ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମକର ଓ କୁମ୍ଭ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମକର:-ମକର ରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ । ଅଷ୍ଟମସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ । ଯାହାଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ପାରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ମିଷ୍ଠାନ୍ନ ଭୋଜନ ବା ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ । ଉତ୍ତମ ଆୟର ପଥ ପରିଷ୍କାର କରିବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । କୁଟୁମ୍ବଙ୍କ ସହିତ ପୂର୍ବ କଳହ, ଦ୍ୱନ୍ଦ ଝଗଡ଼ା ଝାଣ୍ଟି ଓ ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା କୋର୍ଟ କଚେରୀରେ ଥିବା ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବ । ଭାଗିଦାରୀ ବ୍ୟବସାୟ ପ୍ରଗତି ପାଇଁ ଚେଷ୍ଟିତ ହେବେ । ଭ୍ରାତୃବିବାଦ ମେଣ୍ଟିଯିବ । ଧର୍ମରେ ଆସ୍ଥା ବଢ଼ିବ । ଧାର୍ମିକ କର୍ଯ୍ୟ ଯଜ୍ଞାଦି ଅନୁଷ୍ଠାନରେ ମନୋବୃତ୍ତି ନିବେଶ କରି କେତେକାଂଶରେ ବିପଦକୁ ଖଣ୍ଡନ କରିଦେଇ ପାରିବେ । କର୍ମକ୍ଷେତ୍ରରେ ଉନ୍ନତି, ଆଶା କରୁଥିବା କ୍ଷେତ୍ରକୁ ସ୍ଥାନାନ୍ତରଣ ଯୋଗେ ଆନନ୍ଦିତ ହେବେ । ବ୍ୟବସାୟକ୍ଷେତ୍ର ପ୍ରସାର ପ୍ରଚାର ଫଳରେ ବିଶେଷ ଲାଭବାନ୍ ହେବେ ।

 

ଶିକ୍ଷାକ୍ଷେତ୍ରରେ ଖେଳକୁଦ ମନୋରଂଜନରେ ଅଧିକ ସମୟ କଟାଇଲେ ମଧ୍ୟ ପରୀକ୍ଷା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସା ପାଇବେ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବେ । ପ୍ରଭାବଶାଳୀ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ । ସନ୍ତାନ ବିବାହ, ବନ୍ଧୁ ବେଭାର ଆଦିରେ ଅନେକ ଖର୍ଚ୍ଚାନ୍ତ ହେବେ । ଅନ୍ୟକୁ ସାହାଯ୍ୟ କରିବା ପାଇଁ କିଛିଅର୍ଥ ହରେଇ ବସିବେ । ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ । ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଏକମାଳା ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ ।

କୁମ୍ଭ:-କୁମ୍ଭରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ପ୍ରଥମ ବା ଜନ୍ମ ଭାବରେ ପ୍ରବେଶକରି ପଞ୍ଚମସ୍ଥାନ, ସପ୍ତମସ୍ଥାନ ଓ ନବମସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହାଫଳରେ ସନ୍ତାନ କ୍ଷେତ୍ରରେ, ଜୀବନସାଥିଙ୍କ କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ । ସନ୍ତାନ ପ୍ରାପ୍ତି, ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମି ପ୍ରାପ୍ତି ହେବ । ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ । ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ଉପଯୁକ୍ତ ଜୀବନସାଥିପାଇ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ବ୍ୟବସାୟରେ ଅତ୍ୟନ୍ତ ଲାଭାନ୍ନିତ ହୋଇ ସମ୍ପତ୍ତି କ୍ରୟ କରିବେ । ବ୍ୟବସାୟିମାନଙ୍କର ଅନେକ ପ୍ରକାର ସୁବିଧା ସୁଯୋଗପାଇ ଆଶାପୂରଣ ହେବାର ରାସ୍ତା ଖୋଲିଯିବ । ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଘଟି ଚାଲିବ । ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସମ୍ବଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍ । କିମ୍ବା ମେଡିକାଲ ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ । ପ୍ରେମିକ ପ୍ରେମିକା ମାନଙ୍କର ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆଗ୍ରହ ବଢିବ ।

ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ପରିବାରରେ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରନ୍ତୁ । ପ୍ରତିଦିନ ଏକମାଳା ଏହିମନ୍ତ୍ର ଜପ କରିବା ଉଚିତ୍‌ । ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!