ଦୈନିକ ରାଶିଫଳ: ୧୨ ସେପ୍ଟେମ୍ବର ୨୦୨୦, ଶନିଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ପ୍ରବଳ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ସେପ୍ଟେମ୍ବର ମାସ ୧୨ ତାରିଖ, ଶନିବାର, ସିଂହ ମାସ ୨୮ ଦିନ, ଆଶ୍ଵିନମାସ, କୃଷ୍ଣପକ୍ଷ, ଦଶମୀତିଥି, ଆର୍ଦ୍ରାନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। କଳମଶାଗ ନ ଖାଇଲେ ଭଲ। ଶୁଭସମୟ- ଦିବା ୧୦ଟା ୧୨ମିନିଟ୍ ରୁ ୧୨ଟା ୫୫ମିନିଟ୍, ରାତ୍ର ୮ଟା ୧୧ମିନିଟ୍ ରୁ ୧୦ଟା ୩୧ମିନିଟ୍। ପର୍ବଦିନ- ଅପରପକ୍ଷର ଦଶମୀ ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:- 

ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ। କରଜ ଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ। ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ। ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ବିଦ୍ୟାରେ ଉନ୍ନତିହେବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଅଫିସ୍ ରେ ଆଲୋଚନା ସରଗରମ ହୋଇପାରେ। ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ। ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ଓ ସମୟ ଆନନ୍ଦ ମୟହେବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ହାତ ପାହାନ୍ତାରେ ଥିବା ଧନ ପ୍ରାପ୍ତି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟି ଯିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ରାଜ ନୈତିକ କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ। ଆୟବୃଦ୍ଧି, ଋଣମୁକ୍ତି, ଲୋକ ସମ୍ପର୍କ ବୃଦ୍ଧି ହେବା ସହ ଶତୃ ମାନେ ମଥାନତ କରିବେ। ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ। ନିର୍ମାଣମୂଳକ ଯୋଜନାରେ ଆଗେଇବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ଓ ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।  ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କନ୍ୟା:-

ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ସଫଳତା ଅର୍ଜନ ତଥା କମ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଲାଭପ୍ରଦ ଓ ଭଲକାର୍ଯ୍ୟ ହାତଛଡା ହୋଇଯିବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବ। କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ନିକଟ ସମ୍ପର୍କୀୟମାନଙ୍କ ଶୁଭକାମନା ଓ ସାହାଯ୍ୟ କାରୀ ମନୋବୃତ୍ତି ମନକୁ ଖୁସି କରି ପାରେ। ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇ ପାରନ୍ତି। ଦାମ୍ପତ୍ୟ ସୁଖରେ ଶୁଖିହେବେ। ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ। କୌଣସି ଗୁପ୍ତ ଯୋଜନା ବା ଷଡ଼ଯନ୍ତ୍ରର ଶୀକାର ହେବେ। ପୁରୁଣା ରୋଗ ନୂଆ ରୂପରେ ଦେଖାଦେଇ ପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ। ଭ୍ରାତୃବିବାଦ, ପଡ଼ୋଶୀ କଳହର ସମାଧାନ ହେବ। ନିଜର ଯୋଗ୍ୟତା ପ୍ରମାଣିତ କରିବାକୁ ପଡିବ। ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ। ପ୍ରତିଯୋଗିତା ପରୀକ୍ଷାରେ ଅଚାନକ ବିପରୀତ ଖବର ଶୁଣି ଗୃହରେ ଅଶାନ୍ତ ବାତାବରଣ ଦେଖା ଦେବ।କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ଉଚ୍ଚାଧିକାରୀଙ୍କଠାରୁ ପ୍ରଶଂସିତ ହେବେ। ବିଦ୍ୟାର୍ଥି ମାନଙ୍କର ମନଅନୁକୂଳ ଫଳପ୍ରାପ୍ତି ହେବ। ବନ୍ଧୁବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ଧନୁ:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟରେ ପ୍ରସାର, ନୂତନ ବ୍ୟବସାୟ ଆରମ୍ଭ, ବ୍ୟବସାୟର ଡାକରା ପାଇ ଯାତ୍ରା କରିବାକୁ ପଡିପାରେ। ଆର୍ଥିକ ସଙ୍କଟ ଦୂରେଇଯିବ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ସହଯୋଗୀମାନେ ସହଯୋଗ କରିବେ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରିବେ। ଦୂରବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭକରି ଖୁସୀହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ। ପନିପରିବା ଫସଲ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ଚେଷ୍ଟା କଲେ ଜମି, ଜମା ବିବାଦ ମେଣ୍ଟି ଯିବ। ମାନସିକସ୍ଥିତି ଭଲ ରହିବା ସହ ଶରୀର ସୁସ୍ଥ ରହିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ। ଦୂରଯାତ୍ରାରେ ସଫଳତା ମିଳିବ ଓ ଆକସ୍ମିକ ଧନଲାଭ ହେବ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବ୍ୟାପାରରେ ମୁଣ୍ଡ ପୂରାଇ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ କଠିନ ପରିଶ୍ରମ କରିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପ୍ରତିକାର:- ଅସହାୟକୁ ନିରାଶ କରନ୍ତୁ ନାହିଁ ।

ମୀନ:-

ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ। କର୍ମକ୍ଷେତ୍ରରେ ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ। ଛାତ୍ରଛାତ୍ରୀମାନଙ୍କର ସଭାସମିତିରେ ସାହିତ୍ୟଚର୍ଚ୍ଚାରେ ସଫଳତା ମିଳିବ।  ଶୁଭ କାମ କରି ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ବନ୍ଧୁଙ୍କ ସାହାଯ୍ୟ କ୍ରମେ ମାଲିମୋକଦ୍ଦମାରେ ବିଜୟୀ ହେବେ।  ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!