ଦୈନିକ ରାଶିଫଳ: 19 ଡିସେମ୍ବର ୨୦୨୦, ଶନିଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବର ମାସ୧୯ତାରିଖ, ଶନିବାର, ଧନୁମାସ ୫ଦିନ, ମାର୍ଗଶିରମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି, ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର, ସକାଳ ୭ଟା ୧୬ମିନିଟ୍ ଗତେ କୁମ୍ଭ ରାଶିରେ ଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର, ସକାଳ ୭ଟା ୧୬ମିନିଟ୍ ଗତେ ମିଥୁନ, ମୀନ ରାଶିର ଘାତଚନ୍ଦ୍ର। ବେଲ, ପଣସ ନ ଖାଇଲେ ଭଲ, ଦିବା ୨ଟା ୧୪ମିନିଟ୍ ପରେ ପିତା ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୭ଟା ୪୭ମିନିଟ୍ ରୁ ୯ଟା ୧ମିନିଟ୍, ଦିବା ୧୨ଟା ୫ମିନିଟ୍ ରୁ ୧ଟା ୪ମିନିଟ୍, ଦିବା ୨ଟା ୨୬ମିନିଟ୍ ରୁ ୨ଟା ୫୭ମିନିଟ୍, ଦିବା ୩ଟା ୪୨ମିନିଟ୍ ରୁ ୩ଟା ୪୬ମିନିଟ୍। ପର୍ବଦିନ:- କୁରାଳ ପଞ୍ଚମୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ଶତୃ ମାନେ ପରାଜିତ ହୋଇ ସମସ୍ତ ଚିନ୍ତା ଦୂର ହେବ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ଭ୍ରାତୃ ବିବାଦ ପଡୋଶୀ କଳହ ଦୂର ହେବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମ କ୍ଷେତ୍ରରେ ସଫଳ ହେବେ। ବନ୍ଧୁବିରୋଧ, ପ୍ରତିବେଶୀଙ୍କ ସହ କଳହର ଅବସାନହେବ। ସାମ୍ବାଦିକମାନେ ଶୁଭସମ୍ବାଦ ପାଇ ଶୀଘ୍ରଯାତ୍ରା କରିବାକୁ ବାଧ୍ୟହେବେ। ଦୂରଯାତ୍ରାକରି ହଇରାଣ ହରକତ ହେବାକୁ ପଡିବ। ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟ ହାନୀ ହୋଇପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:-

ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ। ବ୍ୟବସାୟୀମାନେ ଉତ୍ତମ ଆୟର ପଥ ପରିଷ୍କାର କରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ। ଶ୍ରମିକ ଓ କର୍ମଚାରୀମାନେ ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି। ରାଜନୀତି କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରିବାକୁ ପଡି ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତର ଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଦୂରେଇ ଯିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ପ୍ରବାସ ଯାତ୍ରାରେ କଷ୍ଟ ସହିବେ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ସିଂହ:-

ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ରାଜନୀତି କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ଜାଗା, ଜମି, ବାହନ ଆଦି କ୍ରୟ ନକରିବା ଉଚିତ୍। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କନ୍ୟା:-

ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ପୁରୁଣା ପ୍ରାପ୍ୟ ଆଦାୟ ହେବା ଯୋଗେ ଆର୍ଥିକ ସଙ୍କଟ ଦୂରେଇ ଯାଇ ଶାନ୍ତିଶୃଙ୍ଖଳା ଦେଖାଦେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖା ଦେବ। ଜାଗା ଜମିବାଡ଼ି ନେଇ ସମସ୍ୟା ଥିଲେ ସମାଧାନର ବାଟ ଖୋଲିଯିବ। ପାରିବାରିକ ଜୀବନ ଆନନ୍ଦମୟ ହେବା ସହ ପରିଶ୍ରମର ମୂଲ୍ୟପାଇବେ। ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ।ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ତୁଳା:-

ସ୍ୱାସ୍ଥ୍ୟ ସମସ୍ୟା ଭଲ ରହିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପରିବାରର ସମ୍ପର୍କୀୟଙ୍କ କୌଣସି ଶୁଭ ସୂଚନା ପାଇ ଖୁସି ହୋଇ ଯିବେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସରକାରୀ ସାହାଯ୍ୟ ମିଳିପାରେ। ରାଜନୈତିକ କ୍ଷେତ୍ରରେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ହସଖୁସିରେ ସମୟ ବିତାଇବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା:-

ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବ୍ୟସ୍ତ ରହି ପାରନ୍ତି। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ। ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ। ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ:-

ସ୍ୱାସ୍ଥ୍ୟ ଦିଗରୁ ଉତ୍ତମ ଫଳ ପ୍ରାପ୍ତି ହେବ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ନୂତନକର୍ମ ପ୍ରାପ୍ତିର ସୁଯୋଗ ପାଇବେ। କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ପ୍ରଚୁର ଲାଭ ପାଇବେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମକର:-

ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇବେ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ। ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ସାମାଜିକ ପତିଆରା ଅମଳିନ ରହିବ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ ଓ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ଆୟ ବୃଦ୍ଧି ହେବା ଫଳରେ ଆର୍ଥିକ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହୋଇପାରେ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ସଂବାଦ ମିଳିପାରେ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

ମୀନ:-

ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। କର୍ମକ୍ଷେତ୍ରରେ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!