ଚରଣାମୃତ ଓ ପଞ୍ଚାମୃତ ମଧ୍ୟରେ କଣ ପାର୍ଥକ୍ୟ ଅଛି ? ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମନ୍ଦିର ହେଉ ବା ଘରେ ଯେ କୌଣସି ପୂଜା କରାଯାଏ ସେଥିରେ ଚରଣାମୃତ ବା ପଞ୍ଚାମୃତ ଦିଆଯାଏ । କିନ୍ତୁ ଅନେକ ଲୋକମାନେ ଏହାର ମହିମା ଓ ତାର ପ୍ରସ୍ତୁତ ପ୍ରକ୍ରିୟା ଜାଣି ନାହାଁନ୍ତି । ଆସନ୍ତୁ ଜାଣିବା ଏହି ଚରଣାମୃତ ବା ପଞ୍ଚାମୃତ ବିଷୟରେ । ଚରଣାମୃତ କଣ ? ଚରଣାମୃତର ଅର୍ଥ ଭଗବାନଙ୍କ ପାଦର ଅମୃତ ଓ ପଞ୍ଚାମୃତର ଅର୍ଥ ପାଞ୍ଚଟି ପବିତ୍ର ଦ୍ରବ୍ୟରେ ପ୍ରସ୍ତୁତ । ଏହି ଦୁଇଟିର ନିଜ ନିଜର ମହତ୍ଵ ଅଛି ଓ ଦୁଇଟିକୁ ହିଁ ପୂଜାରେ ବିଶେଷ ମହତ୍ଵ ଦିଆଯାଏ । ଚରଣାମୃତକୁ ତମ୍ବା ପାତ୍ରରେ ରଖାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତମ୍ବା ପାତ୍ରରେ ରଖିଲେ ଏକ ଔଷଧୀୟ ଗୁଣ ସୃଷ୍ଟି ହୁଏ । ଚରଣାମୃତରେ ତୁଲସୀପତ୍ର, ତିଳ ଦିଆଯାଏ । ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ଅନେକ ରୋଗକୁ ନଷ୍ଟ କରିବା ପାଇଁ ଏକ କ୍ଷମତା ରହିଛି । ସେହିପରି ତୁଳସୀପତ୍ରରେ ମଧ୍ୟ ଅନେକ ରୋଗ ଦୂର ହୋଇଯାଏ ।

ପଞ୍ଚାମୃତ କଣ ?

ପଞ୍ଚାମୃତ ଅର୍ଥ ହେଲା ପାଞ୍ଚଟି ଅମୃତ, ତାହା ହେଲା କ୍ଷୀର, ଦହି, ଘିଅ, ମହୁ, ଗୁଡ ମିଶାଇ ପ୍ରସ୍ତୁତ କରାଯାଏ । ଏହି ପଞ୍ଚାମୃତରେ ଭଗବାନଙ୍କ ଅଭିଷେକ କରାଯାଏ । ଏହା ଅନେକ ରୋଗ ଦୂର କରେ ଓ ମନକୁ ଶାନ୍ତି ପ୍ରଦାନ କରିଥାଏ । ପଞ୍ଚାମୃତ ସେବନ କରିଲେ ଶରୀର ପୃଷ୍ଟ ଓ ଶରୀର ଆରୋଗ୍ୟ ହୋଇଥାଏ । ଯେପରି ଆମେ ଭଗବାନଙ୍କୁ ପଞ୍ଚାମୃତରେ ସ୍ନାନ କରାଇଥାଉ ଯଦି ସେହିପରି ନିଜେ ମଧ୍ୟ ସ୍ନାନ କରିବେ ତେବେ ଶରୀରର କାନ୍ତି ବୃଦ୍ଧି ପାଏ । ପଞ୍ଚାମୃତକୁ ଅଳ୍ପ ପରିମାଣରେ ସେବନ କରିବା ଉଚିତ୍ ।

ଆରତୀ ପରେ ଚରଣାମୃତ କାହିଁକି ଦିଆଯାଏ । ?

ଆପଣ ଜାଣିଛନ୍ତି କି ଆରତୀ ପରେ ଚରଣାମୃତ କାହିଁକି ଦିଆଯାଏ ? ପୂଜାରେ ଚରଣାମୃତର ବିଶେଷ ମହତ୍ଵ ଅଛି । ତେଣୁ ଆରତୀ ପରେ ଚରଣାମୃତ ଗ୍ରହଣ କରନ୍ତି । କିନ୍ତୁ ଏହା କାହିଁକି କରାଯାଏ ତାହା ଖୁବ କମ୍ ଲୋକ ଜାଣିଥାନ୍ତି । ଆରତୀ ପରେ ଚରଣାମୃତ କାହିଁକି ଦିଆଯାଏ ? ଆସନ୍ତୁ ଜାଣିବା ।

ଚରଣାମୃତର ଧାର୍ମିକ ମାନ୍ୟତା-

ପୂଜା କରିବା ପରେ ତମ୍ବା ପାତ୍ରରେ ଥିବା ତୁଳସୀ ଯୁକ୍ତ ଚରଣାମୃତ ଦିଆଯାଏ । ଚରଣାମୃତ ଭକ୍ତମାନଙ୍କର ସବୁ ପ୍ରକାର ଦୁଃଖ ଓ ରୋଗକୁ ଦୂର କରିଥାଏ ତଥା ସବୁ ପାପ ମଧ୍ୟ ନାଶ ହୋଇଯାଏ ।

ଚରଣାମୃତର ବୈଜ୍ଞାନିକ ମହତ୍ଵ-

ଆୟୁର୍ବେଦ ଅନୁସାରେ ତମ୍ବାପାତ୍ର ଅନେକ ରୋଗକୁ ନଷ୍ଟ କରିବା ଶକ୍ତି ରହିଛି । ତାର ଜଳ ମେଧାଶକ୍ତି ବୃଦ୍ଧି ଓ ସ୍ମରଣଶକ୍ତିକୁ ବଢାଇଥାଏ । ଏଥିରେ ତୁଳସୀ ପତ୍ର ବା ଜଟା ପକାଇବାର ମାନ୍ୟତା ହେଲା ତୁଳସୀ ପତ୍ର ମହୌଷଧି ଅଟେ । ଏଥିରେ ରୋଗ ନାଶକ ଗୁଣ ରହିବା ସହିତ କୀଟାଣୁ ନାଶକ ଶକ୍ତି ମଧ୍ୟ ରହିଥାଏ । ଚରଣାମୃତରେ ତୁଳସୀ ପତ୍ର, କେସର ତଥା ସ୍ଵର୍ଣ୍ଣକଣ ସଂଘଠିତ ଶାଳଗ୍ରାମର ଜଳ ଧାର୍ମିକ ଦୃଷ୍ଟିରେ ଉପଯୋଗୀ ହେବା ସହିତ ଏହି ଜଳ ବଳବୃଦ୍ଧି କରିବା ଶକ୍ତି ମଧ୍ୟ ଥାଏ । ଏହାକୁ ପ୍ରତିଦିନ ସେବନ କରିଲେ ଶରୀରରେ ଯେ କୌଣସି ରୋଗର କୀଟାଣୁ ନଷ୍ଟ ହୋଇଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!