କାନ୍ଦୁଥିବାର ଗାଈ ଦେଖିଲେ କଣ ହୋଇପାରେ ଆପଣଙ୍କ ସାଙ୍ଗରେ? ଜାଣନ୍ତୁ ଗାଇକୁ ନେଇ ବହୁତ ଖାସ୍ କଥା

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାନ୍ଦୁଥିବାର ଗାଈ ଦେଖିଲେ କଣ ହୋଇପାରେ ଆପଣଙ୍କ ସାଙ୍ଗରେ

ଭାରତରେ ଗାଈକୁ ଦେବୀ ମାଆଙ୍କ ସହିତ ତୁଳନା କରାଯାଇଛି । ଶାସ୍ତ୍ର ପୁରାଣରେ ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି କୁହାଯାଏ । ଦୀପାବଳୀ ପରଦିନ ଗୋବର୍ଦ୍ଧନ ପୂଜାରେ ଗୋମାତାଙ୍କୁ ମୟୂର ପକ୍ଷୀରେ ସଜାଇ  ପୂଜା ଅର୍ଚ୍ଚନା କରାଯାଏ । ଯଦି ବ୍ୟକ୍ତି ଗାଈକୁ କଷ୍ଟ ଦିଏ ବା ମାରପିଟ୍ କରେ ତେବେ ସେହି ବ୍ୟକ୍ତି ପାଇଁ ନର୍କ ଦ୍ଵାର ଖୋଲା ହୋଇଯାଏ ଓ କେତେ ଜନ୍ମଯାଏ ଦୁଃଖ କଷ୍ଟ ଭୋଗ କରିବାକୁ ପଡେ । ଶାସ୍ତ୍ରରେ କୁହାଯାଇଛି ଆତ୍ମା ୮୪ଲକ୍ଷ ଯୋନି ଭ୍ରମଣ କରି ଶେଷ ଯୋନି ଗାଈ ରୂପରେ ଜନ୍ମ ଗ୍ରହଣ କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଲକ୍ଷ ଯୋନି ସ୍ୱରୂପ ଆତ୍ମାର ବିଶ୍ରାମସ୍ଥଳ ଗୋମାତାଙ୍କର ଯୋନି ହୋଇଥାଏ ଓ ସେଠାରୁ ଆତ୍ମା ଯାତ୍ରା ଆରମ୍ଭ କରେ । ବୈଜ୍ଞାନିକଙ୍କ ମତରେ ଗାଈ ଏକମାତ୍ର ପ୍ରାଣୀ, ଯିଏ କି ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରେ ଓ ଅମ୍ଳଜାନ ଛାଡେ । ଯାହାକି ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ଛାଡିଥାଆନ୍ତି । ସେହିପରି ବୃକ୍ଷ ଲତା ଗୁଡିକ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡିଥାନ୍ତି ।

ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଆଚରଣ ବଦଳାଇ ଥାଏ, ତେବେ ଏହା କିଛି ବିଘ୍ନ ଘଟିବାର ସଂକେତ ଦେଇଥାଏ । ଶକୁନ ଶାସ୍ତ୍ରରେ ମଧ୍ୟ ଗାଈ ସମ୍ବନ୍ଧିତ ଶକୁନ ଓ ଅପଶକୁନ ବିଷୟରେ କୁହାଯାଇଛି । ମୁନିଋଷିମାନେ ମଧ୍ୟ ଏହି ଶାସ୍ତ୍ରକୁ ମାନି ଚଳୁଥିଲେ । ତେଣୁ ନିମ୍ନରେ ଗାଈର ଶକୁନ ଅପଶକୁନ ବିଷୟରେ ଆସନ୍ତୁ ଜାଣିବା ।

ଗାଈ ସମ୍ବନ୍ଧିତ ଶକୁନ ଓ ଅପଶକୁନ

ରାତ୍ର ସମୟରେ ଗାଈ ବୋବାଇଲେ ବା ହଂବାରଡି ଦେଲେ ଶୁଭ ସଂକେତ ବୋଲି ଧରାଯାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ବାମ ପଟରେ ବୋବାଏ ତେବେ ଏହା ଶୁଭ ହୋଇଥାଏ ।

ଯଦି ଗାଈ ଅର୍ଦ୍ଧ ରାତ୍ରରେ କର୍କଶତା ସ୍ଵରରେ ବୋବାଏ କିମ୍ବା କାନ୍ଦୁଥିବାର ଦେଖାଦିଏ ତେବେ ଭୟ ବା ଆତଙ୍କଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଖୁରାରେ ମାଟି ଖୋଳିବା ଦେଖନ୍ତି ତେବେ ଆଗକୁ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ କାନ୍ଦୁଥିବାର ଦେଖନ୍ତି, ତେବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପୀଡା ଭୋଗ କରିବାକୁ ପଡିଥାଏ ।

ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ବାଛୁରୀକୁ ଦେଖିବା ପାଇଁ ବୋବାଉଥାଏ ତେବେ ସେହି ବ୍ୟକ୍ତିର ସମସ୍ତ ଇଛା ପୂରଣ ହୁଏ ।

ଯଦି ଗାଈର ପିଠି ଉପରେ ବହୁତ ମାଛି ବସିବାର ଦେଖନ୍ତି, ତେବେ ବହୁତ ବର୍ଷା ହେବାର ସମ୍ଭାବନା ଥାଏ ।

ଯାତ୍ରା କରୁଥିବା ସମୟରେ ଯଦି ଦୁଇଟି ମଇଁଷି ସାମ୍ନାରେ ଦେଖନ୍ତି ତେବେ ଆଗକୁ ବିପଦ ଅଛି ବୋଲି ସତର୍କ ହୋଇଯିବା ଉଚିତ୍ ।

ଯାତ୍ରା କରୁଥିବା ସମୟରେ ଯଦି ଶଣ୍ଢ ବାମପଟରୁ ଡାହାଣ ପଟକୁ ଯିବାର ଦେଖାଯାଏ କିମ୍ବା ସାମ୍ନାରେ ଠିଆ ହୋଇଥାଏ ତେବେ ଅତ୍ୟନ୍ତ ଶୁଭ ସଂକେତ ବୋଲି ଜାଣିବେ । ସମସ୍ତ ଇଛା ପୂରଣ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!