ସ୍ତ୍ରୀ ଓ ପୁରୁଷ ଏହି ୩ଟି କାମ କରିବା ପରେ ନିଶ୍ଚୟ କରନ୍ତୁ ସ୍ନାନ, ନଚେତ୍… Chanakya Niti

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କେଉଁ ସମୟରେ ଆମ୍ଭେ ଗାଧୋଇବା ଉଚିତ୍ ଓ କେଉଁ ସମୟରେ ନ ଗାଧୋଇବା ଉଚିତ୍ । ଏହିପରି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କେଉଁ ପରିସ୍ଥିତିରେ ଆମେ ନିଶ୍ଚୟ ଗାଧୋଇବା ଉଚିତ୍ । ଅର୍ଥଶାସ୍ତ୍ର, ରାଜନୀତି ଓ କୂଟନୀତିର ମର୍ମଜ୍ଞ ଜ୍ଞାତା କୌଟିଲ୍ୟ ଯାହାକୁ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନାମରେ ଜାଣିଛନ୍ତି । ସେ ଏହିପରି ଅନେକ ବିଶେଷ କଥା କହିଛନ୍ତି । ସେହିପରି ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ରରେ ଅନେକ କିଛି ଲେଖିଛନ୍ତି, କିନ୍ତୁ ସେ ଜୀବନ ଓ ଉନ୍ନତି ବିଷୟରେ ମଧ୍ୟ କେତେ କଥା କହିଛନ୍ତି । ଯାହାକୁ ପାଳନ କାଲେ ଜୀବନରେ ଖୁସିରେ ରହିବେ । ତେବେ ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ କେତେକ କଥା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଚାର୍ଯ୍ୟ ଚାଣକ୍ୟ ଅନେକ କଥା କହିଛନ୍ତି । ଯାହାକି ତାକୁ ଅନୁସରଣ କଲେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ । ପ୍ରାୟ ସମୟରେ ଆମେ କିଛି ଭୁଲ୍ କାମ କରିଦେଉ, ଯାହାକି ପରେ କ୍ଷତି ହୋଇଥାଏ । ସେହିପରି ଆଚାର୍ଯ୍ୟ ଚାଣକ୍ୟ ଆମେ ଦିନରେ କରୁଥିବା କାମକୁ ନେଇ ଅନେକ କଥା କହିଛନ୍ତି । ସେଥି ମଧ୍ୟରୁ ଗାଧୋଇବା ବିଷୟରେ ମଧ୍ୟ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କେଉଁ ସମୟରେ ଆମ୍ଭେ ଗାଧୋଇବା ଦରକାର ଓ କେଉଁ ସମୟରେ ନ ଗାଧୋଇବା ଉଚିତ୍ । ଏହିପରି କେଉଁ ପରିସ୍ଥିତିରେ ଆମ୍ଭକୁ ନିଶ୍ଚୟ ଗାଧୋଇବା ଜରୁରୀ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ।

ପ୍ରତିଦିନ ସକାଳୁ ଆମ୍ଭେମାନେ ଗାଧୋଇଥାଉ । କିନ୍ତୁ ଆଚାର୍ଯ୍ୟଙ୍କ ଅନୁସାରେ ନିମ୍ନ ପରିସ୍ଥିତିରେ ଥିଲେ ନିଶ୍ଚୟ ଗାଧୋଇବା ଉଚିତ୍ । ଏହା ନ କଲେ ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । କାରଣ ଖାଇବା ପିଇବା ସହିତ ଦିନଚର୍ଯ୍ୟାରେ ହିଁ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡେ । ଆସନ୍ତୁ ଜାଣିବା ଏହି ପରିସ୍ଥିତି ବିଷୟରେ ।

ଶ୍ଳୋକ- ତୈଳାଭ୍ୟଙ୍ଗେ ଚିତାଘୁମେ ମୈଥୁନେ କ୍ଷୌରକର୍ମାଣି ।

ତାବଦ୍ ଭବତି ଚାଣ୍ଡାଳୋ ଯାବତ୍ ସ୍ନାନଂ ନ ଚାଚରେତ୍ । ।

ଏହି ଶ୍ଳୋକର ଅର୍ଥ ହେଲା ଯଦି ଆପଣ ନିଜ ଶରୀରରେ ତେଲ ଲଗାଉଛନ୍ତି, କୌଣସି ଶବଯାତ୍ରାରୁ ଫେରୁଛନ୍ତି, ସ୍ତ୍ରୀ ବା ପୁରୁଷଙ୍କ ସହିତ ସମ୍ବନ୍ଧ ରଖୁଛନ୍ତି ଓ ଚୁଟି ବା ବାଳ କାଟୁଛନ୍ତି ତେବେ ଏହି ପରିସ୍ଥିତିରେ ନିଶ୍ଚୟ ଗାଧୋଇବା ଉଚିତ୍ । ଏହିପରି ନିୟମ ପାଳନ କଲେ ସ୍ୱାସ୍ଥ୍ୟ ଭଲ ରହିବ ।

ଦାହ ସଂସ୍କାରରୁ ଫେରିବା ପରେ-

ଯଦି ଆପଣ କୌଣସି ଶବ ସଂସ୍କାରକୁ ଯାଇ ଘରକୁ ଫେରୁଛନ୍ତି ତେବେ ତୁରନ୍ତ ଗାଧୋଇବା ଆବଶ୍ୟକ । ନ ଗାଧୋଇ ଘରକୁ ପ୍ରବେଶ କରନ୍ତୁ ନାହିଁ । ଆଚାର୍ଯ୍ୟଙ୍କ ଅନୁସାରେ ଶ୍ମଶାନ ଭିତରେ ଅନେକ କୀଟାଣୁ ଜୀବାଣୁ ରହିଛନ୍ତି, ତେଣୁ ସେଠାକୁ ଗଲେ ନିଜ ଦେହରେ ସେହି ଜୀବାଣୁ ଲାଗିବା ସହିତ ଘରକୁ ଫେରିବେ । ତେଣୁ ଶବ ଦାହ ପରେ ଘରକୁ ଆସି ନିଶ୍ଚୟ ଗାଧୋଇବା ଉଚିତ୍ । ଯାହାକି ସେହି କୀଟାଣୁ ଘରର ଅନ୍ୟ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ନ ପଡୁ ।

ଶରୀରରେ ତେଲ ମାଲିସ-

ଆମ ଶରୀରରେ ତେଲ ଲଗାଇବା ନିହାତି ଜରୁରୀ ଅଟେ, କାରଣ ଏହା ଆମ ଶରୀରକୁ ଚମକଦାର କରେ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ସେଥିପାଇଁ ସପ୍ତାହରେ ଥରେ ଦେହରେ ତେଲ ମାଲିସ କରିବା ଉଚିତ୍ । କିନ୍ତୁ ଏହା ଧ୍ୟାନ ରଖିବାକୁ ହେବ ଯେ ଦେହରେ ତେଲ ମାଲିସ କରିବା ପରେ ତୁରନ୍ତ ଗାଧୋଇବା ଉଚିତ୍ । ଏହିପରି କଲେ ଶରୀରର ଅସନା ବାହାରିଯିବ । ଯାହା ଦ୍ଵାରା ଦେହ ଚମକଦାର ହୁଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସେଥିପାଇଁ ତେଲ ଲଗାଇବା ପରେ ନିଶ୍ଚୟ ଗାଧୋଇବା ଉଚିତ୍ ।

ବାଳ କାଟିବା ପରେ-

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଆମେ ବାଳ କାଟିଥାଉ ତାହା ଛୋଟ ଛୋଟ ବାଳ ଦେହରେ ଲାଖି ରହିଯାଏ, ତେଣୁ ନିଶ୍ଚୟ ଗାଧୋଇବା ଉଚିତ୍ । ଯାହା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସମସ୍ୟା ରହିବ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!