ସଙ୍କଟମୋଚନ ହନୁମାନଙ୍କୁ ଶନିବାର ଦିନ ଅର୍ପଣ କରନ୍ତୁ ଏହି ବସ୍ତୁ – ସବୁ ସମସ୍ୟା ହେବ ସମାଧାନ, ସଙ୍କଟରୁ ମିଳିବ ମୁକ୍ତି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ସମସ୍ୟା ହେବ ସମାଧାନ, ସଙ୍କଟରୁ ମିଳିବ ମୁକ୍ତି

ଏମିତି ଦେଖିବାକୁ ଗଲେ ଶନି ବାର ଦିନଟି ଶନି ଦେବଙ୍କ ପାଇଁ ବୋଲି କୁହାଯାଏ। କିନ୍ତୁ ଶନିବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ଵାରା ତାଙ୍କର ଓ ଶନି ଦେବଙ୍କର ଏକା ସହ କୃପା ପ୍ରାପ୍ତି ହୁଏ। କଳି ଯୁଗରେ ହନୁମାନ ଏକ ମାତ୍ର ଏମିତି ଭଗବାନ ଯିଏ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କର ମନୋକାମନା ପୂର୍ଣ୍ଣ କରନ୍ତି। ଯଦି କେଉଁ ବ୍ୟକ୍ତି ଶନି ଦେବଙ୍କ କୋପରେ ପୀଡିତ ଅଛି ବା ସେହି ବ୍ଯକ୍ତିର କୁଣ୍ଡଳୀରେ କିଛି ଗ୍ରହ ଦୋଷ ରହିଛି ତେବେ ଶନିବାର ଦିନ ହନୁମାନଙ୍କୁ କୀଚଚି ବିଶେଷ ଜିନିଷ ଅର୍ପଣ କରି ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇପାରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆମେ ଆପଣଙ୍କୁ ମହାବଳୀ ହନୁମାନଙ୍କର କୀଚଚି ସରଲ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କରସମସ୍ତ କଷ୍ଟ ଦୂର ହେବ।

ଶନିବାର ଦିନ ହନୁମାନଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ-

ଯଦି ଆପଣ ହନୁମାନ ଓ ଶନିଙ୍କର କୃପା ଏକା ସାଙ୍ଗରେ ପାଇବାକୁ ଚାହୁଁଞ୍ଚନ୍ତି ତେବେ ଆପଣ ଶନିବାର ଦିନ ହନୁମାନଙ୍କୁ ନାଲି ବସ୍ତ୍ର, ସିନ୍ଦୁର, ଚାମେଲୀ ତେଲ ଓ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ଯଦି ଆପଣ ହନୁମାନ ଚାଳିଶା ପାଠ କରୁଛନ୍ତି ସମସ୍ତ ବାଧା ଦୂର ହେବ ଓ ଧନ ସହ ଜଡିତ ସମସ୍ତ ଚିନ୍ତା ଦୂର ହେବ।

ହନୁମାନଙ୍କ ସମ୍ମୁଖରେ ନଡିଆ ବାଡାନ୍ତୁ –

ଆପଣ ଶନିବାର ଦିନ ଗୋଟେ ନଡିଆ ନେଇ ହନୁମାନ ମନ୍ଦିର ଯାଆନ୍ତୁ, ଏବଂ ହନୁମାନ ମୂର୍ତ୍ତି ସମ୍ମୁଖରେ ନଡିଆଟିକୁ ନିଜ ମସ୍ତକରେ ୭ଥର ଲଗାଇ ଓଁ ରାମଦୂତାୟେ ନମଃ ମନ୍ଥର ଜପ କରନ୍ତୁ। ଏହା ପରେ ମୁଣ୍ଡରେ ସ୍ପର୍ଶ କରି ନଡିଆଟିକୁ ହନୁମାନନକ ମୂର୍ତ୍ତି ସମ୍ମୁଖରେ ପଠାନ୍ତୁ। ସେହି ନଡିଆକୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ପ ଆପଣ ହନୁମାନଙ୍କୁ ନିଜର ସମସ୍ତ ଦୁଃଖ ବିଷୟରେ କହି ତାକୁ ଦୂର କରିବାର ପାର୍ଥନା କରନ୍ତୁ ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭୋଗ ଲାଗିଥିବା ନଡିଆ ବାଣ୍ଟି ଦିଅନ୍ତୁ।

ଓସ୍ତ ପତ୍ରର ଉପାୟ-

ଯଦି ଶନିବାର ଦିନ ଅଶ୍ଵସ୍ତ ଗଛର ପୂଜା କରାଯାଏ ତେବେ ଏହା ବହୁତ ଭଲ ଫଳ ପ୍ରଦାନ କରିଥାଏ। ଶନିବାର ଦିନ ୧୧ଟି ଓସ୍ତ ପତ୍ର ଆଣି ତାକୁ ଭଲ ଭାବେ ଧୋଇ ହନୁମାନ ମନ୍ଦିର ନେଇ ଯାଆନ୍ତୁ, ସେଠି ସେହି ପତ୍ର ଉପରେ ଚନ୍ଦନ ଦ୍ଵାରା ଶ୍ରୀ ରାମ ଲେଖି ତାର ମାଳ ବନେଇ ହନୁମାନଙ୍କୁ ପିନ୍ଧାନ୍ତୁ। ଏହି ଉପାୟ କରିବା ଦ୍ଵାରା ଶନି ଦୋଷରୁ ମୁକ୍ତି ମିଳିଥାଏ।

ସୋରିଷ ତେଲରେ ଦୀପ ଜଳାନ୍ତୁ-

ସୂର୍ଯ୍ୟାସ୍ତ ହେବା ପରେ ଶନିବାର ଦିନ ହନୁମାନ ମନ୍ଦିରରେ ସୋରିଷ ତେଲର ଦୀପ ଜଳାନ୍ତୁ। ଏଥିପାଇଁ ଆପଣ ମାଟି ଦୀପ ବ୍ୟବହାର କରିପାରିବେ, କାହିଁକି ନା ଏହା ବହୁତ ଶୁଭ ଅଟେ। ଏହା ପରେ ହନୁମାନ ଚାଳିଶାର ପାଠ କରନ୍ତୁ। ଏହା ଦ୍ଵାରା ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହେବ। ଏବଂ ଶନି ଦେବଙ୍କ କୃପା ପ୍ରାପ୍ତ ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!