କଣପାଇଁ କିଛି ଲୋକମାନେ ଧନୀ ହୁଅନ୍ତି ଓ କିଛି ଲୋକ ଗରିବ ହୁଅନ୍ତି? ସ୍ଵୟଂ ମା’ ଲକ୍ଷ୍ମୀ କହିଛନ୍ତି କାରଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମାତା ଲକ୍ଷ୍ମୀ କେଉଁ ଘରେ ରୁହନ୍ତି ନାହିଁ ଇନ୍ଦ୍ରଙ୍କୁ କହିଲେ- ବୈଭବ ଦେବୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସ୍ତ୍ରୀ ଥିଲେ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତି । କିନ୍ତୁ ଜରୁରୀ ନୁହେଁ ଯେ ସମସ୍ତଙ୍କୁ ଧନ ପ୍ରାପ୍ତି ହେବ ବା ଧନବାନ ହେବେ । ଏହାର ଉତ୍ତର ପାଇବା ପାଇଁ ଇନ୍ଦ୍ରଦେବ ନିଜେ ମାତା ଲକ୍ଷ୍ମୀଙ୍କ ପାଖକୁ ଯାଇ ପଚାରିଲେ ଯେ ମାତା ଆପଣଙ୍କୁ ସମସ୍ତେ ପୂଜା କରନ୍ତି, କିନ୍ତୁ କାହିଁକି ଜଣେ ଧନୀ ଓ ଆଉ ଜଣେ ଗରିବ ହେଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ଶୁଣି ମାତା କହିଲେ ଯେ ସମସ୍ତେ ନିଜ ନିଜର କର୍ମଫଳ ଦ୍ଵାରା ଧନୀ ଗରିବ ହୋଇଥାନ୍ତି । ଯେଉଁମାନେ ମୋତେ ପୂଜା କରୁଛନ୍ତି ସେମାନଙ୍କର ମାନ ସମ୍ମାନ ରଖିଥାନ୍ତି । ଏହାର ଅର୍ଥ ଯଦି ଶୁଦ୍ଧ ମନରେ ଶ୍ରଦ୍ଧା ଭାବରେ ପୂଜା କରିବେ ନାହିଁ ତେବେ କୌଣସି ଲାଭ ମିଳିବ ନାହିଁ ।

ଏହା ଛଡା ଆଉ ଏକ କଥା ମଧ୍ୟ ମାତା ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ ମଧ୍ୟ କହିଥିଲେ ଯାହା ସବୁଠାରୁ ମହତ୍ଵପୂର୍ଣ୍ଣ ଅଟେ । ଯେଉଁଘରେ ସବୁଦିନ କ୍ଲେଶର ବାତାବରଣ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କୌଣସି ବ୍ୟକ୍ତି ଯେତେ ପୂଜା ଅର୍ଚନା କଲେ ମଧ୍ୟ ଯେଉଁଠାରେ ଶାନ୍ତି ମିଳେ ନାହିଁ ମାତା ଲକ୍ଷ୍ମୀ ସେହିଘରେ ବାସ କରନ୍ତି ନାହିଁ ବୋଲି ଇନ୍ଦ୍ର ଦେବଙ୍କୁ କହିଥିଲେ ।

ଯେଉଁଘରେ ସୁଖ ଶାନ୍ତି ମିଳେ ଓ ପରିବାରରେ ମିଳିମିଶି ରୁହନ୍ତି ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ଯେଉଁ ଘରେ ସୁଖ ଶାନ୍ତି ମିଳେ ନାହିଁ ଓ କଳି ଝଗଡା ହୁଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ସେଥିପାଇଁ ଯଦି ଆପଣ ଧନବାନ ହେବାକୁ ଚହୁଁଛନ୍ତି ତେବେ ନିଜ ଘରେ ଶାନ୍ତି ରଖନ୍ତୁ, କୌଣସି ଝଗଡା କରନ୍ତୁ ନାହିଁ, ନହେଲେ ମାତା ଲକ୍ଷ୍ମୀ ବାସ କରିବେ ନାହିଁ । ଯେଉଁଠାରେ ଗୃହସ୍ଵାମିନୀଙ୍କୁ ସମ୍ମାନ ମିଳେ ନାହିଁ, ଗୃହ ଲକ୍ଷ୍ମୀ ସେହି ଘର ଛାଡି ପଳାଇ ଯାଆନ୍ତି ।

ମାତା ଲକ୍ଷ୍ମୀ ଇନ୍ଦ୍ରଦେବଙ୍କୁ କହିଲେ ଯେ ମୋର ଆଉ ଏକ ରୂପ ଅନ୍ନ ଅଟେ । କିଛି ଲୋକମାନେ ରାଗିବା ବେଳେ ଖାଇବା ଥାଳିକୁ ଫୋପାଡି ଦିଅନ୍ତି । ଅସମ୍ମାନ କରିଥାନ୍ତି । ଏହି ଅଭ୍ୟାସ ଧନ, ବୈଭବ ଓ ପରିବାରର ସୁଖ ଶାନ୍ତିରେ ବାଧା ସୃଷ୍ଟି ହୁଏ । ଯେଉଁଠାରେ ଅନ୍ନର ଅପମାନ ହୁଏ ସେଠାରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!