ଦୈନିକ ରାଶିଫଳ: 29 ନଭେମ୍ବର 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ନଭେମ୍ବରମାସ ୨୯ ତାରିଖ, ସୋମବାର, ବିଛାମାସ ୧୪ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଦଶମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର । ବିଷ୍କୁମ୍ଭଯୋଗ, ସକାଳ ୬ଟା ୪୭ମିନିଟ୍ ଗତେ ପ୍ରୀତିଯୋଗ । ଗରକରଣ, ସନ୍ଧ୍ୟା ୫ଟା ୨୨ମିନିଟ୍ ଗତେ ବାଣିଜ୍ୟ କରଣ । ମିଥୁନ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୪ଟା ୩୯ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୩୭ମିନିଟ୍ ରୁ ୮ଟା ୫୯ମିନିଟ୍, ଦିବା ୨ଟା ୨୨ମିନିଟ୍ ରୁ ଦିବା ୩ଟା ୨୩ମିନିଟ୍, ରାତ୍ରି ୯ଟା ୫୯ମିନିଟ୍ ରୁ ରାତ୍ରି ୧୧ଟା ୪୧ମିନିଟ୍ । ଶୁଭସମୟ- ପ୍ରାତଃ ଠାରୁ ୭ଟା ୪୦ମିନିଟ୍, ସକାଳ ୯ଟା ୬ମିନିଟ୍ ରୁ ଦିବା ୧୧ଟା ୧୬ମିନିଟ୍, ରାତ୍ର ୭ଟା ୪୩ମିନିଟ୍ ରୁ ରାତ୍ର ୧୧ଟା ୧୨ମିନିଟ୍, ରାତ୍ର ୨ଟା ୪୩ମିନିଟ୍ ରୁ ରାତ୍ର ୩ଟା ୩୩ମିନିଟ୍ ।

ମେଷ:-ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । ଚାକିରୀରେ ପଦୋନ୍ନତି ହେବାର ସୂଚନା ପାଇବେ । ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେବା ସହ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ । କର୍ମ କ୍ଷେତ୍ରରେ ଚତୁରତାସହ ଗତିକରି କାମ ହାସଲ କରିବେ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଉଚ୍ଚାଧିକାରୀ, ସହକର୍ମୀ, ଭାଇବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଆମୋଦ, ପ୍ରମୋଦ, ମନୋରଞ୍ଜନ କାର୍ଯ୍ୟରେ ଯୋଗଦେଇ ଖୁସିହେବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କରେ ଦୃଢତ ଆସିବ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ସିଂହ:-ଶୁଭ ସମାଚାର ମିଳିପାରେ । ନୂଆ ଜ୍ଞାନର ବୃଦ୍ଧି ହେବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇ ବ୍ୟବସାୟମାନେ ଅଧିକ ଲାଭ କରିବେ । ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ । କୌଣସି ଗୁରୁତ୍ଵପୂର୍ଣ୍ଣ କର୍ମନେଇ ଆର୍ଥିକ ଅନାଟନ ଦେଖାଦେବ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ । କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ସବୁଥିରେ ସଫଳତା ମିଳିବା ଫଳରେ ସମୟ ହସ ଖୁସିରେ ବିତିବ । ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବ ଓ କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଅନେକ ସମସ୍ୟା ସମାଧାନ ହୋଇ ଉଚ୍ଚ ଆଶାରେ ଆଗେଇବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବିଚ୍ଛା:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ଓ ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ । ଜମିବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ସହ ପରିବାରରେ ମାନ ମନାନ୍ତର ଦୂର ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇ ସୁଖସମ୍ପତ୍ତି ଲାଭ ହେବ । ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ ଓ ଧନର ଆଗମନ ହୋଇ ଗୃହବାହନ ପ୍ରାପ୍ତି ହୋଇ ପାରେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମକର:-ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବା ଯୋଗେ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ଶିକ୍ଷାକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଓ ଶୁଭ ସୂଚନା ମଧ୍ୟ ପାଇବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବ୍ୟବସାୟୀମାନେ ଅନେକ ସମସ୍ୟାର ସମାଧାନ କରି ଲାଭବାନ ହେବେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହି ପାରନ୍ତି । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବା ଫଳରେ ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେଇ ପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ସାମାଜିକ ପତିଆରା ଅମଳିନ ରହିବା ସହ ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଆଶାତୀତ ଲାଭବାନ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା, ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!