ପୂଜା କରିବା ସମୟରେ ଦୀପ ଲିଭିବା ଦିଏ ଏହି ସଂକେତ ? ଜାଣନ୍ତୁ ଦୀପ ଲିଭିବାର ଶୁଭ ଅଶୁଭ ସଂକେତ ବିଷୟରେ- Sakun Sashtra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆମ ସମସ୍ତଙ୍କ ସହିତ ଏମିତି କିଛି ଘଟିଥାଏ ଯେ ଆମେ ପୂଜା କରିବା ପାଇଁ ଦୀପ ଜଳାଇଥାଉ । ଯଦି କୌଣସି କାରଣରୁ ଦୀପ ଲିଭିଯାଏ ତେବେ ଆମ ମନରେ ଓ ପାଖରେ ଥିବା ଅନ୍ୟ ସଦସ୍ୟଙ୍କ ମନରେ ଆଶଙ୍କା ସୃଷ୍ଟି ହୁଏ । ଯାହାକି କିଛି ଅଶୁଭ ହେବାର ସଂକେତ ବୋଲି ଜାଣିଥାଉ । କଣ ସତରେ ଦୀପ ଲିଭିଯିବା ଏକ ଅଶୁଭ ସଂକେତ କି ? ଶୁଭ ଅଶୁଭ ମାନ୍ୟତା ଅନୁସାରେ ଏଷ୍ତ୍ରୋଟୈରୋ ନ୍ୟୂମରୋଲଜି ବାସ୍ତୁ ବା ଫେଙ୍ଗଶୁଇ ମତରେ ପୂଜା କରିବା ସମୟରେ ଦୀପ ଲିଭିଯିବା ଅଶୁଭ କୁହାଯାଏ କାହିଁକି ?

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କୌଣସି ପୂଜା ଅନୁଷ୍ଠାନରେ ବା ଘରେ ପୂଜା କରିବାବେଳେ ଯଦି ଦୀପ ଲିଭିଯାଏ ତେବେ ସବୁ ଲୋକମାନେ ଚିନ୍ତିତ ହୋଇଯାଆନ୍ତି । ଦୀପ ଲିଭିବାକୁ ବହୁତ ଲୋକମାନେ ଅଶୁଭ ସଂକେତ ବୋଲି ମାନନ୍ତି । ଆଉ କେତେକ ଲୋକମାନେ କହିଥାନ୍ତି ଯେ ଭଗବାନ ପୂଜା ସ୍ଵୀକାର କଲେ ନାହିଁ । ଆମର ଗୁରୁଜନମାନେ ଦୀପ ଲିଭିବାକୁ ଅଶୁଭ ମାନନ୍ତି, ସେଥିପାଇଁ ଆମ ମନରେ ଆଶଙ୍କା ଆସେ ବା ଭୟ ସୃଷ୍ଟି ହୁଏ ।

ପୂଜା କରିବାବେଳେ ଯଦି ଦୀପ ଲିଭିଯାଏ ତେବେ ଏହି ଉପାୟ କରନ୍ତୁ-

ଯଦି ଆମେ ଦୀପ ଜଳେଇବା ପ୍ରକ୍ରିୟାକୁ ଆରମ୍ଭରୁ ସାବଧାନ ହେବା ତେବେ ଏହା ମନ୍ଦିର ହେଉ କିମ୍ବା ଘରେ ହେଉ ପ୍ରଥମେ ଦୀପକୁ ଭଲ ଭାବରେ ଧୋଇ ପରିଷ୍କାର କରିବେ । ପୁଣି ବତୀ ତିଆରି କରିବେ । କିଛି ଲୋକମାନେ ଏହି ବତୀ ତିଆରି କରିବା ବେଳେ ହାତରେ ବୁନ୍ଦାଏ ପାଣି ଲଗାଇ ବତୀ ତିଆରି କରିଥାଆନ୍ତି । ଏହାପରେ ବତିକୁ ଦୀପରେ ରଖି ସେଥିରେ ଘିଅ ବା ତେଲ ଦିଅନ୍ତୁ ।

ଏହି ପ୍ରକ୍ରିୟାରେ ଯଦି ଦୀପକୁ ଧୋଇବା ବେଳେ ପାଣିକୁ ଭଲରେ ନ ଶୁଖାଇଥିବେ, ଦୀପରେ ବତିକୁ ଠିକ୍ ଭାବରେ ନ ରଖିଥିବେ, ଅଶୁଦ୍ଧି ଘିଅ ହୋଇଥିବ, ବତୀ ତିଆରି କରିବା ବେଳେ ସେଥିରେ ଅଧିକ ପାଣି ଲାଗିଯାଇଥିବା ହେତୁ ଦୀପ ଭଲ ଭାବରେ ଜଳିବ ନାହିଁ । ଏହି ପରିସ୍ଥିତିରେ ଦୀପ ଲିଭିଯାଇପାରେ । ସେଥିପାଇଁ ଦୀପ ଲିଭିଯିବାକୁ ଅଶୁଭ ବୋଲି କହିବା ଅନୁଚିତ୍ ।

ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ପୁଣି ଦୀପ ଲଗାଇପାରିବେ । ଆଢୁଆଳ ଜାଗାରେ ଦୀପ ଲଗେଇ ଯତ୍ନର ସହିତ କୌଣସି ନୂଆ ହାଣ୍ଡିରେ କିଛି ବାଲି ରଖି ତା ଉପରେ ଦୀପକୁ ରଖନ୍ତୁ ଓ ହାଣ୍ଡି ଉପରେ ଗୋଟିଏ ନୂଆ ସରା ବା ଢାଙ୍କୁଣୀ ଘୋଡେଇ ଦିଅନ୍ତୁ । ପୂଜାଶେଷ ପର୍ଯ୍ୟନ୍ତ ଦୀପ ଜଳୁଥିଲେ ପୂଜାର ଫଳ ନିଶ୍ଚୟ ପ୍ରାପ୍ତି ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!