ମିଥୁନ ରାଶିରେ ମଙ୍ଗଳ ରହିଲେ କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମିଥୁନ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ । ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ ।

ମିଥୁନ ରାଶିରେ ମଙ୍ଗଳ ରହିଲେ ଜାତକ:- ସ୍ୱଜନ କଳହୀ, ପୁତ୍ରସୁଖୀ, ଅନେକ କଳାର ଅଧିକାରୀ, ଉଚ୍ଚଲୋକଙ୍କ କୃପାପାତ୍ର, ଯାତ୍ରାପ୍ରିୟ, ଯୁଦ୍ଧନିପୁଣ, ତେଜସ୍ୱୀ, ଶିଳ୍ପୀ, କାର୍ଯ୍ୟଦକ୍ଷ, ଦୀନଜନ ହେିତୈଷୀ, ଯାଚଜ୍ଞ, ସାମାନ୍ୟ ସୁଖ ପାଇ ଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ସେ ଜାତକ ଭାତୃବିରୋଧୀ, ପୁତ୍ର, ଧନ ଲାଭରେ ବିଳମ୍ବ ।

ଅନେକ ଚିନ୍ତାରେ ଦୁଃଖପ୍ରାପ୍ତ, ଅନ୍ୟଯାଗାରେ ରୁହନ୍ତି, ମାଦକ ପଦାର୍ଥ ସେବନ କରିଥାନ୍ତି । ଜୀବନର ୪, ୧୩, ୨୨, ୩୧, ୪୦, ୫୮ ଓ ୬୨ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ଚାନ୍ଦିରେ ତିଆରି ଆଭୂଷଣ ଧାରଣ କରନ୍ତୁ । ୨- ଗର୍ବ କରନ୍ତୁ ନାହିଁ ଅନ୍ୟଥା ଦୁଃଖ ଭୋଗ କରିବେ ।

୩- ଗୋମାତା ସେବା କରନ୍ତୁ ଓ ମାତାଙ୍କ ସେବା କରନ୍ତୁ । ୪- ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ । ୫- ମାତୃ ସ୍ଥାନୀୟା ଅସହାୟାଙ୍କୁ ସମ୍ମାନ ଦୃଷ୍ଟିରେ ଦେଖନ୍ତୁ । ୬- ମଦ ଓ ମାଂସ ସେବନ କରନ୍ତୁ ନାହିଁ । ୭- କାହାରୀଠାରୁ ମାଗଣାରେ କୌଣସି ଜିନିଷ ନିଅନ୍ତୁ ନାହିଁ । ୮- ରବିବାର ଦିନ ବ୍ରତ ପାଳନ କରନ୍ତୁ ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ୯- ଘରୁ ବାହାରକୁ ଯିବା ବେଳେ ମୁହଁ ମିଠା କରି ଯାଆନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!