ନବରାତ୍ରି ସମୟରେ କରନ୍ତୁ ଏହି ୫ଟି କାମ, ଆପଣଙ୍କ ସମସ୍ତ ମନୋକାମନା ହେବ ପୂର୍ଣ୍ଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନବରାତ୍ରି ସମୟରେ କରନ୍ତୁ ଏହି ୫ଟି କାମ

ନବରାତ୍ରିର ପବିତ୍ର ପର୍ବ ୧୦ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଏହି ଦିନମାନଙ୍କରେ ମା’ର ୯ଟି ରୂପକୁ ପୂଜା କରା ଯାଏ । ପ୍ରଥମ ଦିନ ମାତା ଶୈଲପୁତ୍ରୀ ଓ ଘଟ ସ୍ଥାପନା କରା ଯାଏ । ଏବଂ ନବରାତ୍ରିର ଶେଷ ଦିନ କନ୍ୟା ମାନଙ୍କର ପୂଜା କରାଯାଇ ବ୍ରତ ଖୋଲା ଯାଏ । ହିନ୍ଦୁ ଧର୍ମରେ ନବରାତ୍ରିର ବହୁତ ମହତ୍ତ୍ଵ ଅଛି, ଗୋଟେ ବର୍ଷରେ ୪ଥର ନବରାତ୍ରି ଆସେ । ଚୈତ୍ର ଓ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ରୁ ନବମୀ ପର୍ଯ୍ୟନ୍ତ ପଡୁଥିବା ନବରାତ୍ରି ବହୁତ ଲୋକପ୍ରିୟ ଅଟେ । ଏହା ବ୍ଯତୀତ ଆଷାଢ ଓ ମାଘ ମାସରେ ଗୁପ୍ତ ନବରାତ୍ରି ପଡେ, ଆଷାଢ ଓ ମାଘ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରିକୁ ଗୁପ୍ତ ନବରାତ୍ରି କୁହା ଯାଏ । ଏହି ନବରାତ୍ରି ଏତେ ବିଶେଷ ନ ହୋଇଥିଲେ ମଧ୍ୟ ତନ୍ତ୍ର ସାଧନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଖାସ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାରଦୀୟ ନବରାତ୍ରିରେ ସବୁ ପ୍ରକାରର ଶୁଭ କାମ କରାଯାଇପାରେ । ନବରାତ୍ରିର ଏହି ଶୁଭ ଦିନରେ ବିଶେଷ କାମ ପାଇଁ ମୂହୁର୍ତ୍ତ ଦେଖିବା ଆବଶ୍ୟକ ନାହିଁ । ଅଧିକାଂଶ ଲୋକ ଏହି ଦିନ ମାନଙ୍କରେ ଗୃହ ପ୍ରବେଶ କରନ୍ତି ଓ କିଛି ଲୋକ ନୂତନ ଯାନ ବାହାନ କିଣିଥାନ୍ତି । ସମସ୍ତେ ଏହି ୯ଦିନ ଯାକ ମା ଙ୍କର ଶ୍ରଦ୍ଧା ଓ ଭକ୍ତିର ସହ ପୂଜାର୍ଚ୍ଚନା କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ନବରାତ୍ରି ସମୟରେ ଏହି ୫ଟି ଜରୁରୀ କାମ ବିଷୟରେ, ଯାହାକୁ କରିଲେ ମାଙ୍କର ଆଶୀର୍ବାଦ ମିଳିବ ଓ ଆପଣଙ୍କର ସମସ୍ତ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।

ଆସନ୍ତୁ ଜାଣିବା ଏହି ୫ଟି ଜରୁରୀ କାମ କଣ

ନବରାତ୍ରିର ସମୟରେ ଆପଣ ମାଙ୍କର ପୂଜା ଅତ୍ୟନ୍ତ ସ୍ବଚ୍ଛ ଓ ପବିତ୍ର ମନରେ କରନ୍ତୁ, ମାଙ୍କ ମନ୍ଦିର ଯାଆନ୍ତୁ ଓ ସେଠି ଭଗବତୀ ପାଠ ନିଶ୍ଚୟ ପଢନ୍ତୁ ।

ଏପରି କୁହା ଯାଏ କି ନବରାତ୍ରି ବେଳେ ମାଙ୍କୁ ସବୁଦିନ ସ୍ବଚ୍ଛ ଜଳ ବା ଗଙ୍ଗାଜଳ ଅର୍ପଣ କରିଲେ ମା ନିଜ ଭକ୍ତଙ୍କ ଉପରେ ପ୍ରଶନ୍ନ ହୁଅନ୍ତି । ତେଣୁ ଏହା ନିଶ୍ଚୟ କରନ୍ତୁ ।

ନବରାତ୍ରିର ଏହି ୯ଦିନ ମାଙ୍କର ବିଶେଷ ଶୃଙ୍ଗାର କରିବା ଆବଶ୍ୟକ, ଓ ୮ମ ଦିନ ମା ମହାଗୌରୀ ଙ୍କର ବିଶେଷ ପୂଜାର ଆୟୋଜନ କରିବା  ଆବଶ୍ୟକ, ଏହା କରିବା ଅତ୍ୟନ୍ତ ଶୁଭ ଅଟେ ।

ଯଦି ଆପଣ ଦେଶୀ ଗାଈ ଘିଅରେ ଅଖଣ୍ଡ ଦୀପ ଜାଳାଉଛନ୍ତି ତେବେ ଆପଣଙ୍କୁ ମାଙ୍କର ବିଶେଷ କୃପା ଲାଭ ହେବ ।

ନବରାତ୍ରି ସମୟରେ ପିଆଜ, ରସୁଣ, କି ମାଂସାହାରୀ ଭୋଜନ କରନ୍ତୁ ନାହିଁ ।

ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମାତା ଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!