ସର୍ବଦା ଘରେ ଅଶାନ୍ତି ଲାଗି ରହୁଥିଲେ କରନ୍ତୁ ଏହି ସରଲ ଉପାୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତେ ସୁସ୍ଥ ଓ ଫିଟ୍ ନେସ ରହିବାକୁ ଚାହାଁନ୍ତି । ସେଥିପାଇଁ ଯୋଗ, ପ୍ରାଣାୟାମ ଓ ଜୀବନ ପ୍ରଣାଳୀ ବହୁତ ଗୁରତ୍ଵପୂର୍ଣ୍ଣ ଅଟେ । ଏହା ସହିତ ଅନେକ ସରଳ ବାସ୍ତୁ ଉପାୟ ମଧ୍ୟ ରହିଛି । ଏହାକୁ ବ୍ୟବହାର କରି ମନକୁ ସୁସ୍ଥ କରିପାରିବେ । ମନ ସୁସ୍ଥ ଥିଲେ ପ୍ରତ୍ୟେକ ବ୍ୟକ୍ତିର ଅପ୍ରତ୍ୟକ୍ଷ ରୂପରେ ଶରୀର ମଧ୍ୟ ସୁସ୍ଥ ହୋଇଯାଏ । କହିବାକୁ ଗଲେ ଶରୀର ଓ ମନ ପରସ୍ପର ପାଇଁ ସହାୟକ ହୋଇଥାଏ । ଆସନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଠାରୁ ଏହି ବିଷୟରେ କିଛି ଉପାୟା ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯାହା ଦ୍ଵାରା ଆମର ମନ ସୁସ୍ଥ ହେବା ସହିତ ସକାରାତ୍ମକ ବିଚାର ରହିବ । ଏହି ସକାରାତ୍ମକ ହେତୁ ଶରୀର, ମନ ସୁସ୍ଥ ରହିବା ସହ ଘରେ ସୁଖରେ ଜୀବନ ବିତେଇ ପାରିବା । ଏହି ବାସ୍ତୁ ଉପାୟ ଭାବନାତ୍ମକ ରୂପରେ ସୁସ୍ଥ ରହିବାରେ ସାହାଯ୍ୟ କରିପାରେ । ତେବେ ଆସନ୍ତୁ ଜାଣିବା ଏହି ବାସ୍ତୁ ଉପାୟ ବିଷୟରେ । ବର୍ତ୍ତମାନ ସମୟରେ ମହାମାରୀ କରୋନା ସଂକ୍ରମଣରେ ସକାରାତ୍ମକ ଭାବନା ଓ ସୁସ୍ଥ ମନ ରହିବା ବହୁତ ଜରୁରୀ ଅଟେ ।

୧- ସବୁଠାରୁ ସହଜ ଓ ସରଳ ହେଲା ଘରକୁ ସଫା ସୁତୁରା ରଖିବା ଓ ଅବ୍ୟବସ୍ଥା କୁ ଦୂର କରିବା । ଘରେ ଅବ୍ୟବସ୍ଥା ଦ୍ଵାରା ସକାରାତ୍ମକ ଊର୍ଜା ସବୁଆଡେ ପ୍ରବାହିତ ହେବା ବହୁତ କଷ୍ଟ ହୋଇଯାଏ ଓ ଘରେ ନକରାତ୍ମକ ଊର୍ଜା ରହିଥାଏ । ସେଥିପାଇଁ ଘରକୁ ସର୍ବଦା ସଫା ସୁତୁରା ରଖିବା ଉଚିତ୍ ।

୨- ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ପକାଇ ପୋଛନ୍ତୁ । ଏଥିରେ ଘରେ ନକରାତ୍ମକ ଊର୍ଜା ଦୂର ହୋଇଯାଏ ।

୩- ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଛି ବା ଯେ କୌଣସି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଶୋଉଥିବା ବିଛଣାରେ ଗୋଟିଏ କୋଣରେ କଳା ଲୁଣ ବା ସୈନ୍ଧବ ଲୁଣ ଖଣ୍ଡେ ରଖନ୍ତୁ । ଏଥିରେ ଘରେ ନକରାତ୍ମକ ଊର୍ଜା ଦୂର ହୋଇଯାଏ । କିଛିଦିନ ପରେ ସେହି ଲୁଣକୁ ବଦଳାଇ ଦେବେ ।

୪- ପରିବାରର ମୁଖ୍ୟ ସଦସ୍ୟ ଘରର ଦକ୍ଷିଣ ପଶ୍ଚିମ କ୍ଷେତ୍ରରେ ଦକ୍ଷିଣକୁ ମୁଣ୍ଡ କରି ଶୋଇବା ଉଚିତ୍ । ଏଥିରେ ଭଲ ନିଦ ହେବ । ଯାହା ଦ୍ଵାରା ଶରୀର ଓ ମନ ସୁସ୍ଥ ରହିବ ।

୫- ମାନସିକ ଶାନ୍ତି ପାଇବା ପାଇଁ ଦକ୍ଷିଣ ପଶ୍ଚିମ କାନ୍ଥରେ ପାରିବାରିକ ଫଟୋ ଓ ଘରର ପଶ୍ଚିମ ଦିଗ କାନ୍ଥରେ ପରିବାରର ମୁଖ୍ୟଙ୍କର ଯୋଡି ଫଟୋ ଲଗାନ୍ତୁ ।

୬- ଉଦାସଭାବ ଓ ନିରାଶାଭାବ ଦର୍ଶାଉଥିବା ଫଟୋ ବା ଛବି ରଖିବେ ନାହିଁ । କାରଣ ଏହା ନିରାଶ ଓ ଅବସାଦ ପାଇଁ ଦାୟୀ ହୋଇଥାଏ ।

୭- ଗାୟତ୍ରୀ ମନ୍ତ୍ର, ଶ୍ରୀ ଗଣେଶଙ୍କ ଅଥର୍ବଶୀର୍ଷ ପରି ମନ୍ତ୍ର ଜପ, କୁଳ ଦେବୀ ବା ଦେବତାଙ୍କ ପ୍ରାର୍ଥନା କରିଲେ ବ୍ୟକ୍ତିର ମନରେ ଶାନ୍ତି ଓ ସକାରାତ୍ମକ ଊର୍ଜା ଆଣିବା ପାଇଁ ସାହାଯ୍ୟ କରିଥାଏ ।

୮- ବିଦ୍ୟୁତ ଉପକରଣ ମାଧ୍ୟମ ଦ୍ଵାରା ମନ୍ତ୍ର ବଜାଇଲେ ପରିବାରରେ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । କିନ୍ତୁ ନିଜ ଦ୍ଵାରା ପଢାଯିବା ମନ୍ତ୍ର ଅଧିକ ଶକ୍ତିଶାଳୀ ହୋଇଥାଏ ।

୯- ଘରେ ପୂଜା କରିବା ବେଳେ ଶୁଦ୍ଧ ଘିଅ ରେ ଦୀପ ଜଳେଇବା, ଅଗରବତୀ, ଧୂପ, ଗୁଗୁଲ ଆଦି ଜଳେଇବା, ଘଣ୍ଟ ଓ ଶଙ୍ଖ ବଜାଇ ପୂଜା କରିବା ଦ୍ଵାରା ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।

୧୦- ପରିବାର ଓ ଧର୍ମର ପରମ୍ପରା ଅନୁସାରେ ଆତ୍ମାଙ୍କ ପାଇଁ ଅନୁଷ୍ଠାନ କରିବା ମଧ୍ୟ ବହୁତ ମହତ୍ବତ୍ଵପୂର୍ଣ୍ଣ ହୋଇଥାଏ ।

୧୧- ଘରେ ବାସ୍ତୁଦୋଷ ଦୂର କରିବା ପାଇଁ କ୍ରିଷ୍ଟାଲ ଉପାୟ କରିବା ଭଲ । ଯଦି ଆପଣ ଅନୁଭବ କରୁଛନ୍ତି ଯେ କାର୍ଯ୍ୟ ଅଟକି ଯାଉଛି ଓ କୌଣସି ଯୋଜନା ଅନୁସାରେ କାର୍ଯ୍ୟ ହେଉ ନାହିଁ, ତେବେ ଘରେ ଦୁଇଟି କର୍ପୁର ଖଣ୍ଡ ବା କ୍ରିଷ୍ଟାଲ ରଖନ୍ତୁ, ଏହାକୁ ମଝିରେ ମଝିରେ ବଦଳାଇ ଦେବେ । ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଦେଖିବେ । କର୍ପୁରକୁ ଜାଳାଇବା ମଧ୍ୟ ଏକ ମହତ୍ଵପୂର୍ଣ୍ଣ ଉପାୟ ଅଟେ ।

ଭଲ ଖାଦ୍ୟ ଖାଇବା ଓ ଭଲରେ ଜୀବନ ବିତାଇବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଉପରେ ଦିଆଯାଇଥିବା ଉପାୟକୁ ମଧ୍ୟ ଉପଯୋଗ କରିବା ଉଚିତ୍ । ଏହି ବାସ୍ତୁ ଉପାୟ ଆମ ଶରୀର ଭିତରେ ସକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ ଓ ଘରେ ମଧ୍ୟ ସକାରାତ୍ମକ ଊର୍ଜା ମିଳିଥାଏ । ଏହି ଉପାୟ ଆମର ପ୍ରତିରକ୍ଷାରେ ସୁଧାର ଆଣିବା ପାଇଁ ସାହାଯ୍ୟ କରିଥାଏ । ଯାହା କି ଫିଟ୍ ରହିବା ପାଇଁ ଏହା ଜରୁରୀ ଅଟେ ।

ବାସ୍ତୁ ଶାସ୍ତ୍ର ବିଷୟରେ-

ଭାରତରେ ଆଧ୍ୟାତ୍ମିକ ବିଜ୍ଞାନ ବାସ୍ତୁଶାସ୍ତ୍ର ନିର୍ମାଣରେ ଏକ ବିଜ୍ଞାନ ଅଟେ । ଯାହା ମାନବ ଜୀବନ ଓ ପ୍ରକୃତିର ମଧ୍ୟଭାଗରେ ସନ୍ତୁଳନକୁ ସନ୍ତୁଳିତ କରିଥାଏ । ପାଞ୍ଚଟି ମୂଳ ତତ୍ଵ ହେଲା- ଅନ୍ତରିକ୍ଷ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ, ଆଠଟି ଦିଗ ହେଲା- ପୂର୍ବ, ଦକ୍ଷିଣ ପଶ୍ଚିମ, ଉତ୍ତର ଓ ଉତ୍ତର ପୂର୍ବ, ପୂର୍ବ, ଦକ୍ଷିଣ, ଦକ୍ଷିଣ ପଶ୍ଚିମ, ଉତ୍ତର ପଶ୍ଚିମ ଅଟେ । ବା ଐଶାନ୍ୟ, ଅଗ୍ନି, ନୈରୁତ, ବାୟୁ କୋଣ ।

ବିଦ୍ୟୁତ- ପୃଥିବୀର ଚୁମ୍ବକୀୟ ଓ ଗୁରୁତ୍ଵାକର୍ଷଣ ବଳ, ଗ୍ରହମାନଙ୍କ ଠାରୁ ଓ ବାୟୁ ମଣ୍ଡଳରୁ ସୃଷ୍ଟି ହେଉଥିବା ବ୍ରହ୍ମାଣ୍ଡିୟ ଊର୍ଜା ମାନବ ଜୀବନ ଉପରେ ତାର ପ୍ରଭାବକୁ ପକାଇ ଥାଏ ଅର୍ଥାତ୍ ଏହି ସବୁ କଥାକୁ ବାସ୍ତୁ ଶାସ୍ତ୍ର ମାଧ୍ୟମରେ ବର୍ଣ୍ଣନା କରା ଯାଇଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!