Monday Special :- ସୋମବାରର ମହତ୍ଵ, ପୂଜା ଓ ମନ୍ତ୍ର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସୋମବାର ଦିନ ଭଗବାନ ଶିବ ଓ ଚନ୍ଦ୍ରଙ୍କର ଅଟେ । ଏହି ଦିନ ସକାଳ ସମୟରେ ରାହୁ କାଳ ରହିଥାଏ । ଆସନ୍ତୁ ଜାଣିବା ଏହି ଦିନରେ କଣ ମହତ୍ଵ ଅଛି ଓ କେଉଁ ମନ୍ତ୍ର ଜପ କରି ପୂଜା କରିବେ । ସୋମବାରର ମହତ୍ଵ- ଏହି ଦିନ ଚନ୍ଦ୍ରଦୋଷ କୁ ଦୂର କରାଯାଇପାରେ । ଚନ୍ଦ୍ର ଗ୍ରହ ମନ ଓ ମାଆଙ୍କ ପ୍ରତୀକ ଅଟେ । ତେଣୁ ଏହି ପୂଜା କରିଲେ ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ପ୍ରାପ୍ତି ହୁଏ । ସୋମବାରର ପ୍ରକୃତି ସମ ଅଟେ । ସୋମବାର ଦିନ ଭଗବାନ ଶିବ ଓ ଚନ୍ଦ୍ରଙ୍କର ଦିନ ଅଟେ । ଯେଉଁ ମାନଙ୍କର ସ୍ଵଭାବ ଉଗ୍ର ହୋଇଥାଏ ସେମାନେ ଏହି ସୋମବାର ଦିନ ବ୍ରତ ଉପବାସ କରିବା ଉଚିତ୍ । ଏଥିରେ ଉଗ୍ର ସ୍ଵଭାବ କମ୍ ହୋଇଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୋମବାରର ଭଗବାନ ଶିବଙ୍କର ମନ୍ତ୍ର-

୧- ଓଁ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିମ୍ ପୃଷ୍ଟିବର୍ଦ୍ଧନମ୍ ।

ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟେର୍ମୁକ୍ଷୀୟ ମାମୃତାତ୍ ।

୨- ଓଁ ନମଃ ଶିବାୟ ।

ଚନ୍ଦ୍ର ଦେବଙ୍କ ମନ୍ତ୍ର-

୧- ଦଧିଶଙ୍ଖତୁଷାରାମ୍ଭ କ୍ଷୀରୋଦାର୍ଣବ ସମ୍ଭବମ୍ ।

ନମାମି ଶଶୀନଂ ସୋମଂ ଶମ୍ଭୋର୍ମୁକୁଟ ଭୂଷଣଂ ।

୨- ଓଁ ଶ୍ରାଙ୍ଗ ଶ୍ରୀଙ୍ଗ ଶ୍ରୌଙ୍ଗ ସହ ଚନ୍ଦ୍ରମସେ ନମଃ ।

୩- ଓଁ ଏଂ କ୍ଲିଙ୍ଗ ସୋମାୟ ନମଃ ।

୪- ଓଁ ଭୂର୍ଭୁବଃ ସ୍ଵଃ ଅମୃତାଂଗାୟ ବିଦ୍ମହେ, କଳାରୂପାୟ ଧୀମହି, ତନ୍ନୋ ସୋମୋ ପ୍ରଚୋଦୟାତ୍ ।

ସାମାନ୍ୟ ପୂଜା-

ସକାଳୁ ଉଠି ଗାଧୋଇବା ପରେ ସଫା ବସ୍ତ୍ର ପିନ୍ଧି ଭଗବାନ ଶିବଙ୍କୁ ପୂଜା କରିବେ । ପୂଜା ସ୍ଥାନ ସଫା କରିବା ପରେ ଗଙ୍ଗା ଜଳ ଛିଞ୍ଚିବେ । ଶିବଲୀଙ୍ଗ ଉପରେ ଜଳ ବା କ୍ଷୀର ଅଭିଷେକ କରିବେ । ଏହାପରେ ଭଗବାନ ଶିବ ଓ ଶିବଲୀଙ୍ଗ ଉପରେ ଚନ୍ଦନ ତିଳକ କରିବେ । ପରେ ସୁପାରୀ, ପଞ୍ଚାମୃତ, ନଡିଆ, ବେଲପତ୍ର, ଦୁଦୁରା, ଫଳ, ଫୁଲ ଆଦି ଅର୍ପିତ କରିବେ । ଏହାପରେ ଦୀପ ଜଳାଇ ଭଗବାନ ଶିବ ବା ଚନ୍ଦ୍ର ଦେବଙ୍କୁ ସ୍ମରଣ କରନ୍ତୁ । ଶେଷରେ ଶିବ ଚାଳିଶା ପାଠ କରିବା ପରେ ଆଳତି କରିବେ ।

ଏହି କାର୍ଯ୍ୟ କରନ୍ତୁ-

୧- ସୋମବାର ଦିନ ମୁଣ୍ଡରେ ଭସ୍ମ ତିଳକ ଲଗାନ୍ତୁ ।

୨- ସୋମବାର ଦିନ ପୁଞ୍ଜି ନିବେଶ କରିବା ଭଲ କୁହାଯାଏ ।

୩- ଯଦି ଆପଣ ସୁନା, ରୂପା ବା ସେୟାର ବଜାରରେ ନିବେଶ କରିବାକୁ ଇଛା କରୁଛନ୍ତି ତେବେ ସୋମବାରରେ କରନ୍ତୁ ।

୪- ସୋମବାର ଦିନ ଦକ୍ଷିଣ, ପଶ୍ଚିମ ଓ ବାୟବ୍ୟେ ଦିଗରେ ଯାତ୍ରା କରିପାରିବେ ।

୫- ସୋମବାର ଦିନ ଗୃହ ନିର୍ମାଣର ଶୁଭାରମ୍ଭ କରିପାରିବେ ।

୬- ସୋମବାର ଦିନ ଶପଥ ଗ୍ରହଣ, ରାଜ୍ୟଭିଷେକ ବା ଚାକିରୀ ଜଏନ କରିବାର ଶୁଭ ଦିନ ଅଟେ ।

୭- ସୋମବାର ଦିନ କୃଷି କାର୍ଯ୍ୟ ବା ଲେଖନ କାର୍ଯ୍ୟର ଶୁଭାରମ୍ଭ କରିବା ଉଚିତ୍ ।

୮- ସୋମବାର ଦିନ କ୍ଷୀର ଓ ଘିଅ କ୍ରୟ ବିକ୍ରୟ କରିପାରିବେ ।

୯- ସୋମବାର ଦିନ କୌଣସି ସାଧନା ଆରମ୍ଭ କରିବା ଉଚିତ୍ ।

ଏହି କାର୍ଯ୍ୟ କରନ୍ତୁ ନାହିଁ-

୧- ସୋମବାର ଦିନ ପୂର୍ବ ଓ ଆଗ୍ନେୟ କୋଣକୁ ଯାତ୍ରା କରନ୍ତୁ ନାହିଁ ।

୨- ସୋମବାର ଦିନ ଧଳା ବସ୍ତ୍ର ବା କ୍ଷୀର କାହାକୁ ଦାନ କରନ୍ତୁ ନାହିଁ ।

୩- ସୋମବାର ଦିନ ଚିନୀ ଖାଆନ୍ତୁ ନାହିଁ ।

୪- ଯଦି ଜାତକରେ ଚନ୍ଦ୍ର ଗ୍ରହ ଅଶୁଭରେ ଅଛନ୍ତି ତେବେ ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖି ଶୁଆନ୍ତୁ । ସକାଳ ହେଲେ ସେହି ପାଣିକୁ ଅଶୋସ୍ଥ ଗଛ ମୂଳରେ ଢାଳନ୍ତୁ ।

୫- ମାନସିକ, ଶାରୀରିକ ବା ଆର୍ଥିକ କଷ୍ଟ ଭୋଗ କରୁଥିଲେ କୁଳଦେବତାଙ୍କୁ ପୂଜା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!