ପଢନ୍ତୁ ଏହି ୫ ଟି ଗୁପ୍ତ ରହସ୍ୟ! ଯାହା କରିପାରେ ଆପଣଙ୍କୁ ଧନୀ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣ ବି ହବାକୁ ଚାହୁଁଛନ୍ତି ଧନୀ, ପଢନ୍ତୁ ଏହି ୫ ଟି ଗୁପ୍ତ ରହସ୍ୟ।

ଧନୀ ହେବାର ଅଛି କିଛି ଏଭଳି ଗୁପ୍ତ ରହସ୍ୟ ଯାହାକୁ ନିଜ ଜୀବନରେ କାର୍ଯ୍ୟରେ ଲଗାଇଲେ ଆପଣ ବି ହୋଇପାରିବେ ଧନୀ। ଜ୍ୟୋତିଷ ଓ ଅନ୍ୟ ମାଧ୍ୟମ ରୁ ଆମେ ଆଣିଛୁ ଏହି ୫ ଟି ସରଳ ଉପାୟ ଯାହାଦ୍ଵାରା ଆପଣ ଧନୀ ହେବାର ପଥରେ ଅଗ୍ରସର ହୋଇପାରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଥମ ରହସ୍ୟ

ନିଜ ଉପରେ ବିଶ୍ୱାସ ରଖନ୍ତୁ।

ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜର ଚିନ୍ତା ଧାରା ବଦଳାଇବାକୁ ପଡ଼ିବ। ଗୋଟେ ଧନୀ ବ୍ୟକ୍ତିର ଚିନ୍ତାଧାରା ଭଳି ଭାବିବାକୁ ପଡ଼ିବ। ନିଜର ବସିବା ଉଠିବା ସାଙ୍ଗସାଥୀ ଆଦି ସେଇମାନଙ୍କ ଭଳି କରିବାକୁ ପଡ଼ିବ। ନିଜକୁ ସର୍ବଦା ଧନୀ ବୋଲି ଭାବିବାକୁ ପଡ଼ିବ। ବିଶ୍ୱାସରେ ବହୁତ୍ ତାକାତ୍ ଥାଏ। ନିଜର ଚିନ୍ତା ଧାରା ବଦଳାନ୍ତୁ ଦେଖିବେ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ। ଯିଏ ନିଜକୁ ଦରିଦ୍ର ବୋଲି ଭାବେ ସେ ସର୍ବଦା ଦରିଦ୍ର ହୋଇ ରହିଯାଏ।

ଦ୍ଵିତୀୟ ରହସ୍ୟ

ସର୍ବଦା ବିନମ୍ର ହୋଇ କୃତଜ୍ଞତା ଜଣାନ୍ତୁ।

ଈଶ୍ବରଙ୍କ ପାଖକୁ ସମସ୍ତେ କିଛି ନା କିଛି ମାଗିବାକୁ ଯାଇଥାନ୍ତି କିନ୍ତୁ କେତେ ଜଣ ତାଙ୍କୁ ଧନ୍ୟବାଦ୍ ଦବା ପାଇଁ ଯାଆନ୍ତି? ଆଜି ପର୍ଯ୍ୟନ୍ତ ଜୀବନରେ ଆପଣଙ୍କୁ ଯାହା ବି ମିଳିଛି ସେଥିପାଇଁ ଈଶ୍ୱର, ପ୍ରକୃତି ବା କୌଣସି ବ୍ୟକ୍ତିଙ୍କୁ ନିଜ ହୃଦୟରୁ କୃତଜ୍ଞତା ଜ୍ଞାପନ କରନ୍ତୁ। ଧନ୍ୟବାଦ୍ ର ବହୁତ୍ ମହତ୍ତ୍ଵ ଅଛି।

ତୃତୀୟ ରହସ୍ୟ

ଈଶ୍ୱର, ପ୍ରକୃତି ବା ଆକାଶ ଠୁ ମାଗନ୍ତୁ।

ଈଶ୍ୱର, ପ୍ରକୃତି ବା ଆକାଶ ପାଖରେ ଆମକୁ ଦେବା ପାଇଁ ଅନେକ କିଛି ଅଛି, କିନ୍ତୁ ଯଦି ଆପଣଙ୍କ ମନରେ କୌଣସି ବସ୍ତୁକୁ ପାଇବାର ଦୃଢ଼ ଇଚ୍ଛା ଶକ୍ତି ନାହିଁ ତେବେ ଆପଣଙ୍କୁ ତାହା କେବେ ମିଳିବ ନାହିଁ। ନିଜ ଇଚ୍ଛା ଶକ୍ତି ବା ପାଇବାର ଆସା ସେତିକି ଦୃଢ଼ ହୋଇଥିବା ଆବଶ୍ୟକ। ଆପଣ ଯାହାବି ମାଗୁଛନ୍ତି ସେଥିରେ ବିଶ୍ୱାସ ରଖନ୍ତୁ। ଯାହା ମଗିବେ ସେଥିରେ ସ୍ପଷ୍ଟ ହୁଅନ୍ତୁ। କୌଣସି ଏକ ବସ୍ତୁ ମାଗି ତାକୁ ପାଇବାର ଆଶାରେ ବିଶ୍ୱାସ ରଖନ୍ତୁ, ଦେଖିବେ ତାହା ନିଶ୍ଚିନ୍ତ ମିଳିବ। ଆପଣଙ୍କ ଇଚ୍ଛା ଓ ମାଗିଥିବା ବସ୍ତୁ ଯଦି ବାରମ୍ବାର ବଦଳେ ତେବେ ତାହା ମିଳିବାକୁ ମଧ୍ୟ ଡେରି ହୋଇଥାଏ।

ଚତୁର୍ଥ ରହସ୍ୟ

ବାସ୍ତୁ ନିୟମ ଗୁଡ଼ିକ ମାନନ୍ତୁ।

ଘରକୁ ବାସ୍ତୁ ଅନୁସାରେ ନିର୍ମାଣ କରନ୍ତୁ। କ୍ରୋଧ କରନ୍ତୁ ନାହିଁ। ଡ୍ରଇଂ ରୁମ୍ ର ଏକ ହସୁଥିବା ପରିବାରର ଚିତ୍ର ଲଗାନ୍ତୁ । ପୂଜା ଗୃହରେ ମାତା ଲକ୍ଷ୍ମୀଙ୍କ ଏଭ୍ଲି ଏକ ଚିତ୍ର ଲଗାନ୍ତୁ  ଯେଉଁଥିରେ ତାଙ୍କ ହାତରୁ ଧନର ବର୍ଷା ହେଉଥିବ। ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଆନ୍ତୁ। ଘରର ଲକର ରେ ତମ୍ବା, ପିତ୍ତଳ ବା ରୂପାର ପଇସା ଭରପୁର ରଖନ୍ତୁ। ଘରର ବାତାବରଣ ସର୍ବଦା ସୁଗନ୍ଧିତ କରି ରଖନ୍ତୁ।

ପଞ୍ଚମ ରହସ୍ୟ

ରାତିରେ ଟଙ୍କା ଗଣିକି ହିଁ ଶୁଅନ୍ତୁ।

୧୦,୫୦ କିମ୍ବା ୧୦୦ ଟଙ୍କିଆ ନୋଟ୍ ର ବଣ୍ତଲ ବନେଇ ରଖି ଦିଅନ୍ତୁ,। ପ୍ରତ୍ୟେକ ଦିନ ଶୋଇବା ଆଗରୁ ତାକୁ ଗଣି ଯଥା ସ୍ଥାନରେ ରଖି ଦିଅନ୍ତୁ। ଏହା ଅତି କମରେ ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!