ମାତା ତୁଳସୀଙ୍କୁ ଏହି ୫ ପ୍ରକାର ବିଧିରେ ପୂଜା କରିଲେ ସବୁ ଦେବୀ ଦେବତା ମାନେ ହୁଅନ୍ତି ପ୍ରସନ୍ନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତଙ୍କ ଘରେ ତୁଳସୀ ଗଛ ରହିଅଛି । ସମସ୍ତେ ଏହାକୁ ପୂଜା ମଧ୍ୟ କରନ୍ତି । କିନ୍ତୁ ଅନେକ ଲୋକମାନେ ଏହି ପୂଜାର ନିୟମ ମଧ୍ୟ ଜାଣି ନାହାଁନ୍ତି । ଏହି ଗଛକୁ ବହୁତ ଯତ୍ନ ନ ନେଲେ ଶୀଘ୍ର ଶୁଖିଯାଇ ମରିଯାଏ । ଏହି ଗଛର ଯତ୍ନ ନେଇ ତାର ପୂଜା କରିବାର ଅନେକ ନିୟମ ରହିଛି, ସେଥିରୁ ଏହି ୫ଟି ନିୟମ ବିଷୟରେ ଆସନ୍ତୁ ଜାଣିବା । ଏହି ନିୟମରେ ପୂଜା କରିଲେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଅନ୍ୟ ସବୁ ଦେବୀ ଦେବତାମାନେ ମଧ୍ୟ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ତୁଳସୀ ଗଛରେ ରବିବାର ଦିନ ଓ ଏକାଦଶୀ ତିଥିକୁ ଛାଡି ଅନ୍ୟ ସବୁଦିନ ଉଚିତ୍ ମାତ୍ରାରେ ଜଳ ଅର୍ପଣ କରନ୍ତୁ । ଯଦି ବେଶି ପାଣି ଦିଅନ୍ତି ତେବେ ମଧ୍ୟ ଗଛ ମରିଯାଏ ଓ କମ୍ ହେଲେ ମଧ୍ୟ ଗଛ ମରିଯାଏ । ସେହିପରି ବର୍ଷା ଦିନରେ ସପ୍ତାହରେ ୨ଥର ଜଳ ଅର୍ପଣ କରିବେ । କୁହାଯାଏ କି ରବିବାର ଦିନ ଓ ଏକାଦଶୀ ତିଥିରେ ତୁଳସୀ ଦେବୀ ମହାରାଣୀ ଠାକୁରଙ୍କ ପାଇଁ ବ୍ରତ ପାଳନ କରୁଥିଲେ । ସେ ଏହି ଦୁଇ ଦିନ ବିଶ୍ରାମ ନେଇ ଶୋଇଯାଉଥିଲେ । ସେଥିପାଇଁ ଏହି ଦୁଇ ଦିନକୁ ଜଳ ଅର୍ପଣ ନ କରିବା ପାଇଁ ବାରଣ କରାଯାଇଛି ।

୨- ବେଳେ ବେଳେ ତୁଳସୀ ଗଛର ଜଟାକୁ ମଧ୍ୟ କାଢିଦେବେ । ନଚେତ୍ ଗଛ ଶୁଖି ଦୁର୍ବଳ ହୋଇଯାଏ । କୁହାଯାଏ କି ଯେତେ ଅଧିକ ଜଟା ରହିବ ମାତା ତୁଳସୀ ବହୁତ କଷ୍ଟ ପାଇଥାନ୍ତି । ଏହାର ପତ୍ର ବା ଜଟା ତୋଳିବା ପୂର୍ବରୁ ମାତାଙ୍କୁ କ୍ଷମା ପାର୍ଥନା କରିବା ଜରୁରୀ ଅଟେ । ରବିବାର ଦିନ ଓ ଏକାଦଶୀ ତିଥିରେ ଏହି କାର୍ଯ୍ୟ ନ କରିବା ଉଚିତ୍ । ନିଜର ନଖ ମାଧ୍ୟମରେ  ଏହି ପତ୍ର ବା ଜଟା ତୋଳିବ ନାହିଁ ।

୩- ବିଶେଷ ଧ୍ୟାନ ରଖିବାକୁ ହେବ ଯେ ଯେଉଁ ମହିଳାମାନେ ପିରିୟଡ୍ ହେଉଛନ୍ତି ସେମାନେ ଗଛ ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଗଛ ଶୁଖି ମରିଯିବ ।

୪- ତୁଳସୀ ଗଛର ଆଖ ପାଖରେ ଯେ କୌଣସି ବସ୍ତ୍ର ହେଲେ ମଧ୍ୟ ଶୁଖାଇବ ନାହିଁ । ଓଦା ବସ୍ତ୍ର ର ସାବୁନ ଗନ୍ଧ ଓ ଧଳା ଛୋଟ ପୋକ ବା ବ୍ୟକ୍ଟେରିୟା ରହିଥାଏ, ଯେଉଁ କାରଣରୁ ତୁଳସୀ ଗଛରେ ମଧ୍ୟ ପୋକ ଲାଗିପାରେ । ଯାହା ଫଳରେ ଗଛ ଶୁଖି ମରିଯାଏ ।

୫- ତୁଳସୀ ଗଛ ବହୁତ ଥଣ୍ଡା ବା ଅଧିକ ଗରମରେ ମଧ୍ୟ ଗଛ ଶୁଖି ମରିଯାଏ । ତେଣୁ ଅଧିକ ଥଣ୍ଡାରେ ନୂଆ ବସ୍ତ୍ରରେ ଗୁଡାଇ ରଖାଯାଇପାରିବ । ଅଧିକ ଗରମରେ ମଧ୍ୟ ଛାଇରେ ରଖିବାକୁ ହେବ । ଅଧିକ ବର୍ଷାରେ ମଧ୍ୟ ଯତ୍ନ ନେବାକୁ ପଡିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!