Mercury Transit 2021:- କର୍କଟ ରାଶିରେ ବୁଧ ଓ ରବି ଗ୍ରହ ଏକତ୍ର ହେବାରୁ ବନୁଛି ବୁଦ୍ଧାଦିତ୍ୟଯୋଗ, ଏହି 6ଟି ରାଶିର ବଦଳିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୁଧ ଗ୍ରହ ଜୁଲାଇ ୨୫ ତାରିଖରେ ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶିରେ ଅଗଷ୍ଟ ୯ତାରିଖ ପର୍ଯ୍ୟନ୍ତ ରହିବେ । ଏହି ମାସରେ ବୁଧ ଗ୍ରହ ଦ୍ଵିରୀୟ ଥର ନିଜର ରାଶି ପରିବର୍ତ୍ତନ କରିଛନ୍ତି । ଏହା ପୂର୍ବରୁ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିଥିଲେ । କର୍କଟ ରାଶିରେ ବୁଧ ଗ୍ରହ ରବି ଗ୍ରହଙ୍କ ସହିତ ଯୁକ୍ତ ହୋଇ ବୁଢାଦିତ୍ୟ ଯୋଗ ସୃଷ୍ଟି କରିଛନ୍ତି । ଏହି ଯୋଗ ଅନେକ ଲାଭକାରୀ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ଅନ୍ୟ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ବୁଧ ଗ୍ରହଙ୍କୁ ବୁଦ୍ଧି, ତର୍କ ଶକ୍ତି, ସଂଚାର, ସମ୍ବାଦ କୌଶଳ ଆଦିର କାରକ କୁହାଯାଏ । ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶିର ସ୍ଵାମୀ ହୋଇଛନ୍ତି । ସେ କନ୍ୟା ରାଶିରେ ଉଚ୍ଚ ଓ ମୀନ ରାଶିରେ ନିଚ୍ଚ ମନାଯାଏ । ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ ସବୁ ରାଶିରେ ଶୁଭ ଅଶୁଭ ଫଳ ପ୍ରଦାନ କରିବେ । କିଛି ବିଶେଷ ରାଶି ପାଇଁ ଏହା ବହୁତ ଲାଭକାରୀ ସିଦ୍ଧ ହୋଇପାରେ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ବୁଧ ଗ୍ରହଙ୍କ କର୍କଟ ରାଶିରେ ଗୋଚର ହେଲେ ଲାଭକାରୀ ସିଦ୍ଧ ହେବ ।

ବୃଷ- ଏହି ସମୟରେ ସମ୍ବାଦଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିବ । ସମାଜରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ଭଲ ରହିବ, ଯାହା କି କାର୍ଯ୍ୟ ପୂରଣ କରିବାରେ ସଫଳ ହେବେ । ପରିଜନଙ୍କ ସହିତ ଯାତ୍ରା କରିବାକୁ ଯାଇପାରନ୍ତି । ଏହି ଗୋଚର ସମୟରେ କାରବାର ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଲାଭକାରୀ ସିଦ୍ଧ ହୋଇପାରେ ।

ମିଥୁନ- ଏହି ସମୟରେ ଜୀବନରେ ଲାଭ ହେବ । ଶ୍ଵଶୁର ଘର ତରଫରୁ ଦାମୀ ଉପହାର ମିଳିପାରେ । ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି ଆର୍ଥିକ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଲାଭ ହେବ । ମିଡିଆ ସହିତ ଜଡିତ ବ୍ୟକ୍ତିଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି ।

କନ୍ୟା- ଏହି ରାଶିରେ ଏକାଦଶ ଭାବରେ ଭାଗ୍ୟଭାବରେ ଗୋଚର କରିବା ସମୟରେ ବୁଧ ଗ୍ରହଙ୍କ ପ୍ରଭାବରେ ଭଲ ସଫଳତା ଦେବେ । ଲେଖନ ପଠନ କାର୍ଯ୍ୟରେ ଅଧିକ ସଫଳତା ମିଳିବ । କର୍ମ କ୍ଷେତ୍ରରେ ଓ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ଚାକିରୀରେ ମଧ୍ୟ ପଦୋନ୍ନତି ତଥା ନୂଆ ଅନୁବନ୍ଧନର ପ୍ରାପ୍ତି ହେବାର ସମ୍ଭାବନା । ବିଦ୍ୟାର୍ଥୀମାନେ ଓ ପ୍ରତିଯୋଗିତାରେ ଯୋଗ ଦେଇଥିବା ଛାତ୍ରମାନଙ୍କର ସମୟ ଅନୁକୂଳ ରହିବ । ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ପ୍ରେମ ବିବାହ ମଧ୍ୟ କରିପାରିବେ ।

ବିଛା- ଏହି ରାଶିରେ ନବମ ଭାବରେ ଭାଗ୍ୟଭାବରେ ଗୋଚର କରିବା ସମୟରେ ବୁଧ ଗ୍ରହଙ୍କ ପ୍ରଭାବରେ ସଫଳତା ମିଳିବ । ନୂତନ କାର୍ଯ୍ୟ ଆରମ୍ଭରେ ଧୀର ଗତିରେ ରହିଲେ ମଧ୍ୟ ପରେ ସଫଳତା ମିଳିବ । ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ଆଧ୍ୟାତ୍ମିକ ପ୍ରତି ରୁଚି ବଢିବ ।

ମକର- ବିଦେଶୀ କମ୍ପାନୀରେ ଚାକିରୀ ଓ ନାକରିକତା ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ । ଯେଉଁ କାର୍ଯ୍ୟକୁ କରିବା ପାଇଁ ନିଷ୍ପତ୍ତି ନେବେ ତାହା ନିଶ୍ଚୟ ପୂରଣ କରିପାରିବେ । ସେଥିପାଇଁ ନିଜର ଯୋଜନାକୁ ଗୋପନୀୟ ରଖି କାର୍ଯ୍ୟ ପୂରଣ କରନ୍ତୁ ।

ମୀନ- ଗୋଚରରେ ଶୁଭ ପ୍ରଭାବରେ ଶୁଭ ପରିଣାମ ମିଳିବ । ଭାଗ୍ୟରେ ବୁଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । ପରିବାରରେ ମଧ୍ୟ ପରିସ୍ଥିତି ଅନୁକୂଳ ହେବ । ଧନ ଲାଭ ହେବାର ଯୋଗ ରହିଛି । ପୈତୃକ ସମ୍ପତ୍ତି ମଧ୍ୟ ଲାଭ ହେବାର ସମ୍ଭାବନା ରହିଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!