କୁଣ୍ଡଳୀରେ ଧନୁ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନୁ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ । ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । ଧନୁ ରାଶିରେ ମଙ୍ଗଳ ରହିଲେ ଜାତକ:- ବାହନ ସୁଖ ସମ୍ପନ୍ନ, ଧର୍ମାତ୍ମା, ଚତୁର, କାନ, ଦାନ୍ତ ଚିକିତ୍ସକ, ଅସ୍ତ୍ରୋପଚାର ଚିକିତ୍ସକ, ମେସିନ୍‌ ସଜାଡୁଥିବା ମେକାନିକ୍‌ ।

ଯୁଦ୍ଧ ସଂରଜାମ ପ୍ରସ୍ତୁତ କରିବା, ଜୀବନସାଥୀଙ୍କ ପ୍ରତି ଅତ୍ୟନ୍ତ ପ୍ରୀତିଭାବ ରକହନ୍ତି, ଗୌରବଯୁକ୍ତ, ଭ୍ରମଣ ପ୍ରିୟ, ଶାରୀରିକ ବଳ, ପରାକ୍ରମୀ, ସାହସୀ, ମାନସିକ ଶକ୍ତି ସମ୍ପନ୍ନ, ଦୃଢନିଶ୍ଚୟୀ ଓ ମଜବୁତ୍‌ ହୋଇଥାନ୍ତି । ମାନସିକ ଶକ୍ତି ଉପରେ ସଠିକ୍‌ ନିର୍ଣ୍ଣୟ ନେବାର କ୍ଷମତା ରୁହେ ଓ ସେହି ନିର୍ଣ୍ଣୟକୁ କାର୍ଯ୍ୟରେ ଲଗାଇବାରେ ସକ୍ଷମ ହୋଇଥାନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକ ମଙ୍ଗଳଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ସଂଗ୍ରାମରେ ଶତୃଠାରୁ ଆଘାତ ପାଇ କଷ୍ଟ ଭୋଗ କରନ୍ତି ।

ବାଦବିବାଦରୁ ଦୂରେଇ ରୁହନ୍ତି, ଶଠ, କୃର, କଠୋର, ପରିଶ୍ରମୀ, ପରାଧିନ, ବ୍ରଣ ଆଦି ଯୋଗୁ ଦୁଃଖ ପାଇଥାଆନ୍ତି । ଜୀବନର ୯, ୧୮, ୨୭, ୩୬, ୪୫, ୫୪ ଓ ୬୩ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ । ୧- ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ଘରେ ଭାଉଜ ବା ବଡ଼ ଭଉଣୀଙ୍କୁ ଆଦର ସମ୍ମାନ କରନ୍ତୁ । ୨- ପନ୍ଦରଟି ମଙ୍ଗଳବାରରେ ବୁନ୍ଦିଲଡୁ ମଙ୍ଗଳାଙ୍କ ପାଖରେ ଭୋଗ ଲଗେଇ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ । ୩- ଛାତ ଉପରେ ବା ଖୋଲାଯାଗାରେ ପକ୍ଷୀଙ୍କ ଉଦ୍ଦ୍ୟେଶରେ କିଛି ଖାଦ୍ୟପାଣି ରଖନ୍ତୁ । ଏହିପରି ପନ୍ଦରଦିନ ପର୍ଯ୍ୟନ୍ତ କରିବେ ।

୪- ଜନ୍ମଦିନରେ ବର୍ଷକୁ ଥରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ କୌଣସି ଏକ ଧର୍ମସ୍ଥାନରେ ଦାନ କରନ୍ତୁ । ୫- ଜନ୍ମଦିନରେ ବର୍ଷକୁ ଥରେ ଶୁକ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ରୂପା, ଅରୁଆଚାଉଳ ମିଶ୍ରି, କ୍ଷୀର, ଧଳାବସ୍ତ୍ର, ଧଳାଫୁଲ ଗଛ, ସୁଗନ୍ଧିତଦ୍ରବ୍ୟ, ଧଳାଚନ୍ଦନ ସଂଗ୍ରହକରି ଗୃହରେ ରଖନ୍ତୁ । ୬- ଜନ୍ମ ମାସର ମଙ୍ଗଳ ବାରରେ ହଳଦିଆ ରଙ୍ଗର ମିଠା ପ୍ରସ୍ତୁତ କରି ପିଲାମାନଙ୍କୁ ଓ ବୃଦ୍ଧାବୃଦ୍ଧ ମାନଙ୍କୁ ଖାଇବାକୁ ଦିଅନ୍ତୁ । ୭- ମଙ୍ଗଳବାରରେ କସରାଗାଇକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!