ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହିବ୍ରତ। ଜାଣନ୍ତୁ ପୁତ୍ରଦା ଏକାଦଶୀ ବ୍ରତବିଧି, ମହତ୍ଵ, ଓ ତାର ଫଳ କଥା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହିବ୍ରତ ଜାଣନ୍ତୁ କେମିତି କରିବେ ପୁତ୍ରଦା ଏକାଦଶୀ ବ୍ରତ ?

ପୁତ୍ରଦା ଏକାଦଶୀର ସମ୍ପୂର୍ଣ ବ୍ରତବିଧି, ମହତ୍ଵ, ଓ ତାର ଫଳ କଥା:-

ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣମାସ ଶୁକ୍ଳପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ଏହି ଏକାଦଶୀ ଦିନ ମାନବାଞ୍ଚିତ ଫଳ ପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରାଯାଏ। ଏହି ଏକାଦଶୀ ଅଗଷ୍ଟମାସ ୨୨ତାରିଖ ବୁଧବାରରେ ପଡୁଛି। ଧର୍ମ ଗ୍ରନ୍ଥ ଅନୁସାରେ ମନୁଷ୍ୟମାନେ କଠିନ ତପସ୍ୟା ଦ୍ଵାରା ଯେଉଁ ଫଳ ପ୍ରାପ୍ତ କରିପାରନ୍ତି ନାହିଁ, ସେହି ଫଳ ଶେଷନାଗ ଉପରେ ଶୟନ କରୁଥିବା ଶ୍ରୀ ବିଷ୍ଣୁଙ୍କ ନିକଟରେ ଏକାଦଶୀ ଦିନ ବାସ କରିଲେ ପୂଣ୍ୟଫଳ ମିଳିଥାଏ ଏବଂ ମନୁଷ୍ୟ ଯମଲୋକ ଦୁଃଖ ଭୋଗନ୍ତି ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁମାନେ ଏହି ଏକାଦଶୀ ଉପବାସ ବ୍ରତ କରନ୍ତି ସେମାନଙ୍କୁ ମାତୃପକ୍ଷରୁ ତିନି ପୁରୁଷ ଓ ପିତୃପକ୍ଷରୁ ସାତପୁରୁଷ ପିତ୍ରୁପୁରୁଷ ବିଷ୍ଣୁଲୋକ ଯାଇଥାନ୍ତି। ଏହି ବ୍ରତ ବିଧି ନିୟମାନୁସାରେ ପାଳନ କରାଯିବା ଉଚିତ୍।

ବ୍ରତବିଧି:-

ଏହି ବ୍ରତର ପାଳନ ଏକାଦଶୀତିଥି ( ଅଗଷ୍ଟ ୨୨ ତାରିଖ ବୁଧବାର) ଦିନ କରିବା ଆବଶ୍ୟକ। ଏହି ଦିନ ଗହମ, ହରଡ, ମୁଗ, ଚଣା, ଯଅ, ମସୁର ଓ ଚାଉଳ ଆଦିରୁ ଜାତ ଦ୍ରବ୍ୟମାନ ଭୋଜନ କରିବେ ନାହିଁ, କାରଣ ଏହା ଏକାଦଶୀ ଦିନ ପୂଜା କରାଯାଏ।

ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍। କିନ୍ତୁ ପୁତ୍ରଦା ଏକାଦଶିରେ ମଧ୍ୟ ରାତ୍ରପରେ ସ୍ତ୍ରୀ ପୁରୁଷ ସହବାସ କରିବାଦ୍ଵାରା ପୁତ୍ରସନ୍ତାନ ପ୍ରାପ୍ତି ହୋଇଥାଏ। ଏକାଦଶୀତିଥି ଦିନ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବ୍ରତର ସଙ୍କଳ୍ପ ନେବା ଉଚିତ୍। ସଙ୍କଳ୍ପ ନିଜ ଶକ୍ତି ଅନୁସାରେ କରିବା ଦରକାର।

ସଙ୍କଳ୍ପ କରିବା ପରେ ପୂର୍ଣ୍ଣକୁମ୍ଭ ବା ଘଟ ସ୍ଥାପନା କରିବେ। ତାହା ଉପରେ ଶ୍ରୀ ବିଷ୍ଣୁଙ୍କ ମୃର୍ତ୍ତୀ, ବନ୍ଧେଇ ଫଟୋ କିମ୍ବା ଶାଳଗ୍ରାମ ସ୍ଥାପନ କରିବେ। ଯେଉଁମାନେ ଏହି ବ୍ରତ ପାଳନ କରିବେ ସେମାନେ ରାତିରେ ଶ୍ରୀ ବିଷ୍ଣୁସହସ୍ର ନାମ ପାଠ କରିବା ଉଚିତ୍। ତତ୍ ସହିତ ସନ୍ତାନଗୋପାଳ ମନ୍ତ୍ର ତୁଲସୀ ମାଳରେ ସ୍ଵାମୀ ସ୍ତ୍ରୀ ଉଭୟ ୧୦୮୦ ଥର ଜପ କରିବେ।

ଏହି ବ୍ରତର ସମାପନ ଏକାଦଶୀତିଥିରେ ହୁଏ ନାହିଁ। ଏହା ଦ୍ଵାଦଶୀତିଥିରେ ପ୍ରାତଃରୁ ଉଠି ସ୍ନାନ ଆଦି କରିବା ପରେ ବାଳକ ଓ ବ୍ରାହ୍ମଣଙ୍କୁ ଅନ୍ନ ଦାନ ସହିତ ଦକ୍ଷିଣା ଦେଲାପରେ ବ୍ରତ ସମାପ୍ତ କରିବେ। ଏହି ଦିନଠାରୁ ଆରମ୍ଭକରି ପ୍ରତ୍ୟେକ ମାସର ଶୁକ୍ଲ ଏକାଦଶୀରେ ଏହିମନ୍ତ୍ର ଜପ କରିବା ଉଚିତ୍ ।

ସନ୍ତାନ ଗୋପାଳ ମନ୍ତ୍ର ଯଥା :-

ଦେବକୀ ସୂତ ଗୋବିନ୍ଦ ବାସୁଦେବ ଜଗତ୍ପତେ

ଦେହିମେ ତନୟଂ କୃଷ୍ଣ ତ୍ଵାମହଂ ଶରଣଂଗତଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!