ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଆ)ରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୧)- ମେଷରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଆ ହୋଇଥାଏ ତେବେ ଆପଣଙ୍କ ରାଶି ମେଷ ହେବ । ଆପଣଙ୍କ ରାଶିର ଚିହ୍ନ-ମେଢ଼ା, ରାଶି ସ୍ୱାମୀ-ମଙ୍ଗଳ, ରାଶି ତତ୍ୱ-ଅଗ୍ନି, ରାଶି ସ୍ୱରୂପ-ଚର, ରାଶି ଦିଗ-ପୂର୍ବ । ରାଶି ଗୁଣ-ପୁରୁଷ । ରାଶି ଜାତି-କ୍ଷତ୍ରୀୟ । ରାଶି ସ୍ୱଭାବ-କ୍ରୁର ସ୍ୱଭାବ । ରାଶି ପ୍ରକୃତି-ପିତ ପ୍ରକୃତି । ରାଶି ଅଙ୍ଗ-ମୁଣ୍ଡ । ରାଶିର ଶୁଭ ରତ୍ନ-ରକ୍ତ ପ୍ରବାଳ । ରାଶିର ଶୁଭ ରଙ୍ଗ-ନାଲି ।

ରାଶିର ଶୁଭବାର-ସୋମବାର, ମଙ୍ଗଳବାର, ଗୁରୁବାର । ରାଶିର ଶୁଭ ଦେବତା-ଶିବ, ଭୈରବ, ହନୁମାନ । ରାଶିର ଶୁଭ ଦେବୀ-ମା ମଙ୍ଗଳା । ରାଶିର ବ୍ରତ, ଉପବାସ-ମଙ୍ଗଳବାର । ରାଶିର ଅଙ୍କ ବା ସଂଖ୍ୟା-୯ । ରାଶିର ତାରିଖ-୯, ୧୮, ୨୭ । ରାଶିର ମିତ୍ର ରାଶି-ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ । ରାଶିର ଶତୃ ଗ୍ରହ-ବୁଧଗ୍ରହ । ଘାତବାର-ରବିବାର, ଘାତନକ୍ଷତ୍ର-ମଘା, ଘାତତିଥି-ଷଷ୍ଠୀ, ଘାତଚନ୍ଦ୍ର- ମେଷଚନ୍ଦ୍ର ।

ରାଶି ବ୍ୟକ୍ତିତ୍ୱ- ସାହସୀ, ଉଚ୍ଚାଭିଳାଷି, ଅତ୍ୟନ୍ତ ସହନଶୀଳ, ଦୃଢ଼ନିଶ୍ଚୟୀ, ପରିଶ୍ରମୀ, କାର୍ଯ୍ୟକ୍ଷେତ୍ରରେ ଉତ୍ସାହ, ସତ୍ୟବାଦି, ମିଷ୍ଟାନଭୋଜନ ପ୍ରିୟ, ଜନସେବକ, ବିଳାସି, ଖୋଲା ହୃଦୟ, ଗମ୍ଭୀର, ସ୍ୱାଭିମାନୀ, ଗର୍ବୀ, କ୍ରୋଧ ଯୁକ୍ତ, ଅହଙ୍କାରୀ ଓ ଦାମ୍ଭିକହେବେ । ରାଶିର ସକରାତ୍ମକ ତଥ୍ୟ-କୁଟୁମ୍ବକୁ ପାଳନ କରିବା, ସମସ୍ତ ପ୍ରତିଯୋଗୀତାକୁ ସ୍ୱୀକାର କରିବା, ସର୍ବଦା କ୍ରିୟାଶୀଳ । ରାଶିର ନକରାତ୍ମକ ତଥ୍ୟ-ଦାମ୍ଭିକ, ଅଧୈର୍ଯ୍ୟଶୀଳ । ରାଶିର ନକ୍ଷତ୍ର- ଅଶ୍ୱିନୀ, ଦ୍ୱିଜା, କୃତ୍ତିକା ।

ରାଶିର ନକ୍ଷତ୍ର :-

ଅଶ୍ୱିନୀନକ୍ଷତ୍ର:- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲା ହୋଇଥାଏ, ତେବେ ଆପଣଙ୍କର ମେଷରାଶି ଅଶ୍ୱିନୀ ନକ୍ଷତ୍ରରେ ୭ବର୍ଷ କେତୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୃଗ, ଯୋନି-ଅଶ୍ଵ, ଗଣ-ଦେବତା, ବର୍ଣ୍ଣ-କ୍ଷତ୍ରିୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ମଧ୍ୟ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ, ବୈଶ୍ୟ-ଚତୁଷ୍ପଦ ହେବ ।

ଦ୍ୱିଜାନକ୍ଷତ୍ର:- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଲି, ଲୁ, ଲେ, ଲୋ ହୋଇଥାଏ ତେବେ ଆପଣଙ୍କର ମେଷରାଶି ଦ୍ଵିଜା ନକ୍ଷତ୍ରରେ ୨୦ବର୍ଷ ଶୁକ୍ର ମହାଦଶାରେ ଆପଣଙ୍କର ଜନ୍ମ ହୋଇଛି । ଆପଣଙ୍କର ବର୍ଗ-ମୃଗ, ଯୋନି-ଗଜ, ଗଣ-ମନୁଷ୍ୟ, ବର୍ଣ୍ଣ-କ୍ଷତ୍ରିୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ଅନ୍ତ୍ୟ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ, ବୈଶ୍ୟ-ଚତୁଷ୍ପଦ ହେବ ।

କୃତ୍ତିକାନକ୍ଷତ୍ର:- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଆ ହୋଇଥାଏ ତେବେ ଆପଣଙ୍କର ମେଷରାଶି କୃତ୍ତିକା ନକ୍ଷତ୍ରରେ ପ୍ରଥମ ଚରଣରେ ୬ବର୍ଷ ସୂର୍ଯ୍ୟଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କର ବର୍ଗ-ଗରୁଡ଼, ଯୋନି-ମେଷ, ଗଣ-ରାକ୍ଷଣ, ବର୍ଣ୍ଣ-କ୍ଷତ୍ରିୟ, ହଂସକ ବା ତତ୍ୱ-ଅଗ୍ନିତତ୍ୱ, ନାଡ଼ୀ-ଆଦ୍ୟ, ଦିଗ-ପୂର୍ବ, ପାଦ-ସୁବର୍ଣ୍ଣ, ବୈଶ୍ୟ-ଚତୁଷ୍ପଦ ହେବ ।

ଶୁଭଫଳ ପାଇବା ପାଇଁ ୧- ବଟ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ୨- ବଡ଼ମାନଙ୍କୁ ସମ୍ମାନ କରନ୍ତୁ ଓ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ୩- ପ୍ରତ୍ୟେକବର୍ଷ ଜନ୍ମଦିନରେ ମଙ୍ଗଳ ଗ୍ରହଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପ୍ରବାଳରତ୍ନ, ତମ୍ବା, ମସୁରଡାଲି, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ କନିଅର ଫୁଲ, କେଶର, କସ୍ତୁରୀ, ଲାଲ୍ ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୪- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ କିନ୍ତୁ କ୍ଷୀର ବ୍ୟବସାୟ କରନ୍ତୁ ନାହିଁ । ୫- ରୁପା ଗ୍ଲାସ୍‌ରେ କ୍ଷୀର ପିଅନ୍ତୁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!