସଫା କରୁଥିବା କର୍ମଚାରୀ ଦେଖାଦିଅନ୍ତି ତେବେ ଏହା ଶୁଭ ସଙ୍କେତ ବୋଲି ବିବେଚନା କରାଯାଇଛି ।

୪- ଶାସ୍ତ୍ର ଓ ସାଧୁମାନଙ୍କ ଅନୁଯାୟୀ, ଦୈବଶକ୍ତି ଆମ ହାତର ପାପୁଲିରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ସକାଳେ ଶୋଇକି ଉଠିବା ବେଳେ ପ୍ରଥମେ ହାତର ପାପୁଲିକୁ ଦେଖିବା ଶୁଭ ଅଟେ ।

୫- ଯଦି ସକାଳ ସମୟରେ ଆପଣ ଗୋଟିଏ ଗାଈକୁ ଦେଖନ୍ତି କିମ୍ବା ସକାଳୁ ଉଠିବା ମାତ୍ରେ ଗାଈ ସ୍ୱର ଶୁଣନ୍ତି, ତେବେ ବୁଝିବାକୁ ହେବ ଯେ ଦିନଟି ବହୁତ ଶୁଭ ହେବ ।

୬- ସକାଳେ ଜଳପକ୍ଷୀ, ଧଳାଫୁଲ, ହାତୀ, ବନ୍ଧୁ ଇତ୍ୟାଦି ଦେଖିବା ଶୁଭ ବୋଲି କୁହାଯାଏ ।

୭- ସକାଳେ ନିଆଁ ଦେଖିବା କିମ୍ବା କୌଣସି ଯଜ୍ଞ ଦେଖିବା ଶୁଭ ବୋଲି ବିବେଚନା କରାଯାଏ ।

୮- ଗୋବର, ସୁନା, ତମ୍ବା, ସବୁଜ ଘାସ ଦେଖିବା ମଧ୍ୟ ସକାଳ ପାଇଁ ଶୁଭ ବୋଲି ମନାଯାଏ ।

୯- ହଳଦୀ, ନାଲି କିମ୍ବା ଧଳାଶାଢୀ ପିନ୍ଧିଥିବା ଜଣେ ମହିଳାଙ୍କୁ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

୧୦- ସକାଳେ ଯଜ୍ଞ ଦେଖିବା ମଧ୍ୟ ଶୁଭ ଓ ମଙ୍ଗଳକାରୀ ବୋଲି ବିବେଚନା କରାଯାଏ ।

୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ ।

୨- ରବିବାର ଦିନ ଯିବା ସମୟରେ ନିଜ ପାଖରେ ଏକ ପାନପତ୍ର ରଖି ଯାଆନ୍ତୁ ।

୩- ସୋମବାର ଦିନ ଯିବା ସମୟରେ ଦର୍ପଣରେ ନିଜ ମୁହଁକୁ ଦେଖିକରି ଯାଆନ୍ତୁ ।

୪- ମଙ୍ଗଳବାର ଦିନ ଯିବା ସମୟରେ ମିଠା ଖାଇକରି ଯାଆନ୍ତୁ ।

୫- ବୁଧବାର ଦିନ ଯିବା ସମୟରେ ଧନିଆ ପତ୍ର ଖାଇକରି ଯାଆନ୍ତୁ ।

୬- ଗୁରୁବାର ଦିନ ଯିବା ସମୟରେ କିଛି ସୋରିଷ ପାଟିରେ ପକାଇ ଯାଆନ୍ତୁ ।

 

୭- ଶୁକ୍ରବାର ଦିନ ଯିବା ସମୟରେ ଦହି ଖାଇକରି ଯାଆନ୍ତୁ ।

୮- ଶନିବାର ଦିନ ଯିବା ସମୟରେ ଖଣ୍ଡେ ଅଦା ସହିତ ଘିଅ ମିଶାଇ ଖାଇକରି ଯିବା ଉଚିତ୍ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!