Numerology: ମୂଳାଙ୍କ 9 ବା (୯, ୧୮ ଓ ୨୭) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୯- ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ। A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ। ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ। ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ।

ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ। ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ। ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ। ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ। ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇଥାଏ। ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ। ଯଥା- ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୯ ହେବ। ମୂଳାଙ୍କ ୯ ର ସ୍ଵାମୀ ମଙ୍ଗଳଗ୍ରହ ହେବେ। ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୯ର ସ୍ଵାମୀ ମଙ୍ଗଳ ଗ୍ରହଙ୍କ ପ୍ରଭାବ ରହିବା ଫଳରେ ଅଧିକ ଶକ୍ତିଶାଳି ହେବେ।

ଯାହା ଦ୍ଵାରା ନିଜର ଗୁରୁତ୍ଵକୁ ପ୍ରାଧାନ୍ୟ ଦେବା ସହ ନିଜ ଇଛାରେ ସବୁ କାମର ସମାଧାନ କରିବେ। ଜମି ବ୍ୟବସାୟ ସହିତ ଜଡିତ ଲୋକମାନେ ବିଶେଷ ଉପକୃତ ହେବେ। ସମ୍ପତ୍ତିରେ ବିନିଯୋଗ କରିପାରିବେ। ପରିବାରର ଦାୟିତ୍ଵ ନେଇ ବାପା ମାଆଙ୍କୁ ଆରାମରେ ରଖିବାକୁ ପସନ୍ଦ କରିବେ। ସବୁ କ୍ଷେତ୍ରରେ ଉନ୍ନତି କରିପାରିବେ। ଜୀବନସାଥୀଙ୍କ ପ୍ରତି ବିଶ୍ଵାସ ରଖନ୍ତୁ। କ୍ୟାରିୟରରେ ସଫଳତା ପାଇବା ପାଇଁ ଅନେକ ସୁଯୋଗ ପାଇବେ। ଯଦି ତାକୁ ବ୍ୟବହାର କରିବେ ତେବେ ଆପଣ ଭଲ ଫଳାଫଳ ପାଇବେ।

ଆର୍ଥିକ ସମସ୍ୟା ସମାଧାନ ହୋଇପାରେ, ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ। ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳେଇବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇ ପାରେ। ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ।

ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ଚାକିରୀ ବା ବ୍ୟବସାୟକୁ ପରିବର୍ତ୍ତନ କରନ୍ତୁ ନାହିଁ। ୨- ଧୋକା ପାଇବାର ସମ୍ଭାବନା ହେଉଛି, ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରିବା ଉଚିତ୍। ୩- ବିନା କାରଣରେ ଯାତ୍ରା କରନ୍ତୁ ନାହିଁ। ୪- ବାଦବିବାଦରୁ ନିବୃତ୍ତ ରୁହନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ୫-କେଶର ଚନ୍ଦନ ମଥାରେ ତିଳକ ଲଗାନ୍ତୁ। ୬-ଏକାଦଶୀ ବ୍ରତ ପାଳନ କରନ୍ତୁ। ୭- ଯଦି ଆପଣ ନିଜର ବଚନକୁ ସଂଯମତା, ଗୋପନୀୟତା, ସଠିକ୍ ବୁଝିବା ଓ ମଦ ମାଂସ ଠାରୁ ଦୂରେଇ ରହିବେ ତେବେ ପ୍ରତି କ୍ଷେତ୍ରରେ ସଫଳତା ଆପଣଙ୍କ ସପକ୍ଷରେ ରହିବ। ୮- ଗୁରୁବାର ବ୍ରତ ପାଳନ କରନ୍ତୁ। ୯- ଘରୁ ବାହାରିବା ସମୟରେ କିଛି ଗୁଡ ଖାଇ ପାଣି ପିଇବା ପରେ ଯାଆନ୍ତୁ। ୧୦- ବେଳେ ବେଳେ ଆଖିରେ କଳା ବା ଧଳା ସୁରମା ଲଗାନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!