ଦୈନିକ ରାଶିଫଳ: ୨୭ ଜାନୁୟାରୀ ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରୁ ଏହି ରାଶି ବ୍ୟକ୍ତିଙ୍କର ବ୍ୟବସାୟରେ ହେବ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨୭ ଜାନୁୟାରୀ ୨୦୧୯

ମେଷ:

ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ କରିବେ। ନାନା ସମସ୍ୟାର ସମାଧାନ ହୋଇଯିବ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ପ୍ରତିଦ୍ୱନ୍ଦିତା ଓ କ୍ରିଡାକ୍ଷେତ୍ରରେ ଶୁଭଫଳ ମିଳିବ। ରାଜନୀତିରେ ସାମାଜିକ କଲ୍ୟାଣ ଓ ଜୀବନ ସ୍ତର ପରିବର୍ତ୍ତନ ଉଦ୍ୟମ କରି ଉଚ୍ଚପ୍ରଶଂସିତ ହେବେ। ନୂତନ ସଂସ୍ଥାର ଆୟୋଜନ କରିବେ। ଜାଗା ଜମି, ଯାନ ବାହାନ ପାଇଁ ଯୋଗାଯୋଗ କରିପାରନ୍ତି। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:

ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ। ଗୃହଉପକରଣ କ୍ରୟ କରିବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ରାଜନୀତିରେ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବା ସହ ସହକର୍ମୀ ଓ ଉପରିସ୍ଥ ନେତାଙ୍କଠାରୁ ପ୍ରଶଂସିତ ହେବେ। ଭାତୃ ବିବାଦ, ଜମି ବାଡ଼ି ଓ ଘରଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ବ୍ୟୟ ଅପେକ୍ଷା ଆୟ ଅଧିକ ହେବା ସହ ଋଣମୁକ୍ତ ଓ ଋଣପ୍ରାପ୍ତିହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:

ଦାମ୍ପତ୍ୟ କଳହରଅବସାନ ଓ ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ନୂତନ ସଂସ୍ଥାର ଆୟୋଜନ କରିବେ। ଅନେକ ପ୍ରକାର ପରିବର୍ତ୍ତନ ଆସିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ମହିଳାମାନେ ଗୃହ ସମସ୍ୟା ସଜାଡିବାକୁ ଯାଇ ସୁବିଧା ସୁଯୋଗ ପାଇବେ। ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖା ଦେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଓ ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

କର୍କଟ:

ଜନସେବାରେ ନିଜକୁ ନିୟୋଜିତ କରିବେ। ପରିବାରରେ ଓ କୁଟୁମ୍ବରେ ଗୁରୁକାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରି ପାରନ୍ତି। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର-ତୁଲସୀ ମୂଳମାଟି ଧାରଣ କରନ୍ତୁ।

ସିଂହ:

ଭାତୃ ବିବାଦ, ଜମି ବାଡ଼ି ଓ ଘରଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ସାମାଜିକ ପ୍ରତିଷ୍ଠା ଆତ୍ମ ବିଶ୍ୱାସ ବଢେଇବ। ମହିଳାମାନେ ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ କଳହମେଣ୍ଟିଯିବ ଓ ସାମାଜିକ ସ୍ଥିତି, ମାନସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର- କିନ୍ନର ଙ୍କୁ କିଛି ଦାନ ଦିଅନ୍ତୁ।

କନ୍ୟା:

ବ୍ୟବସାୟରେ ସାମାନ୍ୟ ଲାଭ ହେବ। ଅନେକ ଶୁଭକର୍ମର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ଶତ୍ରୁମାନେ ପରାଜିତ ହେବେ। ବିଦେଶ ଯାତ୍ରାରେ ଲାଭ ପାଇବେ। ପରିବାର କ୍ଷେତ୍ରରେ ଦ୍ୱନ୍ଦ୍ୱ ଦେଖାଦବ। ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆଗ୍ରହ ବଢିବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପ୍ରତିକାର- ମନ୍ଦିରରେ ପ୍ରଣାମ କରନ୍ତୁ।

ତୁଳା:

ବ୍ୟବସାୟରେ ଲୋକ ସମ୍ପର୍କ ବୃଦ୍ଧିହେବା ସହ ଆୟବୃଦ୍ଧି ହେବ ଓ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ। ଶତ୍ରୁମାନେ ମଥାନତ କରିବେ। ପୂରାତନ ରୋଗର ଉପଶମ ହେବ। ବନ୍ଧୁ ସମାଗମ ହେବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଉତ୍ସାହ ବଢିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:

ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ପନିପରିବା, ଫଳ ଓ ଖାଦ୍ୟ ବ୍ୟବସାୟୀମାନେ ଅଧିକ ଲାଭ କରିବେ। ପ୍ରତିକାର- ଶିବମନ୍ଦିରରେ ପାଦୁକ ପାନ କରନ୍ତୁ।

ଧନୁ:

ରାଜନୀତିରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ପ୍ରଶଂସିତ ହେବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ବିଦେଶ ଯାତ୍ରାରେ କୃତକାର୍ଯ୍ୟ ହେବେ ଓ ସମସ୍ତ କାର୍ଯ୍ୟ ସିଦ୍ଧି ହେବ। ଶତୃମାନେ ଦୂରେଇ ଯିବେ। ବନ୍ଧୁ ମିତ୍ରମାନେ ସହଯୋଗ କରିବେ। ଶରୀର ସୁସ୍ଥ ରହିବ। ଋଣ ପ୍ରାପ୍ତିରୁ ମୁକ୍ତି ମିଳିବ। ବ୍ୟବସାୟରେ କର୍ମତତ୍ପରତା ଓ ସଫଳତା ଯୋଗେ ଉଚ୍ଚ ସମ୍ମାନ ଲାଭ ହେବ।  ମିଷ୍ଠାନ୍ନ ଭୋଜନ କରିବେ। ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର- ମୁହଁ ମିଠା କରି ଘରୁ ବାହାରନ୍ତୁ।

ମକର:

ମନରେ ଦମ୍ଭ ସାହାସବୃଦ୍ଧି ହେବ, ଚିତ୍ତ ପ୍ରସନ୍ନ ରହିବ, କାର୍ଯ୍ୟ ସିଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ  ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ୱେ ଆୟ ବଢ଼ିବା ଯୋଗେ ଉଚ୍ଚ ପ୍ରଶଂସା ମିଳିବ। ନୂତନ କାର୍ଯ୍ୟାରମ୍ଭ କରିବେ। କ୍ଷମାଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣ, ମାନସିକ ସ୍ଥିରତା ଦେଖାଦେବ। ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କୁମ୍ଭ:

ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ପରିବାରରେ ମାନ ମନାନ୍ତର ଦୂର ହେବ। ବିଦେଶ ଯାତ୍ରାରେ ଲାଭବାନ୍ ହେବେ। ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଓ ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ-ପ୍ରମୋଦ, ମନୋରଞ୍ଜନ, ଭୋଜିଭାତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ। ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ:–

ରାଜନୀତିରେ ପଦ ପଦବୀ ଲାଭ ହେବା ସହ ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହୋଇ ମାନସିକ ସ୍ଥିରତା ଦେଖାଦେବ। ଅନେକ କାର୍ଯ୍ୟରେ ସଫଳ ହେବେ। ଉଚ୍ଚ ଆଶା ପୂରଣ ଯୋଗେ ମିଷ୍ଠାନ୍ନ ଭୋଜନ କରିବେ। ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଶତୃମାନେ ବିପଦରେ ପକାଇବାକୁ ଚେଷ୍ଟା କରିବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ। ପ୍ରତିକାର- କିନ୍ନର ଙ୍କୁ କିଛି ଦାନ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!