ବାସ୍ତୁ ଶାସ୍ତ୍ର- ମନି ପ୍ଳାଣ୍ଟ ଯେତେ ସବୁଜ ସୁନ୍ଦର ହୋଇଥାଏ । ସେତିକି ଅଧିକ ଶୁଭ ହୋଇଥାଏ, ବସ୍ତୁର ଏହି ଟିପ୍ସ ଯାହା ଆପଣଙ୍କ କାମରେ ଆସିପାରେ ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରେ ସୁଖ ସମୃଦ୍ଧି ରହିବା ପାଇଁ ବାସ୍ତୁରେ ବହୁତ ଗୁଡିଏ ଟିପ୍ସ କୁହାଯାଇଛି । ବାସ୍ତୁରେ ମାନ୍ୟତା ଅଛି କି ଘରେ ମନି ପ୍ଳାଣ୍ଟ ଲଗା ହୋଇଥିଲେ ଘରର ବାତା ବରଣ ସାକାରାତ୍ମକ ରହିଥାଏ ଓ ଧନ ସମ୍ବନ୍ଧୀୟ କାମରେ ଆସୁଥିବା ବାଧା ଦୂର ହୋଇଥାଏ । ଚାଲନ୍ତୁ ଜାଣିବା ମନି ପ୍ଳାଣ୍ଟ ସମ୍ବନ୍ଧିତ କିଛି ବିଶେଷ କଥା, ଯାହାର ଧ୍ୟାନ ରଖିବା ଆବଶ୍ୟକ ନତୁବା ଏହି ପ୍ଳାଣ୍ଟରୁ ପୁରା ଲାଭ ମିଳି ପାରିବ ନାହିଁ । ମନି ପ୍ଳାଣ୍ଟ ଯେତେ ସବୁଜ ସୁନ୍ଦର ହୋଇଥାଏ, ସେତିକି ଶୁଭ ମଧ୍ୟ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହାରା ପତ୍ର ଝାଉଁଳିବା, ହଳଦିଆ ବା ଧଳା ହୋଇଯିବା ଅଶୁଭ ହୋଇଥାଏ । ଏଥିପାଇଁ ଏହାର ଖରାପ ପତ୍ର ତୁରନ୍ତ ହଟାଇ ଦେବା ଆବଶ୍ୟକ ।

ମନି ପ୍ଳାଣ୍ଟ କୁ ଉପର ଆଡକୁ ଲଟେଇବା ଦରକାର । ମାଟି ଉପରେ ଲଟଉ ଥିବା ମନି ପ୍ଳାଣ୍ଟ ବସ୍ତୁ ଦୋଷ ବଢାଇଥାଏ ।

ମନି ପ୍ଳାଣ୍ଟ କୁ ଘରେ ଲଗାଇବା ପାଇଁ ଆଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ ସବୁଠୁ ଭଲ ହୋଇଥାଏ । ଏହି ଦିଗରେ ଏହି ଗଛ ଲଗାଇବା ଦ୍ଵାରା ସକାରାତ୍ମକ ଉର୍ଜ୍ଜା ବଢିଥାଏ ।

ମନି ପ୍ଳାଣ୍ଟ କୁ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବାର କାରଣ ଏହା କି, ଏହି ଦିଗର କାରକ ଗ୍ରହ ଶୁକ୍ର ଅଟନ୍ତି । ଶୁକ୍ର ଗ୍ରହ ଲଟା ବାଲା ଗଛର ମଧ୍ୟ କାରକ ଅଟେ । ଶୁକ୍ରଙ୍କ ଦିଗରେ ତାଙ୍କର ଗଛ ମନି ପ୍ଳାଣ୍ଟ ଲଗାଇବା ଦ୍ଵାରା ଶୁଭ ଫଳ ମିଳିଥାଏ ।

ମନି ପ୍ଳାଣ୍ଟ କୁ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ଲଗାଇବା କଥା ନୁହେଁ । ଐଶାନ୍ୟ କୋନର କାରକ ବୃହସ୍ପତି ଅଟନ୍ତି । ଶୁକ୍ର ଓ ବୃହସ୍ପତି ଦୁଇ ଜଣ ପରସ୍ପରଙ୍କର ଶତୃ ଅଟନ୍ତି । ଏହି କାରଣରୁ ଐଶାନ୍ୟ କୋଣରେ ଶୁକ୍ର ଗ୍ରହଙ୍କର ଗଛ ଲଗାଇବା କଥା ନୁହେଁ ।

 

ମନି ପ୍ଳାଣ୍ଟ ଏପରି ଜାଗାରେ ଲଗାଇବା ଦରକାର ଯେଉଁଠାରେ ଅଧିକ ଖରା ପଡୁ ନଥିବା । ଏହାକୁ ଘରେ ମଧ୍ୟ ରକ୍ଷା ଯାଇପାରେ । ମନି ପ୍ଳାଣ୍ଟ କୁ ପାଣିରେ ରଖିବା ଅଧିକ ଭଲ ହୋଇଥାଏ । ଏହାର ପାଣି ପ୍ରତି ସପ୍ତାହରେ ବଦଳାଇବା ଆବଶ୍ୟକ ।

ଏହି ବାସ୍ତୁ ଟିପ୍ସ ନିଜ ଜୀବନରେ କାମରେ ଲଗାଇ ଦେଖନ୍ତୁ ଆପଣଙ୍କୁ କେମିତି ସଫଳତା ମିଳୁଛି। ଆଗକୁ ଏହିଭଳି ବାସ୍ତୁ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!