ଘରର ଠାକୁରଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଚାରୋଟି ମୂର୍ତ୍ତି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏବେ ହିଁ ଘରର ଠାକୁରଘରୁ ହଟେଇ ଦିଅନ୍ତୁ ଏହି ୪ଟି ମୂର୍ତ୍ତି, ନଚେତ ପୂଜାର ଫଳ ମିଳିବ ନାହିଁ।

ଦେବୀ ଦେବତା ମାନକ ପାଇଁ ସମସ୍ତ ହିନ୍ଦୁ ମାନଙ୍କ ଘରେ ଏକ ଅଲଗା ସ୍ଥାନ ଥାଏ, ଯାହାକୁ ପୂଜା ଘର ବୋଲି କୁହାଯାଏ। କିଛି ଘରେ ଛୋଟ ଛୋଟ ମନ୍ଦିର ମଧ୍ୟ ତିଆରି କରାଯାଏ, କିନ୍ତୁ ଠିକ ତଥ୍ୟ ନ ଜାଣି ଆମେ ମାନେ କିଛି ଏମିତି ଭୁଲ କରିଥାଉ ଯାହାକି ଅଶୁଭ ଅଟେ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର, ଶୟନ କକ୍ଷ, ରୋଷେଇଘର, ସିଢି ଏବଂ ଘରର ମନ୍ଦିର ଆଦି ବାସ୍ତୁ ଦୋଷରୁ ମୂକତ ରହିବା ଆବଶ୍ୟକ। ଘରର ସମସ୍ତ ସ୍ଥାନ ମହତ୍ବପୂର୍ଣ୍ଣ ଅଟେ। ମନ୍ଦିର ସ୍ଥାନଟି ସବୁଠୁ ଶୁଭ ସ୍ଥାନ ଅଟେ, ସେଥିପାଇଁ ସର୍ବଦା ଧ୍ୟାନରେ ରଖିବେ ଯେ ମନ୍ଦିର ତିଆରି କରିବା ସମୟରେ ଯେମିତି କୌଣସି ବାସ୍ତୁ ଦୋଷ ନ ରୁହେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାସ୍ତୁ ଶସ୍ତ୍ର ଓ ମନ୍ଦିରର ନିୟମ

• ଘରେ ମନ୍ଦିର ସ୍ଥାପନା କରିବାର ମଧ୍ୟ କିଛି ନିୟମ ଅଛି। ଯଦି ଏମିତି ମନ ଇଚ୍ଛା କେଉଁଠି ବି ମନ୍ଦିର ତିଆରି କରାଯାଏ ତେବେ ତାହାର ଫଳ ମିଳିନଥାଏ। ସେଥିପାଇଁ ଏହାର ସ୍ଥାନ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। କେବଳ ସ୍ଥାନ ନୁହେଁ ଦିଗ ଓ ମନ୍ଦିରରେ କଣ ରଖିବା ଉଚିତ ଏହା ମଧ୍ୟ ଜାଣିବା ଆବଶ୍ୟକ।
• ଘରର ମନ୍ଦିର ସର୍ବଦା ସଫା ସୁତୁରା ରହିବା ଆବଶ୍ୟକ। ମନ୍ଦିରରେ କେବେବି ଅନ୍ଧାର କରନ୍ତୁ ନାହିଁ। ମନ୍ଦିରରେ କୌଣସି ଖଣ୍ଡିଆ ମୂର୍ତ୍ତି ମଧ୍ୟ ରଖିବା ବହୁତ ଖରାପ।

ଏବେ ଆସନ୍ତୁ ଜାଣିବା ମନ୍ଦିରରେ କେଉଁ କେଉଁ ମୂର୍ତ୍ତି ରଖିବା ଅନୁଚିତ-

ଭୈରବ ଦେବ-

ଭୈରବ ଦେବ ଭଗବାନ ଶିବ ଙ୍କର ଏକ ଅବତାର ବୋଲି କୁହାଯାଏ। କିନ୍ତୁ ତାଙ୍କର ମୂର୍ତ୍ତି କେବେବି ପୂଜା ଘରେ ରଖିବେ ନାହିଁ। ଏହା ଏଥିପାଇଁ କାହିଁକି ନା ଭୈରବ ଦେବ ତନ୍ତ୍ର ବିଦ୍ୟାର ଦେବତା ବୋଲି କୁହାଯାଏ। ସେଥିପାଇଁ ତାଙ୍କର ପୂଜା ଘର ଭିତରେ ନୁହେଁ ବରଂ ବାହାରେ ହେବା ଉଚିତ।

ନଟରାଜ-

କିଛି ଲୋକ ନଟରାଜ ମୂର୍ତ୍ତି ନିଜ ପୂଜାଘରେ ରଖିଥାନ୍ତି। ଏହି ମୂର୍ତ୍ତିଟି ଦେଖିବାରେ ଅତ୍ୟନ୍ତ ସୁନ୍ଦର କିନ୍ତୁ ଭୁଲରେ ବି ଏହି ମୂର୍ତ୍ତିକୁ ପୂଜା ଘରେ ରଖନ୍ତୁ ନାହିଁ। ଏହା ଶିବଙ୍କର ରୁଦ୍ର ରୂପ ବୋଲି କୁହାଯାଏ, ଅର୍ଥାତ ଭଗବାନ ଶିବଙ୍କର କ୍ରୋଧିତ ରୂପ। ସେଥିପାଇଁ ନଟରାଜ ମୂର୍ତ୍ତି ପୂଜା ଘରେ ରଖିବା ଅନୁଚିତ।

ଶନି ଦେବ-

ସୂର୍ଯ୍ୟ ପୁତ୍ର ଶନି ଦେବଙ୍କ ମୂର୍ତ୍ତି ମଧ୍ୟ ପୂଜା ଘରେ ରଖିବା ଅନୁଚିତ। ତାଙ୍କର ପୂଜା ସର୍ବଦା ବାହାରର ମନ୍ଦିରରେ ହିଁ କରିବା ଉଚିତ୍।

ରାହୁ କେତୁ-

ରାହୁ କେତୁଙ୍କ ମୂର୍ତ୍ତି ଘରେ ରଖିବା ଅଶୁଭ ଅଟେ। ଜ୍ଯୋତିଷ ଶସ୍ତ୍ର ଅନୁସାରେ ଶନି, ରାହୁ ଓ କେତୁଙ୍କୁ କୃର ଗ୍ରହ କୁହାଯାଏ। ଏମାନଙ୍କ ପୂଜା କରିଲେ ଘରେ ସମସ୍ତ ସୁଖ ଶାନ୍ତି ଆସିଥାଏ କିନ୍ତୁ ଏମାନଙ୍କୁ ଘର ବାହାରର ମନ୍ଦିରରେ ହିଁ ପୂଜାକରିବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!