ହାତର ପାପୁଲିରେ ‘X’ ଚିହ୍ନ ଅଛି, ତେବେ ତା ପଛରେ ଲୁଚି ରହିଛି ଏହି ରାଜ୍ !
ଜ୍ୟୋତିଷ ବିଦ୍ୟା ଏକ ଏମିତି ବିଦ୍ୟା ଯାହା ବିଭିନ୍ନ ପ୍ରକାରରେ ବ୍ୟକ୍ତିର ଭବିଷ୍ୟ କୁହାଯାଏ ଏବଂ କେତେ ମାମଲାରେ ମଧ୍ୟ ଏହା ପ୍ରାମାଣିକ ବୋଲି ଜଣାଯାଏ। ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖାର ମଧ୍ୟ ଏକ ମହତ୍ତ୍ଵ ରହିଛି। ଜ୍ୟୋତିଷ ବିଦ୍ୟାରେ ହସ୍ତରେଖାର ଆଧାର ଉପରେ ଭବିଷ୍ୟବାଣୀ କୁହାଯାଏ। ହସ୍ତରେଖା ବିଦ୍ୟାରେ ପୁରୁଷଙ୍କ ଦକ୍ଷିଣ ହସ୍ତ ଓ ମହିଳାଙ୍କ ବାମହସ୍ତ ଦେଖାଯାଏ। ଆପଣ ମଧ୍ୟ ନିଜର ହାତ ଜ୍ୟୋତିଷଙ୍କୁ ଦେଖାଇଥିବେ ଓ ହସ୍ତରେ ଥିବା ବିଭିନ୍ନ ପ୍ରକାର ରେଖାଚିହ୍ନ ଗୁଡିକର ଫଳାଫଳ ଜାଣିବା ପାଇଁ ଜ୍ୟୋତିଷଙ୍କୁ ପଚାରି ବୁଝିଥିବେ। ଆସନ୍ତୁ ଜାଣିବା ହସ୍ତରେଖା ଜଡିତ କିଛି ଅଜଣା ତଥ୍ୟ।
ହସ୍ତରେଖା ଗୁଡିକ କଣ ?
ପ୍ରାଚୀନ କାଳରୁ ଶାସ୍ତ୍ରରେ ମଧ୍ୟ ହସ୍ତରେଖା ଆଧାର ଉପରେ ମନୁଷ୍ୟର ବ୍ୟକ୍ତିତ୍ଵ ଓ ଭବିଷ୍ୟ ବିଚାର ଯେମିତି କି କ୍ୟାରିୟର, ଜୀବନ, ବିବାହ, ଧନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଦର୍ଶାଇଥାଏ। ଜ୍ୟୋତିଷ ଶାସ୍ତ୍ର ଭାରତୀୟ ପୃଷ୍ଠଭୂମୀ ସହିତ ଜଡିତ ଅଛି। ବିଭିନ୍ନ ଶାସ୍ତ୍ର ଅନୁସାରେ କେତେ ହଜାର ବର୍ଷ ପୂର୍ବରୁ ହିନ୍ଦୁ ଜାତୀୟ ଜଣେ ବାଲ୍ମୀକି ଋଷି ୫୬୭ ଛନ୍ଦ ଯୁକ୍ତ ଏକ ଗ୍ରନ୍ଥ ରଚନା କରିଥିଲେ।
ହାତର ରେଖା ପଢିବାର ଆରମ୍ଭ :
ଆହୁରି ପଢନ୍ତୁ : ଘରର ଠାକୁରଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଚାରୋଟି ମୂର୍ତ୍ତି।
ଇତିହାସ ବିଦ୍ୟାରେ ଜଣାଯାଏ କି ହସ୍ତରେଖା ପଢିବା ଜ୍ଞାନର ଉତ୍ପତ୍ତି ଭାରତ ସହିତ ଜଡିତ ଅଛି। ପରେ ଏହା ଚୀନ, ତିବତ, ମିଶ୍ର, ଫାରସ, ୟୁରୋପ ଓ ଅନ୍ୟ ଦେଶରେ ମଧ୍ୟ ବୃଦ୍ଧି ପାଇଥିଲା। ଗ୍ରୀସର ବିଦ୍ଵାନ ଅଙ୍କସଗୋରସ ନିଜର ସମୟରେ ଭାରତୀୟ ଉପମହାଦ୍ଵୀପରେ ରହିବା ସମୟରେ ହସ୍ତରେଖା ଜ୍ଞାନ ବିଷୟରେ ଯାହା ମଧ୍ୟ ଶିଖିଥିଲେ, ତାହା ସେ ହେର୍ମସଙ୍କ ସହିତ ଆଲୋଚନା କରିଥିଲେ।
ହାତର ପାପୁଲିରେ ‘X’ ଚିହ୍ନ ଥିଲେ :
ମିଶରିୟ ବିଦ୍ଵାନଙ୍କ ଅନୁସାରେ ସିକନ୍ଦର ମହାନଙ୍କ ହାତରେ ଏହି ପ୍ରକାର ‘X’ ଚିହ୍ନ ଦେଖାଯାଇ ଥିଲା। ସିକନ୍ଦରଙ୍କ ବ୍ୟତୀତ ଏହି ପ୍ରକାର ‘X’ ଚିହ୍ନ ଆଉ କାହା ହାତରେ ମଧ୍ୟ ଦେଖିବାକୁ ମିଳିଥିଲା। ଅନୁମାନ କରାଯାଏ କି ଦୁନିଆସାରା କେବଳ ୩ ଫିସଦି ଲୋକଙ୍କ ହାତରେ ଏହି ଚିହ୍ନ ମିଳିପାରେ। ମସ୍କୋ ୟୁନିବରସିଟିରେ ହାତରେ ରେଖା ‘X’ ଚିହ୍ନ ପାଇବାର ଉତ୍ପତ୍ତି ଏବଂ ଏହି ରେଖାର ଭବିଷ୍ୟ ଦ୍ଵାରା ହେବା ସମ୍ବନ୍ଧକୁ ନେଇ ଏକ ଆଲୋଚନା କରାଯାଇଥିଲା। ବ୍ୟକ୍ତିର ହାତର ରେଖା ଗୁଡିକ ବିଷୟରେ ଏକ ପେପରରେ ଛପା ଯାଇଥିଲା।
‘X’ ରେଖା ଚିହ୍ନ ଥିବା ବ୍ୟକ୍ତି ଲିଡର ହୋଇଥାନ୍ତି।
ମସ୍କୋରେ ହୋଇଥିବା ଏହି ଆଲୋଚନାରେ ଜୀବିତ ଓ ମୃତଙ୍କ ୨ ମିଲିୟନ ଲୋକଙ୍କ ବିଷୟରେ ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ଯାହାର ହାତରେ ଏହି ଚିହ୍ନ ଥିଲା ସେମାନେ ବଡ ବଡ ନେତା, କିଏ ଲୋକପ୍ରିୟ ବ୍ୟକ୍ତି ବା ଏମିତି କେତେ ବ୍ୟକ୍ତି ଥିଲେ ଯାହାଙ୍କୁ ବଡ ବଡ କାମ ପାଇଁ ଡକାଯାଇଥାଏ।
ଆହୁରି ପଢନ୍ତୁ : ଆପଣଙ୍କ ରାଶିରୁ ଜାଣନ୍ତୁ କେଉଁ କଥାକୁ ଡରନ୍ତି ଆପଣ?
‘X’ ରେଖା ଚିହ୍ନର ଅର୍ଥ କଣ :
ଯେଉଁ ବ୍ୟକ୍ତିର କେବଳ ଗୋଟିଏ ହାତରେ ଏହି ଚିହ୍ନ ଥାଏ, ସେ ପ୍ରତିଷ୍ଠା ଓ ସଫଳତା ତାଙ୍କ ନିକଟରେ ଥାଏ। କିନ୍ତୁ ଯେଉଁ ବ୍ୟକ୍ତିର ଦୁଇଟି ହାତରେ ଏହି ଚିହ୍ନ ଥାଏ, ସେ ବଡ ବଡ କାମ କରିବାରେ ପ୍ରସିଦ୍ଧ ବ୍ୟକ୍ତି ହୋଇଥାନ୍ତି, ସେମାନେ ପ୍ରାଣତ୍ୟାଗ କରିବା ପରେ ମଧ୍ୟ ତାଙ୍କୁ ମନେ ରଖାଯାଇ ଥାଏ। ଏଥିରୁ ବୁଝାଯାଏ ଯେ ଆମର ହାତର ରେଖା ଗୁଡିକ ବହୁତ କିଛି ଦର୍ଶାଇଥାଏ।