Numerology: ମୂଳାଙ୍କ 4 ବା (୪ , ୧୩, ୨୨ ଓ ୩୧) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ ।

ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ ।  ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ ।

ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇଥାଏ । ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା- ଯେଉଁ ମାନଙ୍କର ଯେ କୌଣସି ମାସର ୪ , ୧୩, ୨୨ ଓ ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୪ ହେବ । ମୂଳାଙ୍କ ୪ ର ସ୍ଵାମୀ ରାହୁଗ୍ରହ ହେବେ ।

ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୪ର ସ୍ଵାମୀ ରାହୁ ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଅନେକ ସୁଯୋଗ ମିଳିବ । ସବୁ ଚେଷ୍ଟାରେ ସଫଳ ହେବେ । ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇ ପାରେ । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ଚାକିରୀ କରୁଥିବା ଲୋକମାନଙ୍କର କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ସାଙ୍ଗ ବା ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ନେବେ ।

କିନ୍ତୁ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବିଦେଶ ଯାତ୍ରା କରିପାରିବେ । ରାଜନୀତି କ୍ଷେତ୍ରରେ ସମ୍ପର୍କୀତ ଲୋକମାନେ ଜବରଦସ୍ତ ସଫଳତା ହାସଲ କରିବେ । ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ ଯାହାକି ସମ୍ପର୍କରେ ତିକ୍ତତା ଆସିବ । ପ୍ରେମ କ୍ଷେତ୍ରରେ ମଧ୍ୟ ଅସଫଳ ହେବେ । ଆର୍ଥିକ କ୍ଷେତରେ ମିଶ୍ରିତଫଳ ମିଳିବ । ଆୟ ବ୍ୟୟ ସମାନ ରହିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଚର୍ମ ରୋଗ ଓ ବ୍ରଣ ସମସ୍ୟା ଦେଖା ଦେବ । ବାହନ ଚଳାଇବା ବେଳେ ସତର୍କ ରହିବାକୁ ହେବ, ନଚେତ୍ ଦୁର୍ଘଟଣାର ଶୀକାର ହୋଇପାରନ୍ତି ।

୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ । ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ବୁଧବାର ଦିନ ଗାଈକୁ ସବୁଜ ଘାସ ଶାଗ ବା ପନିପରିବା ଖାଇବାକୁ ଦିଅନ୍ତୁ । ୨- ଗାଧୋଇବା ପାଣିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ଗାଧାନ୍ତୁ । ୩- ଡାଇବେଟିସ୍ ରୋଗୀମାନେ ସତର୍କ ରହିବା ଜରୁରୀ ଅଟେ । ୪- ବୁଧବାର ଦିନ ମୁଗଡାଲି ମନ୍ଦିରରେ ଦାନ କରନ୍ତୁ ।

୫- ଯଦି ଚାକିରୀରେ ଅସୁବିଧା ହେଉଛି ତେବେ ବୃଦ୍ଧାଶ୍ରମରେ କିଛି ଦାନ କରନ୍ତୁ । ୬- ଝିଅ, ଭଉଣୀ, ପିଉସୀ ଓ ଶାଳିଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୭- ମାତା, ଗର୍ଭବତୀ ସ୍ତ୍ରୀ ଓ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ୮- ପୈତୃକ ସମ୍ପତ୍ତି ମାମଲା ଅଗ୍ରଗତି କରିପାରେ । ୯- ଛାତ୍ର ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗୀତାରେ ସଫଳ ହେବେ । ୧୦- ଏହି ବର୍ଷ ମିଶ୍ରିତ ଫଳ ପ୍ରାପ୍ତି ହେବ । ବିଶେଷ କରି ବ୍ୟବସାୟୀ ମାନଙ୍କ ପାଇଁ ସମୟ ବହୁତ ଭଲ ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!