ଜାଣନ୍ତୁ କୁଣ୍ଡଳୀର ମୀନ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମୀନରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ମୀନରାଶିରେ ଚନ୍ଦ୍ରଥିଲେ ଜାତକ ମୀନରାଶି ହେବ । ଯାହାଫଳରେ ଜାତକ ନିର୍ମଳବୁଦ୍ଧି, ଚତୁର, ଅନେକ ଗୁଣ ଯୁକ୍ତ, ଜିତେନ୍ଦ୍ରିୟ, ଜଳକ୍ରୀଡ଼ାପ୍ରେମୀ, ପତଳାଶରୀର, ଶସ୍ତ୍ରଚାଳକ, ସତ୍କର୍ମରେ ଧନଖର୍ଚ୍ଚ କରିଥାନ୍ତି, ଶତୃନାଶକ, ଜଳୋତ୍ପନ୍ନ ପଦାର୍ଥରେ ଋଚି, ଧନୀ, ପ୍ରସନ୍ନଚିତ୍ତ, ବିନମ୍ର ।

ଦେବବ୍ରାହ୍ମଣଙ୍କ ଭକ୍ତ, ଧାର୍ମିକ, ବିଦ୍ୱାନ, ଲେଖକ, କବି, ଶିଳ୍ପଜ୍ଞ, ସଙ୍ଗୀତ ପ୍ରେମୀ, ସୁନ୍ଦରଦୃଷ୍ଟି, ଶାନ୍ତସ୍ୱଭାବ, ଉଦାର, ହସମୁଖ, ବିଶେଷ ନୀତିବାନ୍‌, ଦେବତା ବ୍ରାହ୍ମଣଙ୍କ ପୂଜକ, ମାଆବାପା ଓ ଗୁରୁଙ୍କ ଭକ୍ତ, ନିଷ୍କପଟ, ଶାସ୍ତ୍ରଜ୍ଞ, ସ୍ୱରୂପବାନ, ସୁଗନ୍ଧ ପୁଷ୍ପ ଆଦିରେ ସୁଶୋଭିତ, ଶ୍ରେଷ୍ଠ ଧର୍ମାତ୍ମା ହୋଇଥାନ୍ତି । କିନ୍ତୁ ଜନ୍ମ ସମୟରେ ଯେଉଁ ଜାତକରେ ଚନ୍ଦ୍ର ମୀନରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ସେ ଜାତକ ଦୁରାଚାର, ପରଧନ ଉପଭୋଗ କରେ, ବେଳେବେଳେ ମାଦକ ପଦାର୍ଥ ସେବନକରେ, ଜୀବନର ୫, ୧୦, ୧୯, ୨୭, ୫୩ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ ।

ପାଞ୍ଚ ବର୍ଷରେ ଜଳଭୟ, ଆଠବର୍ଷରେ ଜ୍ୱରରେ କଷ୍ଟଭୋଗ, ବାଇଶି ବର୍ଷରେ ବହୁତ କଷ୍ଟ ପ୍ରାପ୍ତି ଓ ଚବିଶି ବର୍ଷରେ ପୁତ୍ରସନ୍ତାନ ଜନ୍ମ ହୋଇଥାଏ । ପୂର୍ବଦିଗକୁ ଯାତ୍ରା କରିଥାନ୍ତି, ୯୦ବର୍ଷ ପର୍ଯ୍ୟନ୍ତ ପରମାୟୁ ଭୋଗ କରନ୍ତି । ଆଶ୍ୱିନମାସ କୃଷ୍ଣପକ୍ଷ ଦ୍ୱିତୀୟାତିଥି କୃତ୍ତିକାନକ୍ଷତ୍ର ଗୁରୁବାର ଦିନ ନିର୍ବାଣପ୍ରାପ୍ତ ହୋଇଥାଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- କାହା ପାଖରେ ନିଜର ଚିନ୍ତା ବିଷୟରେ ଆଲୋଚନା କରିବେ ନାହିଁ ।

୨- ଘରେ ଯେ କୌଣସି ଏକ ବଡ଼ ପାତ୍ରରେ ବର୍ଷା ପାଣି ଭର୍ତ୍ତି କରି ରଖନ୍ତୁ । ୩- ବୃହସ୍ପତି ଗ୍ରହଙ୍କୁ ପୂଜା କରନ୍ତୁ ଓ ତାଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ମହୁ, ହଳଦିଆବସ୍ତ୍ର, ହଳଦିଆଫୁଲ, ହଳଦିଆପୁସ୍ତକ, ହଳଦିଆ ଫଳ ଗୃହରେ ସ୍ଥାପିତ କରନ୍ତୁ । ୪- ବେକରେ ଫୁଲମାଳ ପିନ୍ଧନ୍ତୁ ନାହିଁ । ୫- ନିଜେ କୌଣସି ଗଛ କାଟନ୍ତୁ ନାହିଁ । ୬- ଗୁରୁ କିମ୍ବା ସାଧୁଙ୍କୁ ଅପମାନ କରନ୍ତୁ ନାହିଁ । ୭-ଗୁରୁବାର ବ୍ରତ ପାଳନ କରନ୍ତୁ ଓ ଅଶୋସ୍ଥ ବୃକ୍ଷମୂଳରେ ନିୟମିତ ପାଣି ଦିଅନ୍ତୁ । ୮- ଛାତଉପରେ କିମ୍ବା ଘରଆଗରେ କୁଣ୍ଡରେ ନତୁବା ବଗିଚାରେ ହଳଦିଆ ରଙ୍ଗର ଫୁଲ ଗଛ ଲଗାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!