Numerology: ମୂଳାଙ୍କ 8 ବା (୮, ୧୭ ଓ ୨୬) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 । ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ । ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ ।

ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୮ ହେବ । ମୂଳାଙ୍କ ୮ ର ସ୍ଵାମୀ ଶନିଗ୍ରହ ହେବେ ।

ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୮ର ସ୍ଵାମୀ ଶନି ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଅତ୍ୟନ୍ତ ଗମ୍ଭୀର ପ୍ରକୃତିର ହୋଇଥାନ୍ତି । କିନ୍ତୁ ଅଳସୁଆ ହୁଅନ୍ତି । ଏହି ଅଳସୁଆ କୁ ତ୍ୟାଗ କରିବାକୁ ପଡିବ । ଅଟକି ରହିଥିବା ଯୋଜନା ଗୁଡିକରେ କାମ କରିବାକୁ ପଡିବ । ସମସ୍ତଙ୍କୁ ଜିତିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବାକୁ ହେବ । ତେବେଯାଇ ସଫଳତା ପାଇବେ । ଆର୍ଥିକ ସ୍ଥିତି ଭଲ ରହିବ । ଯାତ୍ରା କରିପାରିବେ ଓ ନୂତନ ନିଯୁକ୍ତି ପାଇବେ ।

ଭୂମି, ଭବନ ବା ବାହନ ସୁଖ ମିଳିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ବିଦ୍ୟାର୍ଥୀମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ଯଦି ସବୁ କ୍ଷେତ୍ରରେ ସଫଳ ହେବାକୁ ଚହୁଁଛନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ । ନିଜ କାର୍ଯ୍ୟ ପ୍ରତି ପ୍ରତିବଦ୍ଧ ରୁହନ୍ତୁ, ଯାହାକି ବିରୋଧୀମାନେ କହିବାର ସୁଯୋଗ ପାଇବେ ନାହିଁ । ପାରିବାରିକ ସୁଖ ବୃଦ୍ଧି ହେବ ଓ ଉତ୍ସାହ ବଢିବ । ସାବଧାନ ରହିବାକୁ ହେବ । ପ୍ରେମ କ୍ଷେତ୍ରରେ ମଧ୍ୟ ସତର୍କ ରହିବାକୁ ହେବ । ପରିବାରରେ ନିଜର ପ୍ରେମ ବିଷୟରେ ଠିକ୍ ସମୟ ଦେଖି କଥାବାର୍ତ୍ତା କରନ୍ତୁ, ନଚେତ୍ ଏହା ବିଗିଡି ଯାଇପାରେ ।

ନିଜର ଝଗଡା ମଧ୍ୟରେ ଅନ୍ୟ ଜଣକୁ ସାମିଲ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ । ଗାଡି ଚଳାଇବା ବେଳେ ମଧ୍ୟ ସତର୍କ ରହିବାକୁ ହେବ, ନଚେତ୍ ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଚର୍ମରୋଗ ଦେଖାଦେଇପାରେ । ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ । ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ?୧- ସମୀ ଗଛରେ ଜଳ ଅର୍ପଣ କରନ୍ତୁ । ୨- ରୂପାର ଗ୍ଲାସରେ ପାଣି ପିଅନ୍ତୁ ।

୩- କୌଣସି ଏକ ଶନିବାର ଦିନ ଷ୍ଟିଲ ପାତ୍ରରେ ରାଶିତେଲ ରଖି ନିଜର ଛାୟା ଦେଖି ତାକୁ ଅସହାୟକୁ ଦାନ କରନ୍ତୁ । ୪- ଲାଲ୍ ରଙ୍ଗର ଓଢଣି ଦେବୀ ମନ୍ଦିରରେ ଦାନ କରନ୍ତୁ । ୫- ଗାଧୋଇବା ଘରେ ଯେ କୌଣସି ଛୋଟ ଜାତୀୟ ଗଛ ରଖନ୍ତୁ । ଏହା ସବୁଜ ହୋଇଥିବା ଉଚିତ୍ । ୬-ମାଗଣାରେ କୌଣସି ଦ୍ରବ୍ୟ କାହାରିଠାରୁ ଗ୍ରହଣ କରନ୍ତୁ ନାହିଁ । ୭- କଳା ରାଶି, ବିରି, ଲୁହା, ତେଲ, କଳା ବସ୍ତ୍ର ଓ ଜୋତା ଦାନ କରନ୍ତୁ । ୮-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ୯-କଳା ତିଳକ ମସ୍ତକରେ ଧାରଣ କରନ୍ତୁ । ୧୦- ଭଗବାନ ଭୈରବଙ୍କ ପୂଜା ଉପାସନା କରନ୍ତୁ ଓ ପ୍ରତିଦିନ କାଉ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!