ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମୀନ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ । ଜ୍ୟୋତିଷମାନେ ଜନ୍ମ କୁଣ୍ଡଳୀରୁ ଦ୍ୱାଦଶ ଭାବର ଗ୍ରହସ୍ଥିତି ସେମାନଙ୍କ ପରମ୍ପରା ଯୋଗ, ଷଡ଼ବର୍ଗ ବଳ ଆଦି ବିଚାର କରି ଫଳାଫଳ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ସେ ଫଳ କେବେ କୋଉ ସମୟରେ ବ୍ୟକ୍ତିକୁ ଭୋଗ କରିବାକୁ ପଡ଼େ ତାହା ମଧ୍ୟ କହିଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ସବୁଠାରୁ କଠିନ ଏବଂ ମହତ୍ୱପୂର୍ଣ୍ଣ ବିଷୟ ହେଲା ସମୟ ନିର୍ଦ୍ଧାରଣ କରିବା ପୁରାତନ ଆଚାର୍ଯ୍ୟମାନେ ବୟାଳିଶ ପ୍ରକାରର ଦଶାର ବର୍ଣ୍ଣନା କରିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଫଳ କହିବାକୁ ହେଲେ ଜନ୍ମ କୁଣ୍ଡଳୀସ୍ଥିତ ଗ୍ରହମାନଙ୍କର ଗୋଚର ଦ୍ୱାରା ଫଳାଫଳ, ବିଚାର କରିବାକୁ ପଡ଼ିବ । ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ । ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ ।

ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ୨୦୨୧ ମସିହା ଏପ୍ରିଲମାସ ୫ ତାରିଖ ସୋମବାର ରାତ୍ର ୧୨ଟା ୨୪ମିନିଟ୍ ରେ ବୃହସ୍ପତି ଧନିଷ୍ଠାନକ୍ଷତ୍ର କୁମ୍ଭରାଶିକୁ ଅତିଚାରରେ ଗମନ କରିବେ । କୁମ୍ଭରାଶିରେ ସେପ୍ଟେମ୍ବରମାସ ୧୪ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା ।

ମୀନ:-ମୀନରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱାଦଶ ସ୍ଥାନରେ ପ୍ରବେଶ କରିଛନ୍ତି । ନାଶ ସ୍ଥାନରେ ପ୍ରବେଶ କରି ସୁଖଭାବ, ରୋଗଭାବ ଏବଂ ନିଧନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ରୋଗ, ଋଣ, ଶତ୍ରୁ ନାସହୋଇ ଆୟୁ ବୃଦ୍ଧି ପାଇବା ସହ ସୁଖସମୃଦ୍ଧି ବୃଦ୍ଧିହେବ । ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ ।

କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ମାନସିକ ସ୍ଥିରତା ଦେଖାଦେବ । ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ ।

ରାଜନୀତି କ୍ଷେତ୍ରରେ ସେବାକାରୀ ମାନଙ୍କ କଠିନ ପରିଶ୍ରମ ଦ୍ଵାରା ଯଶମାନ ସମ୍ମାନ ମିଳିବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ବ୍ୟବସାୟରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିତିକୁ ନିଜ ତରଫରେ ନେଇ ପ୍ରଶଂସା ପାଇବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ଉତ୍ସାହ ବଢିବ । ଯେ କୌଣସି ଲଢ଼େଇ ଝଗଡା ଠାରୁ ଦୂରେଇ ରୁହନ୍ତୁ, ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ ।

ସମସ୍ତ କାର୍ଯ୍ୟରେ ସତର୍କତା ଜରୁରୀ ଅଟେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉଚିତ କଲେ ବିପଦରେ ପଡିବେ । ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ହଳଦୀପାଣି ଢ଼ାଳନ୍ତୁ । ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ୨୦୨୧ମସିହା ସେପ୍ଟେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!