ମଙ୍ଗଳ ତୁଳାରୁ ବିଛାକୁ ଚଳିଲେ, ଏହାର ପ୍ରଭାବ କିପରି ରହିବ ଆପଣଙ୍କ ଉପରେ। ଜାଣନ୍ତୁ ୧୨ଟି ରାଶିର ଫଳାଫଳ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମଙ୍ଗଳଙ୍କ ରାଶି ପରିବର୍ତ୍ତନରେ କଣ ଘଟୁଛି ଆପଣଙ୍କ ରାଶିରେ

ଜାନୁଆରୀ ୧୭ ତାରିଖରେ ମଙ୍ଗଳ ତୁଳା ରାଶିରୁ ବିଛା ରାଶିକୁ ଚଳିବେ। ମଙ୍ଗଳ ସାହସ, ଉତ୍ସାହ, ବଳ ଓ ମହତ୍ଵାକାଂକ୍ଷୀର କାରକ। ମଙ୍ଗଳ ଶୁକ୍ରଙ୍କ ଗୃହ ତୁଳା ରାଶିରେ ଅବସ୍ଥାନ କରିଥିଲେ।
୨୦୧୮ ମସିହା ଜାନୁଆରୀ ୧୭ ତାରିଖ ବୁଧବାର ଦିନ ମଙ୍ଗଳ ସ୍ୱରାଶି ଅର୍ଥାତ୍ ବିଛା ରାଶିକୁ ପ୍ରାତଃ ୫ ଟା ୩୪ ମିନିଟ୍ ବେଳେ ଚଳିବେ। ବିଛା ରାଶିରେ ମଙ୍ଗଳ ମାର୍ଚ୍ଚମାସ ୬ ତାରିଖ ପର୍ଯ୍ୟନ୍ତ ରହିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ମଧ୍ୟରେ କଣ ପରିବର୍ତ୍ତନ ରହିବ ଆପଣଙ୍କ ରାଶିରେ।

ମେଷ –

ଅଧିକ ପରିଶ୍ରମ କରିବାଦ୍ଵାରା ଫଳ ମିଳିବ। ସ୍ଵାସ୍ଥ୍ୟ ଭଲ ରହିବ। ଆଗକୁ କରିବାକୁ ଯାଉଥିବା କାର୍ଯ୍ୟ ଦେଖିଚାହିଁ କରନ୍ତୁ।

ବୃଷ –

ଜୀବନସାଥିଙ୍କ ସହଯୋଗ ଦ୍ଵାରା ଲାଭ ମିଳିବ। ଦୈନିକ ବ୍ୟବସାୟରେ ଲାଭ ମିଳିବ। ନିଜ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ-

ପୁରୁଣା ଶତ୍ରୁ ହ୍ରାସ ପାଇବେ। କୋର୍ଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ। ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହିବ, କିନ୍ତୁ ଉଚ୍ଚରକ୍ତଚାପ ହୋଇପାରେ।

କର୍କଟ –

ସନ୍ତାନଙ୍କ ଦ୍ଵାରା ସୁଖ ପ୍ରାପ୍ତି ହେବ। ବିଦ୍ୟାରେ ଲାଭ, ବ୍ୟାପାରରେ ଲାଭ, ଚାକିରୀରେ ପଦୋନ୍ନତି ଓ ପିତାଙ୍କ ଠାରୁ ସହଯୋଗ ମିଳିବ।

ସିଂହ –

ପାରିବାରିକ ସହଯୋଗ, ଜାଗା କିମ୍ବା ଗୃହ ଲାଭ, ମାତାଙ୍କ ପାଇଁ ପ୍ରସନ୍ନତା ମିଳିବ ଓ ଭାଗ୍ୟରେ ଉନ୍ନତି ହେବ।

କନ୍ୟା-

ତ୍ରୁଙ୍କ ଉପରେ ପ୍ରଭାବ, ଭାଇମାନଙ୍କ ସହଯୋଗ, ମିତ୍ରଙ୍କ ଠାରୁ ଲାଭ ମିଳିବ। ଭାଗ୍ୟବଳର କମ୍ ସହଯୋଗ ରହିବ।

ତୁଳା-

ବାକ୍ ଶକ୍ତି ବଢିବ। ଜୀବନସାଥିଙ୍କ ଦ୍ଵାରା ସହଯୋଗ ମିଳିବ। ବିବାହ ଯୋଗ ମଧ୍ୟ ଅଛି। ଧନ ଓ କୁଟୁମ୍ଭ ଙ୍କ ସହଯୋଗ ପ୍ରାପ୍ତି ହେବ।

ବିଛା-

ଆପଣଙ୍କ ଉପରେ ପ୍ରଭାବ ବଢିବ। ଆପଣଙ୍କର ଥିବା ମହତ୍ ଆକାଂକ୍ଷା ପୂରଣ ହେବ। ଶତ୍ରୁ ଉପରେ ବିଜୟ ଲାଭ ହେବ। ମାନ ସମ୍ମାନ ବୃଦ୍ଧି ହେବ। ଅଧିକ ଯାତ୍ରା ଯୋଗ ରହିଛି।

ଧନୁ-

ଏହି ରାଶିରେ ମଙ୍ଗଳ ଦ୍ବାଦଶ ଭାବରେ ଥିବାରୁ ଶତ୍ରୁ ନାଶ ହେବେ। ଅଚିହ୍ନା ବ୍ୟକ୍ତିଙ୍କ ସହଯୋଗ ମିଳିବ। ଦୁରଯାତ୍ରର ଯୋଗ ଅଛି। ସନ୍ତାନ, ବିଦ୍ୟା ଆଦି କ୍ଷେତ୍ରରେ ଉନ୍ନତି ମିଳିବ।

ମକର-

ଆୟ ବୃଦ୍ଧି ହେବ। ସାନ ଭାଇଙ୍କ ଠାରୁ ଆର୍ଥିକ ସହଯୋଗ ମିଳିବ। ପରିବାରରେ ସୁଖଶାନ୍ତି ଭରି ରହିବ। ଜମି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ।

କୁମ୍ଭ-

ବ୍ୟାପାର ଓ ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଦେଖାଦେବ, ଚାକିରୀ କୁ ଯଦି ନିଜର ପେଶା କରିବାକୁ ଚାହୁଁଛନ୍ତି ତେବେ ଲାଭଦାୟକ ହେବ, ରାଜନେତାଙ୍କୁ ସଫଳତା ମିଳିବ। ପରକ୍ରମଶାଳୀ ହେବେ।

ମୀନ –

ଭାଗ୍ୟର ଉନ୍ନତି ସଙ୍ଗେ ସଙ୍ଗେ ସଫଳତା ମଧ୍ୟ ମିଳିବ। କୁଟୁମ୍ବଙ୍କ ଦ୍ଵାରା ଧନ ଲାଭ କରିବେ। ବାକ୍ ଶକ୍ତିର ପ୍ରଭାବ ବଢିବ। ସ୍ଵାସ୍ଥ୍ୟ ଉନ୍ନତ ରହିବ।

ବିଶେଷ-

ମଙ୍ଗଳ ଜନିତ ଆଶୁଭତ୍ଵ ଦୂର କରିବା ପାଇଁ ପ୍ରତି ମଙ୍ଗଳ ବାର ଦିନ ମଙ୍ଗଳାଙ୍କ ମନ୍ଦିରରେ କିମ୍ବା ମଙ୍ଗଳାଙ୍କ ଫୋଟୋ ପାଖରେ ଘିଅ ର ଦିପଟିଏ ଜଳାଇବା ସହିତ ଗୁଡ, ଚୂଡା, ନଡିଆ ଓ କଦଳୀରେ ଭୋଗ ପ୍ରସ୍ତୁତ କରି ମାଙ୍କୁ ସମର୍ପଣ କରି ବାଣ୍ଟି ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!