ନବରାତ୍ରି ରେ କେଉଁ କନ୍ୟାଙ୍କୁ ପୂଜା କଲେ କେତେ ପୂଣ୍ୟ ମିଳିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ ପୂଜା କରାଯାଏ  ସେହି ଅନୁସାରେ ମଧ୍ୟ ଶୁଭ ଫଳ ମିଳିଥାଏ ।  ଧର୍ମ ଗ୍ରନ୍ଥରେ ୩ବର୍ଷ ବୟସ ଠାରୁ ୯ବର୍ଷ ବୟସ ମଧ୍ୟରେ କନ୍ୟା ମାନଙ୍କ ଠାରେ ମାତାଙ୍କ ସ୍ୱରୂପ ଥାଏ ବୋଲି କୁହାଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧ଟି କନ୍ୟାକୁ ପୂଜା କରିଲେ ଐଶ୍ଵର୍ଯ୍ୟ ପ୍ରାପ୍ତି ହୁଏ । ୨ଟି କନ୍ୟାକୁ ପୂଜା କରିଲେ ଭୋଗ ଓ ମୋକ୍ଷ ପ୍ରାପ୍ତି ହୁଏ । ୩ଟି କନ୍ୟାକୁ ପୂଜା କରିଲେ ଧର୍ମ, ଅର୍ଥ ଓ କାମ ପ୍ରାପ୍ତି ହୁଏ । ୪ଟି କନ୍ୟାକୁ ପୂଜା କରିଲେ ରାଜପଦ ପ୍ରାପ୍ତି ହୁଏ ।

Image Courtesy: Google

୫ ଟି କନ୍ୟାକୁ ପୂଜା କରିଲେ ବିଦ୍ୟା ପ୍ରାପ୍ତି ହୁଏ । ୬ ଟି କନ୍ୟାକୁ ପୂଜା କରିଲେ ସିଦ୍ଧି ପ୍ରାପ୍ତି ହୁଏ । ୭ଟି କନ୍ୟାକୁ ପୂଜା କରିଲେ ରାଜ୍ୟ ପ୍ରାପ୍ତି ହୁଏ । ୮ଟି କନ୍ୟାକୁ ପୂଜା କରିଲେ ସମ୍ପଦ ପ୍ରାପ୍ତି ହୁଏ । ୯ଟି କନ୍ୟାକୁ ପୂଜା କରିଲେ  ପୃଥିବୀର ପ୍ରଭୁତ୍ଵ ପ୍ରାପ୍ତି ହୁଏ । କିଛି ଲୋକମାନେ ନବମୀ ଦିନ କନ୍ୟା ମାନଙ୍କୁ ପୂଜା କରନ୍ତି, କିନ୍ତୁ ଅଷ୍ଟମୀ ଦିନ କନ୍ୟା ପୂଜା ଶ୍ରେଷ୍ଠ ହୋଇଥାଏ । କନ୍ୟା ମାନଙ୍କ ବୟସ ୧୦ବର୍ଷରୁ ଅଧିକ ନ ହେବା ଉଚିତ୍ ।

Image Courtesy: Google

୨ବର୍ଷର କନ୍ୟାକୁ ପୂଜା କରିଲେ ଧନ ଲାଭ ହୁଏ । ୩ବର୍ଷର ୩ଟି କନ୍ୟାକୁ ପୂଜା କରିଲେ ଧନଧାନ୍ୟ ଲାଭ ହୁଏ ।  ୪ବର୍ଷର କଲ୍ୟାଣୀ କନ୍ୟାକୁ ପୂଜା କରିଲେ ସୁଖପ୍ରାପ୍ତି ହୁଏ । ୫ବର୍ଷର ରୋହିଣୀ କନ୍ୟାକୁ ପୂଜା କରିଲେ ସଫଳତା ମିଳିଥାଏ । ୬ବର୍ଷର କଳିକା କନ୍ୟାକୁ ପୂଜା କରିଲେ ଯଶ ଲାଭ ହୁଏ । ୭ବର୍ଷର ଚଣ୍ଡିକା କନ୍ୟାକୁ ପୂଜା କରିଲେ ସମୃଦ୍ଧି ପ୍ରାପ୍ତି ହୁଏ ।

Image Courtesy: Google

୮ବର୍ଷର ସାମ୍ଭବୀ କନ୍ୟାକୁ ପୂଜା କରିଲେ ପରାକ୍ରମ ମିଳିଥାଏ । ୯ବର୍ଷର ଦୂର୍ଗାକୁ ପୂଜା କରିଲେ ବୈଭବ ପ୍ରାପ୍ତି ହୁଏ । ୧୦ବର୍ଷର କନ୍ୟା ସୁଭଦ୍ରାକୁ ପୂଜା କରିଲେ ସୌଭାଗ୍ୟ ପ୍ରାପ୍ତି ହୁଏ । କନ୍ୟା ମାନଙ୍କୁ ପୂଜା କରିବା ପରେ ଖାଇବାକୁ ଦିଆଯାଏ, ତାପରେ କନ୍ୟାଙ୍କୁ ଦକ୍ଷିଣା ଦେବା ଉଚିତ୍ । ଏହିପରି କଲେ ମହାମାୟା ଭଗବତୀ ପ୍ରସନ୍ନ ହୋଇ ନିଜର ମନୋସ୍କାମନା ପୂରଣ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!