ଦୈନିକ ରାଶିଫଳ: 04ଡିସେମ୍ବର ୨୦୨୦, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବରମାସ ୪ତାରିଖ, ଶୁକ୍ରବାର, ବିଛାମାସ ୧୯ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର, ସକାଳ ୭ଟା ୨୧ମିନିଟ୍ ଗତେ କର୍କଟ ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ମୂଳା ନ ଖାଇଲେ ଭଲ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁଭସମୟ- ପ୍ରାତଃ ୬ଟା ୧୧ମିନିଟ୍ ରୁ ୬ଟା ୫୩ମିନିଟ୍, ସକାଳ ୭ଟା ୩୮ମିନିଟ୍ ରୁ ୮ଟା ୫୨ମିନିଟ୍, ଦିବା ୧୧ଟା ୫୯ମିନିଟ୍ ରୁ ୨ଟା ୫୧ମିନିଟ୍, ଦିବା ୩ଟା ୩୭ମିନିଟ୍ ରୁ ୫ଟା ୨ମିନିଟ୍, ସନ୍ଧ୍ୟା ୫ଟା ୫୬ମିନିଟ୍ ରୁ ରାତ୍ର ୮ଟା ୧୯ମିନିଟ୍, ରାତ୍ର ୧୨ଟା ୪ମିନିଟ୍ ରୁ ରାତ୍ର ୧ଟା ୪୭ମିନିଟ୍।

ମେଷ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ। ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଚେଷ୍ଟା କଲେ କର୍ମ ନିଯୁକ୍ତିରେ ସଫଳ ହେବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ବୃଷ:-

ଶ୍ରମ ସାର୍ଥକ ହେବା ଫଳରେ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇଯିବ। ଆୟବୃଦ୍ଧି, ଋଣମୁକ୍ତି, ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। ବ୍ୟବସାୟୀମାନେ ନିଜର ପ୍ରତିପତ୍ତି ବିସ୍ତାର କରିବା ସହ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ଧନ ସମ୍ପତିରେ ଘର ହସି ଉଠିବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ପ୍ରାପ୍ତ ହେବା ଫଳରେ ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଅଧ୍ୟୟନରେ ମନ୍ଥର ହେବା ଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ। ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

କର୍କଟ:-

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ନୈତିକତା ହିସାବରୁ ଆପଣ ଉଚ୍ଚପ୍ରଶଂସିତ ହେବା ସହ ଅଧାଅଧୁରା ଥିବା କାର୍ଯ୍ୟ ପୂରଣ ହେବ। କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ। ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ। କର୍ମକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଉଚ୍ଚଆଶା ସଫଳ ହେବ। ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। ମାଲିମୋକଦ୍ଦମାରେ ବଂଧୁ ସହଯୋଗରେ ବିଜୟ ପ୍ରାପ୍ତ ହେବ। ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ।

ସିଂହ:-

ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର ଉନ୍ନତି ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କନ୍ୟା:-

ସମ୍ପର୍କୀୟଙ୍କ ଠାରୁ ବହୁତ ଲାଭ ମିଳିବ। କୋର୍ଟକଚେରୀ ମାମଲାରେ ବିଜୟ ହେବ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ। ବ୍ୟାପାରରେ ବହୁତ ଭଲ ପରିଣାମ ହେବ। କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ। ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ। ମନୋରଞ୍ଜନ ଓ ହସଖୁସିରେ ସମୟ ବ୍ୟତୀତ ହେବ। ନୂତନ ବନ୍ଧୁଙ୍କ ଆଗମନ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ। ଟିମ୍ ୱାର୍କ, ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିପାରେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ତୁଳା:-

ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଜନ ସେବାରେ ନିଜକୁ ନିୟୋଜିତ କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ। ନିଜର ବୁଦ୍ଧି ଓ ବିବେକ ଦ୍ଵାରା ସମସ୍ତ ସମସ୍ୟା ସମାଧାନ କରିପାରିବେ। ଆତ୍ମବିଶ୍ଵାସ ଓ ମନବଳ ଦ୍ଵାରା ବହୁତ ଆଗକୁ ବଢି ପାରିବେ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଭଲ କାର୍ଯ୍ୟ କରି ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସୁନ୍ଦର ବସ୍ତୁପ୍ରତି ଆକର୍ଷିତ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। କାମକାର୍ଯ୍ୟର ସ୍ଥିତି ସୁଧାର ହେବ ତେଣୁ ମନ ବହୁତ ହର୍ଷିତ ପ୍ରସନ୍ନ ଚିତ୍ତ ରହିବ। ଅଧ୍ୟାପନ ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ମିଳିବ। ନିଜର ଆତ୍ମନିରୀକ୍ଷଣ ଦ୍ଵାରା ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନ ହେବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବା ଯୋଗେ ନୂତନ ରୋଜଗାର ମିଳିବାର ଉପଯୁକ୍ତ ରାସ୍ତା ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ଜ୍ୟୋତିଷ, କଳା, ସଙ୍ଗୀତ, ଧର୍ମସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ଭବିଷ୍ୟ ଯୋଜନାରେ ଖୁସି ରହିବେ। ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ପାରିବାରିକ ସ୍ଥିତିର ଅବ୍ୟବସ୍ଥିତତାକୁ ଆଧାର କରି କ୍ଷୋଭ, ଅବଶୋଷ, ଅପମାନରେ ଜର୍ଜରିତ ହେବେ। ପୁରାତନରୋଗ ପ୍ରକୋପରେ ଶରୀରକଷ୍ଟ ଭୋଗ କରିବେ। ଧାର୍ମିକ କାର୍ଯ୍ୟରେ ରୁଚିବୃଦ୍ଧି ପାଇବ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମକର:-

କୌଣସିଠାରୁ ଶୁଭ ସମାଚାର ଶୁଣି ମନ ଉତ୍ସୁକ ହେବ। ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିବେ। ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ପ୍ରାପ୍ତି ପାଇଁ ପ୍ରଯତ୍ନ ଶୀଳ ରହିବେ। ମାନସିକ ଶାନ୍ତି ମିଳିବ। ଶତୃମାନେ ଦୂରେଇଯିବେ। ବନ୍ଧୁବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିତ ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ। ରୋଜି ରୋଜଗାର ପାଇଁ ଆଜି ଉପଯୁକ୍ତ ସମୟ। ଦାମ୍ପତ୍ୟ ସମ୍ବନ୍ଧୀୟ ମାମଲାରେ ମଧୁରତା ଆସିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ବଡ ବଡ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ଘରର କୌଣସି ନୂତନ ବସ୍ତୁ କ୍ରୟ କରି ପାରିବେ। ପାରିବାରିକ ସ୍ଥିତି ବଦଳିବା ଯୋଗେ ହସ ଖୁସିରେ ସମୟ ବ୍ୟତୀତ ହେବ। କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରେମୀକା ପ୍ରେମିକଙ୍କ ମଧୁର ମିଳନରେ କୌଣସି ବାଧାବନ୍ଧନ ନାହିଁ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇ ଯିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

କୌଣସି ବରିଷ୍ଠ ବ୍ୟକ୍ତି ବା ଅଧିକାରୀ ଦେଖାହେବା ଫଳରେ ଉନ୍ନତିର ମାର୍ଗ ପ୍ରଶସ୍ତ ହୋଇ ପ୍ରଚୁର ଲାଭ ହେବ। ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଭୌତିକ ସୁଖସୁବିଧା ସାଧନର ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!