ମିଥୁନ ରାଶିରୁ ବୃଷ ରାଶିକୁ ରାହୁଙ୍କ ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ପଡିବ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା-୧୯-୦୯-୨୦୨୦ ମସିହା ଶନିବାର ରାତି ଘ୯।୩୭ା୨୪ ସମୟରେ ସ୍ପଷ୍ଟ ରାହୁ ମୃଗଶିରା ନକ୍ଷତ୍ର ବୃଷ ରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା। ରାହୁ- ରାହୁଗ୍ରହ ପିତାମହ, ଦାଦା, ବିଦେଶ ଯାତ୍ରା, ସମାଜ ଓ ଅନ୍ୟ ଜାତିବା ଧର୍ମର ଲୋକ, ସାପ, ସାପଚୋଟ ମାରିବା, ଚର୍ମରୋଗ, କୁଣ୍ଡେଇ ହେବା, ହାଡ଼, ବିଷ, ବିଧବା, ତୀର୍ଥଯାତ୍ରା, କଟୁବଚନ କହିବା, ବିଦେଶରେ ବାସ କରିବା, ଅକାଳକାଳ, ଇଛାଶକ୍ତି, ତ୍ୱଚାରେ ଦାଗ, ସରୀସୃପ, ମହାମାରୀ, ଅନୈତିକ ସମ୍ବନ୍ଧ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଯଥା ତର୍କ କରିବା, ଡରେଇବା, କଷ୍ଟ ଭୋଗ କରିବା, ପାଣିରେ ବୁଡିଯିବା, ଅନ୍ଧାର, ଦୁଃଖ ଦେବାଭଳି ଶବ୍ଦ, ନିମ୍ନଜାତି, ଦୁଷ୍ଟ ସ୍ଵଭାବ, ଜୁଆରୀ, ଅଧର୍ମ, ଚାଲାକ, ଲୋକଙ୍କ ପଛରେ ନିନ୍ଦା କରିବା, ପାଖଣ୍ଡୀ, ମନ୍ଦ ଅଭ୍ୟାସ, ରୋଗୀ, ଅଙ୍ଗଛେଦନ, ବଳବାନ, ଅଯଥାବ୍ୟୟକରିବା, ଆତ୍ମସମ୍ମାନ, ଶତୃ, ଦୁର୍ଘଟଣା, ବିକଳାଙ୍ଗ, ଜାସୁସୀ, ମଦ, ନିଶାଯୁକ୍ତ ଦ୍ରବ୍ୟ,  ଝଗଡା କରିବା, ଅନୈତିକ କାର୍ଯ୍ୟ କରିବା, ଆତ୍ମହତ୍ୟା ପ୍ରୟାଶୀ, ବିଦେଶରେ କାରବାର, ବୀରତା, ଶିକାରୀ, ଶୀଘ୍ର ଉତେଜିତ ହେବା ଆଦିର କାରକ ହୋଇଥାନ୍ତି।

ରାହୁ ଚଳନ ନକ୍ଷତ୍ର ୫ + ସହିତ ନିଜର ଜନ୍ମନକ୍ଷତ୍ର ସଂଖ୍ୟା + ନିଜର ଜନ୍ମ ରାଶି ସଂଖ୍ୟାକୁ ଏକତ୍ର ଯୋଗ କରି ଯୋଗଫଳକୁ ୮ ଦ୍ୱାରା ଭାଗକଲେ ଭାଗଶେଷରୁ ବର୍ଣ୍ଣ ଓ ଫଳ ଜାଣିବେ । ଭାଗଶେଷ ଯଥାକ୍ରମେ-୧-ନୀଳବର୍ଣ୍ଣ-ଫଳ-ଅର୍ଥନାଶ ।୨- ରକ୍ତବର୍ଣ୍ଣ-ଫଳ-ସର୍ବସୁଖ । ୩-କୃଷ୍ଣବର୍ଣ୍ଣ-ଫଳ-ଧନହାନି । ୪-ଲୌହବର୍ଣ୍ଣ-ଫଳ-ସମ୍ମାନ ଲାଭ । ୫-ପାଷାଣବର୍ଣ୍ଣ-ଫଳ-ଅର୍ଥଲାଭ । ୬-ଧୂମ୍ରବର୍ଣ୍ଣ-ଫଳ-ବନ୍ଧୁବିୟୋଗ । ୭-ପିଙ୍ଗଳବର୍ଣ୍ଣ-ଫଳ-ସର୍ବସୁଖ । ଭାଗଶେଷ ନ ରହିଲେ ଅର୍ଥାତ୍‌ ୦ ହେଲେ ତାମ୍ରବର୍ଣ୍ଣ-ଫଳ-ରାଜପୂଜା ।

ରାହୁଙ୍କ ଭାବ ଗଣନା –

ରାହୁଙ୍କର ଚଳନ ସମୟେ ଚନ୍ଦ୍ରସ୍ଥିତ ନକ୍ଷତ୍ର ୧୪ ସହିତ ନିଜର ଜନ୍ମ ନକ୍ଷତ୍ର ଯୋଗ କରି ଯୋଗଫଳକୁ ୮ଦ୍ୱାରା ଭାଗକରି ଭାଗଶେଷରୁ ରାହୁଙ୍କର ଭାବ ଓ ଭାବଫଳ ଜାଣିବେ। ଭାଗଶେଷ ୧-ଦଗ୍ଧଫଳ-ଦୁଃଖ। ୨-ଧୀର ଅବସ୍ଥା-ଧନଲାଭ। ୩-ମିଷ୍ଟଭାବ-ଧନହାନୀ। ୪-ଆନନ୍ଦଭାବ-ସୁଖଲାଭ। ୫-ମୋହନଭାବ-ବନ୍ଧୁନାଶ। ୬-ବିଜୟଭାବ-ସୁଖଲାଭ। ୭-ସ୍ନାନବସ୍ଥା-ନିଷ୍ଫଳ। ୦-ଭୁକ୍ତାବସ୍ଥା- ସମ୍ପଦଲାଭ।

ନିଜର ଜନ୍ମନକ୍ଷତ୍ର ଦେଖି ନିମ୍ନ ନକ୍ଷତ୍ରରୁ ଶୁଭ ଓ ଅଶୁଭଫଳ ଜାଣିବେ।

୫ ।୬ ।୭ା୮।୯ ।୧୦ ।୧୧=  ଧନଲାଭ, ପରିବାରରେ ସୁଖସମୃଦ୍ଧି, ବିବାହ, ସନ୍ତାନ ପ୍ରାପ୍ତି, ଶତୃହାନୀ, ଦାନ ଓ ପରୋପକାରରେ ରୁଚି, ସମ୍ପତ୍ତିରେ ବୃଦ୍ଧି ଓ  ମାନ ସମ୍ମାନ ଲାଭ ହେବ।

୧୮ା୧୯ା୨୦। ୨୧ା୨୨ା୨୩ =ଶିକ୍ଷାରେ ସଫଳତା, ସନ୍ତାନ ସୁଖ, ପଦଲାଭ, ପଦୋନ୍ନତି, ସବୁ କାର୍ଯ୍ୟରେ ସଫଳତା, ସଟ୍ଟା ଓ ଶେୟର ମାର୍କେଟରେ ଲାଭ, ସୁଖ ଓ ବୁଦ୍ଧିଲାଭ ହେବ।

୧ା୨ା୩ା୪। ୧୨ା୧୩ ।୧୪ ।୧୫ା୧୬ା୧୭।୨୪ା୨୫ା୨୬ା୨୭ = ମାନହାନୀ, ବ୍ୟବସାୟରେ ବାଧା, ରାଜଭୟ, ମାନସିକ ବ୍ୟଥା, କାର୍ଯ୍ୟରେ ବିଳମ୍ବ, ସୁଖହାନୀ ତଥା ଅତ୍ୟଧିକ ବ୍ୟୟ ହେତୁ ଆର୍ଥିକ ସ୍ଥିତରେ ଦୁର୍ବଳ ହେବ, କଷ୍ଟ, କଳହ, ଭୟ, ଧନହାନି ଓ ଅପମାନ ମିଳିବ।

ରାହୁ ଗୋଚରରେ ଶୁଦ୍ଧି – ରାହୁଗ୍ରହ କର୍କଟ, ସିଂହ, ଧନୁ ଓ ମୀନ ରାଶି ଜାତ ବ୍ୟକ୍ତିମାନଙ୍କର ଗୋଚରରେ ଶୁଭଫଳ ପ୍ରଦାନ କରିବେ । କିନ୍ତୁ ରାହୁ ଚଳନ ସମୟେ ଚନ୍ଦ୍ରଙ୍କ ଶୁଭାଶୁଭ ଅନୁସାରେ ବା ଯାଦୃଶେନେତି ବାକ୍ୟ ଅନୁସାରେ ସିଂହ ଓ ଧନୁ ରାଶିର ଉଭୟ ରାହୁ ଓ ଚନ୍ଦ୍ର ଶୁଭ ହେତୁ ଅତି ଶୁଭଫଳ ପ୍ରଦାନ କରିବେ। କର୍କଟ ଓ ମୀନ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଫଳ ପ୍ରଦାନ କରିବେ। ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ଗୋଚରରେ ରାହୁ ଅଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ବିଛା ରାଶିର ଗୋଚରରେ ରାହୁ ଅଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ଅତି ଅଶୁଭ ଫଳ ପ୍ରଦାନ କରିବେ।

ବାରଟି ରାଶି ପାଇଁ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା।

ମେଷ:- ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରି ନେବେ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭହେବ।ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଅସ୍ଵାସ୍ଥ୍ୟକର ପରିବେଶ ଓ ଅସମ୍ମାନଜନକ ଘଟଣା ଘଟି ପାରେ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ବୃଷ:- ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ। ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଯାନ ବାହନ ପ୍ରତି ବିଶେଷ ସାବଧାନ ସତର୍କ ରହିବା ଉଚିତ୍‌। ଦାମ୍ପତ୍ୟ ଜୀବନରେ ମଧ୍ୟ ଦୁଃଖ ଦେଖା ଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:- ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ ଓ ହରାଇଥିବା ଧନ ପ୍ରାପ୍ତି ହେବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ, ଷ୍ଟେସନାରୀ ଓ ମହିଳାମାନଙ୍କର ବସ୍ତ୍ରାଭୂଷଣ ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ଅଧିକଲାଭ କରିପାରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:- ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ପ୍ରତିକାର- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ।

ସିଂହ:- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ ହୋଇଯିବ। ଆଶା କରୁଥିବା ଘଟଣା ଘଟିବା ଫଳରେ ଆଦର୍ଶବାଦୀ ହେବେ। ପରିବାରରେ ମନୋମାଳିନ୍ୟ ଥିଲେ ଚେଷ୍ଟାକଲେ ମେଣ୍ଟିଯିବ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପ୍ରତିକାର ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ।

କନ୍ୟା:- ସାମାଜିକ ପତିଆରା ଅମଳିନ ରହିବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଅଧାଥିବା କାର୍ଯ୍ୟ ପୂରଣ ହେବ। ଆର୍ଥୀକ ସ୍ୱଚ୍ଛଳତା ଦେଖା ଦେବ। ଭୌତିକ ସୁଖ ସୁବିଧା ପ୍ରାପ୍ତିହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦରୁ ବଞ୍ଚିତହେବେ। ଅଳସୁଆ ପ୍ରକୃତି ପ୍ରକାଶ ପାଇବା ଫଳରେ ସାମାନ୍ୟ କ୍ଷତି ସହି ପାରନ୍ତି। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:- ଆତ୍ମୀୟ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ପୂରଣ ହେବ। ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମସମ୍ବନ୍ଧକୁ ସୁଦୃଢ଼ କରି ପାରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଯେ କୌଣସି ଲଢ଼େଇ ଝଗଡା ଠାରୁ ଦୂରେଇ ରୁହନ୍ତୁ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ। ସମସ୍ତ କାର୍ଯ୍ୟରେ ସତର୍କତା ଜରୁରୀ ଅଟେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।  

ବିଚ୍ଛା:- ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ଗୁରୁ ଗୁରୁଜନମାନଙ୍କର ସହଯୋଗ ପାଇବେ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପାରିବାରିକ କ୍ଷେତ୍ରରେ ନୈରାଶ୍ୟ, ଅର୍ଥାଭାବ ମଧ୍ୟେ ସୁସମ୍ବାଦ ପ୍ରାପ୍ତି ହେବ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର ଇଷ୍ଟଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଧନୁ:- ବନ୍ଧୁ ମିତ୍ର ଓ ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ବିନା ପରିଶ୍ରମରେ ଧନପ୍ରାପ୍ତି ହେବ ଓ ଅନ୍ୟର ଉପକାରକରି ପ୍ରଶଂସିତ ହେବେ। ବ୍ୟବସାୟରେ ନୂତନଧାରା ଖୋଲି ଆଶାତୀତ ଲାଭ ପାଇବେ। ଶତୃମାନେ ତଳମୁହାଁ ହେବେ। ଆର୍ଥୀକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ନୂତନକର୍ମ ନିଯୁକ୍ତି ପାଇଁ ଚେଷ୍ଟା ସଫଳ ହେବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ।  ଇଲୋକ୍ଟ୍ରୋନିକ୍ସ ଉପକରଣ, ଉଚ୍ଚ ସ୍ତରୀୟ ବାହନ କ୍ରୟ କରିପାରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମକର:- ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ ଓ ସନ୍ତାନସୁଖ ପ୍ରାପ୍ତି ହେବ। ବ୍ୟବସାୟରେ ସାମାନ୍ୟ ଲାଭପ୍ରାପ୍ତି ହେବ। ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଶତୃମାନେ ଦୂରେଇ ଯିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ। ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗେଇ ପାରିବେ। ପରିବାର ତଥା କୁଟୁମ୍ବରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:- ସରକାରୀ କାମରେ ସଫଳତା ପାଇବେ। ବାଦବିବାଦ ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ପ୍ରାପ୍ତି ହେବ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ପାରିବେ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ। ପ୍ରତିକାର: ଅସହାୟ ଓ ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

ମୀନ:- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରମୋଶନ, ବେତନ ବୃଦ୍ଧି, ଇଚ୍ଛିତ ସ୍ଥାନକୁ ସ୍ଥାନାନ୍ତରଣ, ଅଟକି ଥିବା ଅର୍ଥ ମିଳିଯିବ। ପୈତୃକ ସମ୍ପତ୍ତି ନେଇ ବିବାଦର ସମାଧାନ ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନ କର୍ମ ନିଯୁକ୍ତି ପାଇବାର ଆଶାଉଜ୍ଜଳ ହେବ। ସ୍ୱାସ୍ଥ୍ୟରେ ଉନ୍ନତି, ବିଦ୍ୟାରେ ଯଥେଷ୍ଟ ଶୁଭଫଳ ପ୍ରାପ୍ତି ହେବ। ଲୋକସମ୍ପର୍କ ବୃଦ୍ଧି ହେବା ଫଳରେ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ରାହୁଙ୍କ ଅଶୁଭ ଫଳରେ ଦାନ ଦ୍ରବ୍ୟାଣି

ରାହୁଙ୍କ ଅଶୁଭ ଯୋଗେ – ଗୋମେଦ ରତ୍ନ, ଅଶ୍ୱ, ନୀଳବସ୍ତ୍ର, କମ୍ବଳ, ଲୌହ ପାତ୍ରରେ ତୈଳ – ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଦକ୍ଷିଣା ସହିତ ଗ୍ରହବିପ୍ରଙ୍କୁ ଦାନ କଲେ ରାହୁଙ୍କର ଅଶୁଭତ୍ୱ ଖଣ୍ଡନ ହେବ। ଏତଦ୍‌ବ୍ୟତୀତ ଚନ୍ଦନ ବୃକ୍ଷର ମୂଳକୁ ନିଜର ନାମ ଗୋତ୍ରରେ ଗ୍ରହବିପ୍ରଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଇ ପଞ୍ଚରଙ୍ଗି ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମ ବାହୁରେ ଧାରଣ କଲେ ଅଶୁଭ ଫଳ ହ୍ରାସ ପାଇବ। ପ୍ରତ୍ୟହ ମୁଣ୍ଡରେ ଓ ନାଭିରେ ଶ୍ଵେତଚନ୍ଦନ ଧାରଣ କଲେ ରାହୁଙ୍କର ଅଶୁଭଫଳ ହ୍ରାସ ପାଇବ। ଘରର ପୂର୍ବ ଓ ଉତ୍ତର ପଶ୍ଚିମ କାନ୍ଥରେ ପାଞ୍ଚୋଟି ମୟୂର ଚନ୍ଦ୍ରିକାକୁ ଲଗାନ୍ତୁ।

ଦାନାଧିକାର

ଗ୍ରହେ ଦେୟାନି ଦାନାଦି ଗ୍ରହେ ଦେୟା ଚ ଦକ୍ଷିଣା

ଗ୍ରହ ବିପ୍ରାୟ ଦାତବ୍ୟଂ ଚାନ୍ୟଥା ନିଷ୍ଫଳଂ ଭବେତ୍‌ । ।

ଗ୍ରହମାନଙ୍କ ପ୍ରୀତ୍ୟର୍ଥେ ଦେୟ ଦାନଦ୍ରବ୍ୟ ଓ ଦକ୍ଷିଣା ଗ୍ରହବିପ୍ର (ଜ୍ୟୋତିଷ ବ୍ରାହ୍ମଣ)ମାନଙ୍କୁ ଦେବା ଉଚିତ୍‌ । ତାହା ନ ହେଲେ ତାହା ନିଷ୍ଫଳ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!