Numerology: ମୂଳାଙ୍କ 6 ବା (୬, ୧୫ ଓ ୨୪) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ । ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ । ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ ।

ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ । ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ । ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇଥାଏ ।

ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୬ ହେବ । ମୂଳାଙ୍କ ୬ ର ସ୍ଵାମୀ ଶୁକ୍ରଗ୍ରହ ହେବେ । ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୬ର ସ୍ଵାମୀ ଶୁକ୍ର ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଐଶ୍ଵର୍ଯ୍ୟ ଓ ଆରାମ ଜୀବନ ବିତାଇବାକୁ ପସନ୍ଦ କରିବେ ।

ପରିବାର ପ୍ରତି ସମର୍ପିତ ରହିବେ । ସବୁ ଜରୁରୀ କାର୍ଯ୍ୟ ପ୍ରତି ଧ୍ୟାନ ଦେବେ । ପରିବାରର ସ୍ନେହ ଶ୍ରଦ୍ଧା ଆପଣଙ୍କର ନୂଆ ଊର୍ଜା ସୃଷ୍ଟି କରିବ, ଯାହାକି ସବୁ ପ୍ରତିଯୋଗୀତାକୁ ସାମ୍ନା କରିବାକୁ ଶକ୍ତି ମିଳିବ । ଘରେ ଖର୍ଚ୍ଚ କରିବା ସହିତ ଅନ୍ୟ ଜିନିଷ ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ପଡିପାରେ । ଚାକିରୀ କରୁଥିବା ବ୍ୟକ୍ତିମାନେ ଭଲ ସଫଳତା ପାଇବେ । କାର୍ଯ୍ୟରେ ଉନ୍ନତି କରିବେ । କିନ୍ତୁ କର୍ମକ୍ଷେତ୍ରରେ ରାଜନୀତି ଠାରୁ ଦୂରେଇ ରୁହନ୍ତୁ । ବରିଷ୍ଠ ଅଧିକାରୀଙ୍କୁ ଆଦର ସମ୍ମାନ କରନ୍ତୁ । ସହକର୍ମୀଙ୍କର ସମ୍ମାନ କରନ୍ତୁ ।

ବନ୍ଧୁ ମିତ୍ରଙ୍କ ସାହାଯ୍ୟ ଦ୍ଵାରା ଏକ ବଡ ଉପଲବ୍ଧି ହାସଲ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କୁ ନିଜ ପସନ୍ଦର ଜୀବନ ସାଥି ମିଳିବ । ବେରୋଜଗାର ମାନଙ୍କୁ ରୋଜଗାର ମିଳିଯିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ଅଧିକ ଖର୍ଚ୍ଚ କରିବା ହେତୁ ଆର୍ଥିକ ଅଭାବ ମଧ୍ୟ ଦେଖା ଦେଇପାରେ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାନ୍ୟ କଷ୍ଟ ଭୋଗ କରିବାକୁ ପଡିପାରେ । ସେଥିପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯେ କୌଣସି ରୋଗକୁ ଅଣଦେଖା କରନ୍ତୁ ନାହିଁ । ୨୦୨୧ମସିହାରେ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ । ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ଶୁକ୍ରବାର ଦିନ ବ୍ରତ ପାଳନ କରନ୍ତୁ । ୨- ସୁଗନ୍ଧିତ ଅତର ବା ସେଣ୍ଟ ଉପଯୋଗ କରନ୍ତୁ । ୩- ନିଜ ସହକର୍ମୀଙ୍କ ସହିତ ସଠିକ୍ ବ୍ୟବହାର କରନ୍ତୁ ।

୪- ବେଳେବେଳେ ଗୁରୁବାର ଦିନ ହଳଦିଆ ମିଠା କାନିକା ବା ସାମାନ୍ୟ ମିଠାରେ ତିଆରି ଖାଦ୍ୟ ଖାଆନ୍ତୁ । ୫- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ୬- ନିଜର ଖାଦ୍ୟରୁ କିଛି ଅଂଶ ଗାଈ, କୁକୁର, କାଉକୁ ଖାଇବାକୁ ଦିଅନ୍ତୁ । ୭- ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ଦିରରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ୮- ଧଳା ବସ୍ତ୍ର ଦାନ କରନ୍ତୁ ଓ କେବେ ମଧ୍ୟ ଅପରିଷ୍କାର ଚିରା-ଫଟା ବସ୍ତ୍ର ପିନ୍ଧନ୍ତୁ ନାହିଁ । ୯- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ । ୧୦- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!