ରବି ଗୋଚର ହେଲେ କେଉଁ ରାଶିକୁ କି ଫଳ ଦିଅନ୍ତି- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କଣକରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ଗ୍ରହଙ୍କୁ ସବୁଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ଓ ରାଜା ବୋଲି କୁହାଯାଏ । ଜାତକରେ ଜନ୍ମ କୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ରବିଗ୍ରହ ଶୁଭସ୍ଥିତିରେ ରହିବା ଆବଶ୍ୟକ । ରବିଗ୍ରହ ପ୍ରତ୍ୟେକ ରାଶିରେ ୩୦ବା ୩୧ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି । ଏହିଭଳି ୩୦ ବା ୩୧ ଦିନରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବିଗ୍ରହ ମାନସମ୍ମାନ, ପଦପ୍ରତିଷ୍ଠା, ପିତାଙ୍କ ସୁଖ, ସରକାରୀ ଚାକିରୀ, ଉଚ୍ଚପଦ, ପ୍ରଶସ୍ତି, ଆୟୁ ଓ ଆତ୍ମାର ପ୍ରତିନିଧିତ୍ୱ କରିଥାନ୍ତି । ରବିଗ୍ରହ ଯଦି ଶୁଭରେ ରହିଥାନ୍ତି ତେବେ ଶୁଭଫଳ ପ୍ରଦାନ କରିଥାନ୍ତି । ଯଦି ଅଶୁଭରେ ସ୍ଥିତ ହୋଇଥାନ୍ତି ତେବେ ଜୀବନରେ ସୁଖ ମିଳେ ନାହିଁ ।

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତିଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ଗୋଚରରେ ରବି ଶୁଦ୍ଧି

ରବି ଜନମ ରାଶିରେ ରହିଲେଟି ଜାଣ ସ୍ଥାନ ନାଶ ହେବନିଶ୍ଚେ ଜ୍ୟୋତିଷ ପ୍ରମାଣ । ଦ୍ଵିତୀୟେ ଅନେକ ଭୟ ତେର ଦିନେ ଶୁଭ ଶତ୍ରୁହାନି ମିତ୍ରଲାଭ ସବୁକାର୍ଯ୍ୟ ଶୁଭ । ତୃତୀୟରେ ଧନଜନ ପ୍ରାପତ ହୁଅଇ । ଭୂମି ବାହନ ଭବନ ଅବଶ୍ୟ ମିଳଇ । ଚତୁର୍ଥରେ ମାନହାନି ଦିନତା କରଇ ମିତ୍ରହାନି ସୁଖନାଶ ନିଶ୍ଚୟ ହୁଅଇ । ପଞ୍ଚମରେ ସନ୍ତାନଯେ କଷ୍ଟପୀଡା ପାଇ ଅର୍ଥହାନୀ ବିଦ୍ୟାନାସ ସ୍ୱାସ୍ଥ୍ୟହାନିହୋଇ । ରୋଗ, ଋଣ, ଶତୃ ନାଶ ବାହନରେ ସୁଖ ଅର୍ଥଲାଭ କଷ୍ଟଦୂର ଷଷ୍ଠରେଟି ଦେଖ ।

ସପ୍ତମେଯେ ଅର୍ଥନାଶ ବ୍ୟବସାୟ ହାନି ଶରୀରରେ ପୀଡାପାଇ ଦାମ୍ପତ୍ୟରେ ହାନି । ଅଷ୍ଟମେ ବିଶେଷ ପୀଡା ସୁଖନାଶ ହୋଇ ଧନହାନୀ ମାନହାନି ଅବଶ୍ୟ ହୁଅଇ । ନବମରେ କାନ୍ତି କ୍ଷୟ ମାନହାନି ହେବ ତେରଦିନ ପରେ ଯଶକୀର୍ତ୍ତିଯେ ବଢିବ । ଦଶମରେ କର୍ମୋନ୍ନତି, ଭାଗ୍ୟୋନ୍ନତି ହେବ ଧନଜନ ଯଶକୀର୍ତ୍ତି ପ୍ରାପତ ହୋଇବ । ଏକାଦଶେ ଆୟବୃଦ୍ଧି ଧନଲାଭ ହେବ ଜାଗାଜମି ଗୃହପଶୁ ସମ୍ପଦ ମିଳିବ ।

ଦ୍ଵାଦଶରେ ଅପବ୍ୟୟ ଅପବାଦ ଜାଣ ପାଦପୀଡା ରୋଗଶୋକ ଜ୍ୟୋତିଷ ପ୍ରମାଣ । ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ ଗୋଚର କାଳରେ ରବି ଜନ୍ମରାଶି ଠାରୁ ଗଣନା କଲେ ଯେଉଁ ସଂଖ୍ୟକ ରାଶିରେ ଥିବେ ପ୍ରଥମ ବା ଦ୍ଵିତୀୟ ଇତ୍ୟାଦି ରାଶିରେ ରହିଲେ ଉପରୋକ୍ତ ଫଳସବୁ ଭୋଗ କରିବାକୁ ପଡିବ ।

ପ୍ରତିକାର:-୧- ଜନ୍ମରବି ହେଲେ ପୂର୍ଣ୍ଣ ବିଧିବିଧାନ ସହିତ ମାଆ ମଙ୍ଗଳାଙ୍କର ଉପାସନା କରନ୍ତୁ ଓ ମଙ୍ଗଳବାର ବ୍ରତ ପାଳନ କରନ୍ତୁ । ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ଦ୍ଵିତୀୟ ରବି ହେଲେ ରବିବାର ଦିନ ଆମିଷ ଖାଇବେ ନାହିଁ ।

୩- ତୃତୀୟ ରବି ହେଲେ ମାଆ ବାପାଙ୍କର ଯତ୍ନ ନିଅନ୍ତୁ ଓ ମାଆ ବାପାଙ୍କର ପାଦସ୍ପର୍ଶ କରି ମୁଣ୍ଡଲଗେଇ ପ୍ରଣାମ କରନ୍ତୁ । ଚତୁର୍ଥରବି ହେଲେ ୪-ନାସ୍ତିକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ ଓ ଅପକର୍ମରୁ ଦୂରେଇ ରୁହନ୍ତୁ । ପଞ୍ଚମ ରବି ହେଲେ ୫-ଅତିଥି ଓ ଅନ୍ୟମାନଙ୍କୁ ସରବତ, କ୍ଷୀର ବା ପାଣି ପିଇବାକୁ ଦିଅନ୍ତୁ ।

ଷଷ୍ଠ ରବି ହେଲେ ୬- ମାଆଙ୍କ ସହିତ ପୂଜା ସ୍ଥାନକୁ ଯାଆନ୍ତୁ ଓ ଭଗବାନଙ୍କ ପାଖରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ । ସପ୍ତମ ରବି ହେଲେ ୭- ପିଲାମାନଙ୍କୁ ଭଲ ଭାବରେ ଧ୍ୟାନ ଦିଅନ୍ତୁ । ସକରାତ୍ମକ ଚିନ୍ତାଧାରା ଗ୍ରହଣ କରନ୍ତୁ ଓ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ଅଷ୍ଟମ ରବି ହେଲେ ୮-ମାଂସ, ମଦ୍ୟପାନ ଓ ଅନୈତିକତା ଠାରୁ ଦୂରେଇ ରୁହନ୍ତୁ । ଜୁଆ, ସଟ୍ଟା ଠାରୁ ଦୂରରେ ରହିବା ଉଚିତ୍ ।

ନବମ ରବି ହେଲେ ୯-ମାଆ ବାପାଙ୍କର ଯତ୍ନ ନିଅନ୍ତୁ । ମାଛମାନଙ୍କୁ ଅଟା ଖାଇବାକୁ ଦିଅନ୍ତୁ । ଦଶମ ରବି ହେଲେ ୧୦-ରବିବାର ଦିନ ବରଗଛ ମୂଳରେ କ୍ଷୀର ଢ଼ାଳନ୍ତୁ । ବଡ଼ମାନଙ୍କୁ ସମ୍ମାନ କରନ୍ତୁ ଓ ତାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ଏକାଦଶ ରବି ହେଲେ ୧୧-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ କିନ୍ତୁ କ୍ଷୀର ବ୍ୟବସାୟ କରନ୍ତୁ ନାହିଁ । ନିଜେରୂପା ଗ୍ଲାସ୍‌ରେ କ୍ଷୀର ପିଅନ୍ତୁ । ଦ୍ଵାଦଶ ରବି ହେଲେ ୧୨-ମାଆ ବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ବୃଦ୍ଧାବୃଦ୍ଧ ମାନଙ୍କୁ ଧଳା ରଙ୍ଗର ବସ୍ତ୍ର ଦାନ କରିଲେ ଶୁଭ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!