ଦୈନିକ ରାଶିଫଳ: 16 ଡିସେମ୍ବର ୨୦୨୦, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବର ମାସ ୧୬ତାରିଖ, ବୁଧବାର, ଧନୁ୨ଦିନ, ମାର୍ଗଶିରମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି, ପୂର୍ବାଷାଢାନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର। କର୍କଟ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। ବୋଇତିକଖାରୁ ନ ଖାଇଲେ ଭଲ, ଦିବା ୪ଟା ୫୪ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୧୮ମିନିଟ୍ ରୁ ୮ଟା ୨୬ମିନିଟ୍, ଦିବା ୧୦ଟା ୩୮ମିନିଟ୍ ରୁ ୧୧ଟା ୪୧ମିନିଟ୍, ଦିବା ୧ଟା ୩୧ମିନିଟ୍ ରୁ ୩ଟା ୩୯ମିନିଟ୍, ସନ୍ଧ୍ୟା ୬ଟା ୧ମିନିଟ୍ ରୁ ୬ଟା ୫୧ମିନିଟ୍, ରାତ୍ର ୮ଟା ୩୮ମିନିଟ୍ ରୁ ୩ଟା ୧ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଆୟ ଉତ୍ତମ ହେବା ସ୍ଥଳରେ ବ୍ୟୟ ହ୍ରାସ ପାଇବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇ ମୁଣ୍ଡ ଉଚ୍ଚା ରହିବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ:-

ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ। ବିଦ୍ୟା କ୍ଷେତ୍ରରେ ମନ ଲାଗିବ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ଆୟବୃଦ୍ଧି, ଋଣମୁକ୍ତି ଓ କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ପାରିବାରିକସ୍ତର ହସ ଖୁସିରେ କଟିବ ଓ ଚିନ୍ତା କରିଥିବା କାମ ଗୁଡିକ ସହଜ ସରଳରେ ସମାପନ ହେବ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ରାଜନୀତି କ୍ଷେତ୍ରରେ ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ବିଦ୍ୟା କ୍ଷେତ୍ରରେ ଆଶାମୁତାବକ ଫଳ ପାଇବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ସିଂହ:-

ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ। ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ପରିଣାମ ଅନୁକୂଳ ହେବ। ରାଜନୀତିରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବା ଫଳରେ ଇଚ୍ଛା ମୁତାବକ ଲାଭପାଇବେ। ଆୟ ଉତ୍ତମ ହେବା ସ୍ଥଳରେ ବ୍ୟୟ ହ୍ରାସ ପାଇବା ସହ ଆକସ୍ମିକ ଅର୍ଥଲାଭର ଯୋଗ ମଧ୍ୟ ରହିଛି। କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ। ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ସାମାଜିକ ପତିଆରା ଅମଳିନ ରହିବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେଲେ ମଧ୍ୟ ଅଧସ୍ତନଙ୍କ ଈର୍ଷା ଓ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି। ମନରେ ଅଶାନ୍ତି ଅସନ୍ତୋଷ ଦେଖାଦେବ। କିନ୍ତୁ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ ଓ ବ୍ୟବସାୟିକ ସ୍ଥିତି ସନ୍ତୋଷ ଜନକ ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ତୁଳା:-

ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ। କର୍ମକ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ। ବ୍ୟବସାୟରେ ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ। ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। କିନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିପଦରେ ପକାଇବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:-

ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ରାଜନୀତି କ୍ଷେତ୍ରରେ ଶାନ୍ତି ପାଇବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବେ। ନୂତନ କାର୍ଯ୍ୟରେ ଉନ୍ନତି ହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ:-

ସ୍ଥଗିତଥିବା କର୍ମଟି ପୂରଣ ହେବ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ବ୍ୟବସାୟରେ ନୂତନଧାରା ଖୋଲିବେ। ନିର୍ମାଣମୂଳକ ଯୋଜନାରେ ଆଗେଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ସଭାସମିତି ଓ ସମାଜିକ କାର୍ଯ୍ୟଯୋଗେ ଆତ୍ମୀୟମାନଙ୍କ ସାହାଯ୍ୟ ନେବେ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଟଳିଯିବ। ବିଦ୍ୟାରେ ଉନ୍ନତି ହେବା ସହ ଶୁଭ ସମାଚାର ମିଳିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହୋଇ ପାରେ। ଧର୍ମକାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହୋଇ ପାରନ୍ତି। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

କୁମ୍ଭ:-

ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହି ନ ପାରେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ। କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ପଡିପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥ ଙ୍କର ସୌଜନ୍ୟରୁ ସହଜରେ ହୋଇଯିବ। ବୁଦ୍ଧିମତା କାରଣରୁ ଆର୍ଥିକସ୍ଥିତି ସୁଧୁରିବ ଓ ଅବସ୍ଥା ବଦଳିଯିବ। ନୂତନକର୍ମ ଯୋଗୁ ଆୟବୃଦ୍ଧି ହେବ। ନିର୍ମାଣକାର୍ଯ୍ୟ ସମ୍ପନ୍ନ ହେବା ଫଳରେ ସନ୍ତୁଷ୍ଟ ରହିବେ। କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ। ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!